www.samajalive.in
Monday, December 15, 2025
14.1 C
Bhubaneswar

କର୍ଣ୍ଣାଟକ ନିର୍ବାଚନ: ନବ ଵିଵାହିତଙ୍କ ଠାରୁ ଆରମ୍ଭ କରି ଆଦିବାସୀ ଭୋଟର ସମସ୍ତେ ଉତ୍ସାହିତ, ଭୋଟ ଗ୍ରହଣ କେନ୍ଦ୍ରରେ ନବଜାତକ

ଡେସ୍କ: କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପାଇଁ ହୋଇଥିବା ମତଦାନ ପ୍ରକ୍ରିୟାରେ ନବ ବିବାହିତ, ଦିବ୍ୟାଙ୍ଗ, ଟ୍ରାନ୍ସଜେଣ୍ଡର ଏବଂ ଆଦିବାସୀ ଭୋଟଦାତାଙ୍କ ଉତ୍ସାହ ମତଦାନ ପ୍ରକ୍ରିୟାକୁ ସଫଳ କରିଛି। ରାଜ୍ୟର ୨୨୪ଟି ବିଧାନସଭା ଆସନ ଅନ୍ତର୍ଗତ ୫୮ ହଜାର ୫୪୫ଟି ମତଦାନ କେନ୍ଦ୍ରରେ ଭୋଟ ଗ୍ରହଣ ଶାନ୍ତିପୂର୍ଣ୍ଣ ଭାବେ ଶେଷ ହୋଇଛି। କର୍ଣ୍ଣାଟକରେ ପ୍ରାୟ ୭୨.୬୭% ମତଦାନ ହୋଇଛି। କର୍ଣ୍ଣାଟକ ବ୍ୟତୀତ ମେ ୧୦ରେ ପଞ୍ଜାବର ଜଳନ୍ଧର ସଂସଦୀୟ ଆସନ, ଓଡିଶାର ଝାରସୁଗୁଡା ବିଧାନସଭା ଆସନ, ଉତ୍ତରପ୍ରଦେଶର ଛନବେ ବିଧାନସଭା ଆସନରେ ନିର୍ବାଚିତ ପ୍ରତିନିଧିଙ୍କ ମୃତ୍ୟୁ ହେବା ଯୋଗୁ ଉପନିର୍ବାଚନ ହୋଇଛି।

କର୍ଣ୍ଣାଟକରେ ମହିଳା ଭୋଟରଙ୍କୁ ବିଶେଷ ଅଭିଜ୍ଞତା ପ୍ରଦାନ କରିବାକୁ ନିର୍ବାଚନ ଆୟୋଗ ଦ୍ୱାରା ନିଆଯାଇଥିବା ପଦକ୍ଷେପର ଏକ ଅଂଶ ଭାବରେ, ୯୯୬ଟି କେବଳ ମହିଳା ପରିଚାଳିତ ମତଦାନ କେନ୍ଦ୍ର ପ୍ରତିଷ୍ଠା କରାଯାଇଥିଲା ଯେଉଁଥିରେ ମହିଳା ସୁରକ୍ଷା କର୍ମୀଙ୍କ ସମେତ ସମସ୍ତ ମହିଳା ମତଦାନ କର୍ମଚାରୀ ରହିଥିଲେ। ନବ ବିବାହିତ ବରକନ୍ୟା ଅଧିକ ସଂଖ୍ୟାରେ ମତଦାନ କରିଥିଲେ।

- Advertisement -

ଭୋଟ ଦେବା ପାଇଁ ଉତ୍ସାହ ଏପରି ଥିଲା ଯେ ବଲାରୀର କୁର୍ଲାଗିଣ୍ଡି ଗ୍ରାମର ଜଣେ ୨୩ ବର୍ଷ ବୟସ୍କା ମହିଳା ମତ ଗ୍ରହଣ କେନ୍ଦ୍ରରେ ଏକ ଶିଶୁକୁ ଜନ୍ମ ଦେଇଥିଲେ। ମହିଳା ଅଧିକାରୀ ଏବଂ ମହିଳା ଭୋଟରମାନେ ଶିଶୁକୁ ପ୍ରସବ କରିବାରେ ସାହାଯ୍ୟ କରିଥିଲେ।

ପ୍ରଥମ ଥର ପାଇଁ ଶତାୟୁ ଏବଂ ଦିବ୍ୟାଙ୍ଗ ଭୋଟରଙ୍କ ପାଇଁ ଗୃହ ଭୋଟ୍ ସୁବିଧା ପ୍ରଦାନ କରାଯାଇଥିଲା। ଏହି ପ୍ରକ୍ରିୟାରେ ୮୦ ହଜାର ୨୫୦ ଜଣ ବରିଷ୍ଠ ନାଗରିକ, ୧୯ ହଜାର ୨୭୯ ଜଣ ଦିବ୍ୟାଙ୍ଗ ଏବଂ ୧୫ ହଜାର ୩୨୮ ଜଣ ଅତ୍ୟାବଶ୍ୟକ ସେବା କର୍ମଚାରୀ, ଏହିପରି ମୋଟ ୯୪ ହଜାର ୯୩୧ ଜଣ ନାଗରିକ ନିଜ ଘରେ ରହି ଭୋଟ୍ ଦେଇଛନ୍ତି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories