www.samajalive.in
Wednesday, December 10, 2025
16.1 C
Bhubaneswar

ବିଶିଷ୍ଟ ସମାଜସେବୀ ଓ କ୍ରିଡାବିତ ବିଶ୍ୱମ୍ବର ବହିଦାରଙ୍କୁ ଶ୍ରଦ୍ଧାଞ୍ଜଳି

ସମ୍ବଲପୁର: ସମ୍ବଲପୁରର ସ୍ୱନାମଧନ୍ୟ ବୁଲେଟ ବ୍ୟାୟାମଶାଳାର ପ୍ରତିଷ୍ଠାତା ସଦସ୍ୟ ତଥା ବିଶିଷ୍ଟ ସମାଜସେବୀ ଓ କ୍ରିଡାବିତ ବିଶ୍ୱମ୍ବର ବହିଦାରଙ୍କ ବିୟୋଗରେ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି। ସ୍ୱର୍ଗତ ବହିଦାରଙ୍କ ସ୍ମୃତିରେ ଆୟୋଜିତ ଏକ ଶୋକସଭାରେ ତାଙ୍କର ଫଟୋ ଚିତ୍ରରେ ମାଲ୍ୟାର୍ପଣ କରାଯାଇ ଅମର ଆତ୍ମାର ସଦଗତି କାମନା କରାଯାଇ ୨ ମିନିଟର ନୀରବ ପ୍ରାର୍ଥନା କରାଯାଇଥିଲା। ଏଥି ସହ ଶୋକସନ୍ତପ ପରିବାର ଙ୍କୁ ଗଭୀର ସମବେଦନା ଜ୍ଞାପନ କରାଯାଇଥିଲା। କାର୍ଯ୍ୟକ୍ରମରେ ପୂର୍ବତନ ଉତ୍କଳଶ୍ରୀ (ସୁନ୍ଦରସ୍ୱାସ୍ଥ୍ୟ) ବିଜେତା ସୁରେଶ କୁମାର ପଣ୍ଡା, ନିମେଇ କର, ଲକ୍ଷ୍ମୀ ନାରାୟଣ ପଣ୍ଡା, ରବି ପଟ୍ଟନାୟକ, ଅକ୍ଷୟ ପ୍ରଧାନ, ଦେବାନନ୍ଦ ଭିତରିଆ, ଦିଲୀପ ତ୍ରିପାଠୀ, ଭାଗିରଥି ପ୍ରଧାନ, ଧୋବା ସାହୁ, ରଙ୍କନିଧି ତରିଆ, ଲକ୍ଷ୍ମୀଦତ୍ତା ତରିଆ, ପ୍ରଦୀପ ପ୍ରଧାନ, ଅତିକେଶ ଜେନା, ବନମାଳୀ ପଟେଲ, ବାସୁଦେବ ପଟେଲ, ନରେଶ ମିଶ୍ର, ଜିତୁ ପାତ୍ର ଙ୍କ ସମେତ ବ୍ୟାୟାମଶାଳାର ସମସ୍ତ କର୍ମକର୍ତ୍ତା ଉପସ୍ଥିତ ରହି ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ।

Hot this week

ସୁନା ଓ ରୂପା ଏତିକି ଟଙ୍କା ହେଲା ଶସ୍ତା

ସମାଜ ଡିଜିଟାଲ ଡେସ୍କ: ସୁନା ଓ ରୂପା ମୂଲ୍ୟରେ ସାମାନ୍ୟ ହ୍ରାସ...

ସ୍ବତନ୍ତ୍ର ସିନ୍ଧ୍‌ ଦେଶ ଗଠନ ଦାବି; ପାକିସ୍ତାନରେ ହିଂସା

କରାଚି: ବେଲୁଚିସ୍ତାନ ପରେ ପାକିସ୍ତାନରେ ଏବେ ସ୍ବତନ୍ତ୍ର ସିନ୍ଧ୍‌ଦେଶ ଗଠନ ଦାବି...

ଭୋଟ ଚୋରି ଜାତୀୟତା ବିରୋଧୀ କାର୍ଯ୍ୟ: ରାହୁଲ

ନୂଆଦିଲ୍ଲୀ: ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଦେଶର ବିଭିନ୍ନ ରାଜ୍ୟରେ ଚାଲିଥିବା ସ୍ବତନ୍ତ୍ର...

ଆଇପିଏଲ୍‌ ନିଲାମ ତାଲିକାରେ ୩୫୦ ଖେଳାଳି

ନୂଆଦିଲ୍ଲୀ: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ୨୦୨୬ ସଂସ୍କରଣ ଲାଗି ମିନି...

ଓଡ଼ିଶା ମାଷ୍ଟର୍ସ ବ୍ୟାଡ୍‌ମିଣ୍ଟନ ଟୁର୍ଣ୍ଣାମେଣ୍ଟ ଆରମ୍ଭ

କଟକ: କଟକର ଜବାହରଲାଲ ନେହେରୁ ଇନ୍‌ଡୋର ଷ୍ଟାଡିୟମ୍‌ରେ ଅନ୍ତର୍ଜାତୀୟ ବ୍ୟାଡ୍‌ମିଣ୍ଟନ ଟୁର୍ଣ୍ଣାମେଣ୍ଟ...

Related Articles

Popular Categories