www.samajalive.in
Wednesday, December 10, 2025
16.1 C
Bhubaneswar

ବିଶ୍ବକବି ରବିନ୍ଦ୍ର ନାଥ ଜୟନ୍ତୀ ଅବସରରେ ଭାରତୀ ଭାଷା ଦିବସ ପାଳିତ

ସମ୍ବଲପୁର: ଭାରତ ଏବଂ ବାଂଲାଦେଶର ଜାତୀୟ ସଂଗୀତ ରଚନା କରିଥିବା ବିଶ୍ବକବି ରବିନ୍ଦ୍ର ନାଥ ଟାଗୋରଙ୍କ ଜୟନ୍ତୀ ଅବସରରେ ଆଜି ଭାରତୀ ସମାଜ ପକ୍ଷରୁ ଆଭାସି ମାଧ୍ୟମରେ ଭାରତୀ ଭାଷା ଦିବସ ପାଲନ କରାଯାଇଥିଲା। ଏହି କାର୍ୟ୍ୟକ୍ରମରେ ଫିଜିର ମୁଲବାସିନ୍ଦା ଏବଂ ଆମେରିକାରେ ଭାରତୀ ଭାଷା ସଂସ୍କୃତିର ପ୍ରଚାରକ ଅଧ୍ୟାପକ ଦେବେନ୍ଦ୍ର ଦତ୍ତ ଶର୍ମା, ଉତରପ୍ରଦେଶ ବଦାୟୁଁର ଅଧ୍ୟାପକ ଅଖିଲେଶ ଶଂଖଧାର, ଭାରତୀ ସମାଜର ସଂଯୋଜକ କାର୍ତ୍ତିକ ପ୍ରସାଦ ବହିଦାର, ମହାସଚିବ ସୁବୋଧ କୁମାର ଦୋରା, ପଶ୍ଚିମାଞ୍ଚଳ ଏକତା ମଂଚ ସୋନପୁର ସଂଯୋଜକ ଶଂକର୍ଷଣ ବାଗ, ସାହିତ୍ୟିକ ତରଣୀ ମେହେର, ଲମ୍ବୋଦର ବଢାଇ ପ୍ରମୁଖ ସାମିଲ ହୋଇଥିଲେ। ପ୍ରଥମେ ବିଶ୍ବ ଗୁରୁ ରବିନ୍ଦ୍ର ନାଥଙ୍କ ପ୍ରତି ଶ୍ରଦ୍ଧା ସୁମନ ଅର୍ପଣ କରାଯିବା ପରେ ଆଲୋଚନା କାର୍ୟ୍ୟକ୍ରମ ରେ ଭାରତୀ ଭାଷା ସମନ୍ବୟ ଶିର୍ଷକରେ ଚର୍ଚ୍ଚା କରାଯାଇ ଥିଲା। ଏଥିରେ ଅଧ୍ୟାପକ ଦେବେନ୍ଦ୍ର ଦତ୍ତ ଶର୍ମା ଭାରତକୁ ପାଠ ପଢିବା ପାଇଁ ଆସିଥିବା ଅଭିଜ୍ଞତା ବିଷୟ ରେ କହିଥିଲେ ଫିଜିରେ ହିନ୍ଦି ଭାଷାକୁ ଅତି ଆଦରର ସହ ପଢାଯାଉଛି। ମାତ୍ର ଭାରତରେ ଭାରତୀ ଭାଷା ପ୍ରତି ସେତିକି ଆଦର ନାହିଁ। ବରଂ ଇଂରାଜୀ ଭାଷା ଜାଣିଥିବା ଲୋକ ହିଁ ଜ୍ଞାନୀ ବୋଲି ବିଚ଼ାର କରାଯାଉଛି। ଏହି ହୀନମନ୍ୟତା ହିଁ ଭାଷାର ବିକାଶ ଦିଗରେ ଅନ୍ତରାୟ ସ୍ରୁଷ୍ଟି କରୁଛି। ସେହିପରି ଅଧ୍ୟାପକ ଅଖିଲେଶ ଶଂଖଧାର କହିଥିଲେ ଦେଶରେ ସବୁ ଭାଷା ପ୍ରତି ଆଦର ଭାବନା ତିଆରି କରିବାକୁ ପଡିବ। ଏଥିରେ ସବୁଠାରୁ ବଡ ସମସ୍ୟା ହେଉଛି ରାଜନିତୀ। ଆମକୁ ସାମାଜିକ ସ୍ତରରେ ଏଥିପାଇଁ କାମ କରିବାକୁ ପଡିବ। ସୁବୋଧ ଦୋରା ସରକାରୀ ସ୍ତରରେ ଭାଷା ସମନ୍ବୟ ପାଇଁ କରାଯାଉଥିବା ଉଦ୍ୟମ ବିଷୟ ରେ ସୁଚନା ଦେଇଥିଲେ। କାର୍ୟ୍ୟକ୍ରମ ରେ ଶଂକର୍ଷଣ ବାଗ ଏବଂ ତରଣୀ ମେହେର ସମ୍ବଲପୁରୀ ଭାଷା ସହ ଅନ୍ୟ ଭାଷାର ସମ୍ପର୍କ ବିଷୟ ରେ ମତ ଉପସ୍ଥାପନ କରିଥିଲେ। କାର୍ୟ୍ୟକ୍ରମ କୁ ଭାରତୀ ସମାଜ ର ସଂଚାଲକ ଭବାନୀଶ ଭୋଇ ସଂଯୋଜନା କରିବା ସହ ଭାଷା ସମନ୍ବୟ ପାଇଁ ବୈଷୟିକ ଶବ୍ଦକୋଷ ରେ ସବୁ ଭାରତୀ ଭାଷା ର ଶବ୍ଦ ର ସମନ୍ବୟ ପାଇଁ ଚେ଼ଷ୍ଟା କରିବା ଜରୁରୀ ବୋଲି ମତ ଦେଇଥିଲେ। ଶେଷରେ ସଂଯୋଜକ କାର୍ତ୍ତିକ ପ୍ରସାଦ ବହିଦାର ଧନ୍ୟବାଦ ଅର୍ପଣ କରିଥିଲେ।

