www.samajalive.in
Wednesday, December 10, 2025
26.1 C
Bhubaneswar

ବିଦ୍ୟାଳୟ ନିକଟରେ ପାଚେରୀ ନିର୍ମାଣକୁ ବିରୋଧ

ସମ୍ବଲପୁର: ସମ୍ବଲପୁର ଜିଲା ପାଞ୍ଚ ଫୁଟ ଗ୍ରାମବାସୀ ଗ୍ରାମରେ ଥିବା ବିଦ୍ୟାଳୟକୁ ଲାଗି ରହିଥିବା ସ୍ଥାନରେ ବନ ବିଭାଗ ପକ୍ଷରୁ ଦିଆଯାଉଥିବା ପାଚେରୀ ନିର୍ମାଣକୁ ବିରୋଧ କରୁଛନ୍ତି। ଏହି କ୍ରମରେ ମଙ୍ଗଳବାର ଜିଲାପାଳଙ୍କ ନିକଟରେ ଗ୍ରାମବାସୀ ଦ୍ୱାରସ୍ଥ ହୋଇ ଏକ ଅଭିଯୋଗ ପତ୍ର ଦାଖଲ କରିଛନ୍ତି। ଦିଆଯାଇଥିବା ଦାବିପତ୍ର ଅନୁଯାୟୀ, ବିଦ୍ୟାଳୟକୁ ଲାଗି କରି ଏକ ଗୋଚର ସରକାରୀ ଜମି ରହିଛି। ଏହି ମେଲନ ପଡ଼ିଆକୁ ପାଞ୍ଚଫୁଟ ୫ଟି ଉଚ୍ଚ ବିଦ୍ୟାଳୟର ଖେଳ ପଡ଼ିଆ ଭାବରେ ବ୍ୟବହାର ସହିତ ଗ୍ରାମର ବିଭିନ୍ନ ସାମାଜିକ କାର୍ଯ୍ୟରେ ବ୍ୟବହାର କରାଯାଉଛି। ତେବେ ବନ ବିଭାଗ ପକ୍ଷରୁ ସେହି ପଡ଼ିଆକୁ ପାଚେରୀ ଦେବା ଯୋଗୁଁ ଏହାକୁ ଗ୍ରାମବାସୀ ବିରୋଧ କରୁଛନ୍ତି। ଏଣୁ ଏହି ପଡ଼ିଆକୁ ପୂର୍ବପରି ଉଚ୍ଚ ବିଦ୍ୟାଳୟର ଖେଳ ପଡ଼ିଆ ଭାବରେ ରଖାଯିବା ସହିତ ବନ ବିଭାଗର ପାଚେରୀ ଦେବା କାର୍ଯ୍ୟକୁ ତୁରନ୍ତ ବନ୍ଦ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି। ପ୍ରଦତ୍ତ ଦାବିପତ୍ରରେ ଇଲାବତି ପୂଜାରୀ, ସଦାନନ୍ଦ ପଶାୟତ, ପୁର୍ଣ୍ଣିମା ପୋଢ଼, କୈଳାସ ଭୋଇ, ଚକ୍ରପାଣି ଛତ୍ରିଆଙ୍କ ସମେତ ଅନେକ ଗ୍ରାମବାସୀ ମାନଙ୍କର ଦସ୍ତଖତ ରହିଛି।

Hot this week

ଦିଲ୍ଲୀର ଅନେକ ସ୍କୁଲକୁ ବୋମା ଧମକ; ପିଲାଙ୍କୁ ଛୁଟି କରି ତନାଘନା ଜାରି

ସମାଜ ଡିଜିଟାଲ ଡେସ୍କ: ରାଜଧାନୀ ଦିଲ୍ଲୀର ଅନେକ ସ୍କୁଲକୁ ପୁଣି ଥରେ...

ସୁନ୍ଦର ଦେଶରେ ପୁରୁଷ ଅଭାବ: ମହିଳାମାନେ ଘଣ୍ଟା ପ୍ରତି ଭଡାରେ ନେଉଛନ୍ତି ସ୍ୱାମୀ

ରିଗା: ଭଡାରେ ମିଳୁଛନ୍ତି ପୁରୁଷ । ଟଙ୍କା ଦେଇ ୱେବସାଇଟରେ ପ୍ରଥମେ...

ଗୋଆ ଅଗ୍ନିକାଣ୍ଡ ଘଟଣାରେ ନାଇଟ୍ କ୍ଲବ୍ ମାଲିକ ଗିରଫ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଉଚ୍ଚ ଶିକ୍ଷାନୁଷ୍ଠାନକୁ ବୁଲା କୁକୁର ଓ ଗାଈ ଭୟ

ଭୁବନେଶ୍ଵର: ଉଚ୍ଚ ଶିକ୍ଷାନୁଷ୍ଠାନକୁ ବୁଲା କୁକୁର ଏବଂ ଗାଈ ଭୟ। ବୁଲା...

ପିଠି ଯନ୍ତ୍ରଣାର କାରଣ ଜୋତା ନୁହେଁ ତ? ଏହି ସଙ୍କେତ ସୂଚାଇ ଦିଏ

ସମାଜ ଡିଜିଟାଲ ଡେସ୍କ: ଆମେ ବାହାରକୁ ବାହାରିବା ମାତ୍ରେ ସାଧାରଣତଃ ଜୋତା...

Related Articles

Popular Categories