Hot this week

ସୁନା ଓ ରୂପା ଏତିକି ଟଙ୍କା ହେଲା ଶସ୍ତା

ସମାଜ ଡିଜିଟାଲ ଡେସ୍କ: ସୁନା ଓ ରୂପା ମୂଲ୍ୟରେ ସାମାନ୍ୟ ହ୍ରାସ...

ସ୍ବତନ୍ତ୍ର ସିନ୍ଧ୍‌ ଦେଶ ଗଠନ ଦାବି; ପାକିସ୍ତାନରେ ହିଂସା

କରାଚି: ବେଲୁଚିସ୍ତାନ ପରେ ପାକିସ୍ତାନରେ ଏବେ ସ୍ବତନ୍ତ୍ର ସିନ୍ଧ୍‌ଦେଶ ଗଠନ ଦାବି...

ଭୋଟ ଚୋରି ଜାତୀୟତା ବିରୋଧୀ କାର୍ଯ୍ୟ: ରାହୁଲ

ନୂଆଦିଲ୍ଲୀ: ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଦେଶର ବିଭିନ୍ନ ରାଜ୍ୟରେ ଚାଲିଥିବା ସ୍ବତନ୍ତ୍ର...

ଆଇପିଏଲ୍‌ ନିଲାମ ତାଲିକାରେ ୩୫୦ ଖେଳାଳି

ନୂଆଦିଲ୍ଲୀ: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ୨୦୨୬ ସଂସ୍କରଣ ଲାଗି ମିନି...

ଓଡ଼ିଶା ମାଷ୍ଟର୍ସ ବ୍ୟାଡ୍‌ମିଣ୍ଟନ ଟୁର୍ଣ୍ଣାମେଣ୍ଟ ଆରମ୍ଭ

କଟକ: କଟକର ଜବାହରଲାଲ ନେହେରୁ ଇନ୍‌ଡୋର ଷ୍ଟାଡିୟମ୍‌ରେ ଅନ୍ତର୍ଜାତୀୟ ବ୍ୟାଡ୍‌ମିଣ୍ଟନ ଟୁର୍ଣ୍ଣାମେଣ୍ଟ...

Related Articles

Popular Categories