www.samajalive.in
Wednesday, December 10, 2025
26.1 C
Bhubaneswar

ଗ୍ରାମ ବନ୍ଧ ନିଲାମ ପ୍ରସଙ୍ଗରେ ଜିଲାପାଳଙ୍କ ନିକଟରେ ଅଭିଯୋଗ

ସମ୍ବଲପୁର: ସମ୍ବଲପୁର ଜିଲା ତବଲା ପଞ୍ଚାୟତର ୧୯ ନମ୍ବର ୱାର୍ଡର କୁଲତା ନୁଆପାଲି ଗ୍ରାମର ଖଡିଆପଡ଼ା ଠାରେ ସ୍ଥିତ ଜୁନା ଗାଁ ବନ୍ଧର ନିଲାମ ପ୍ରସଙ୍ଗରେ ଗ୍ରାମବାସୀ ଜିଲାପାଳଙ୍କ ନିକଟରେ ଦ୍ୱାରସ୍ଥ ହୋଇଛନ୍ତି। ମଙ୍ଗଳବାର ସ୍ଥାନୀୟ ଜିଲାପାଳଙ୍କ କାର୍ଯ୍ୟାଳୟରେ ଦିଆଯାଇଥିବା ଅଭିଯୋଗ ପତ୍ର ଅନୁଯାୟୀ, ପଞ୍ଚାୟତ ପକ୍ଷରୁ ଜୁନା ଗାଁ ବନ୍ଧ ନିଲାମ କୁ ନେଇ ସଠିକ ପ୍ରକ୍ରିୟା ଅବଲମ୍ବନ କରାଯାଇ ନାହିଁ। ଏହି ବନ୍ଧର ନିଲାମ ପ୍ରକ୍ରିୟାରେ ସ୍ଥାନୀୟ ମାଁ ଶକ୍ତି ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ସୂଚନା ଦିଆଯାଇ ନ ଥିବା ବେଳେ ଗ୍ରାମ ବାହାରର ଜଣେ ବ୍ୟକ୍ତିଙ୍କୁ ଉକ୍ତ ବନ୍ଧକୁ ଲିଜରେ ଦିଆଯାଇଛି। ଏଣୁ ସ୍ଥାନୀୟ ୱାର୍ଡ ମେମ୍ବର ସୁରେଶ ସିନ୍ଦରୀଙ୍କ ନେତୃତ୍ୱରେ ମା ଶକ୍ତି ଏସଏଚଜିର ମହିଳା ଓ ଗ୍ରାମବାସୀ ଜିଲାପାଳଙ୍କ କାର୍ଯ୍ୟାଳୟକୁ ଆସି ଏହାର ପ୍ରତିବାଦ କରି ଅଭିଯୋଗ ପତ୍ର ପ୍ରଦାନ କରିଛନ୍ତି।

Hot this week

ଦିଲ୍ଲୀର ଅନେକ ସ୍କୁଲକୁ ବୋମା ଧମକ; ପିଲାଙ୍କୁ ଛୁଟି କରି ତନାଘନା ଜାରି

ସମାଜ ଡିଜିଟାଲ ଡେସ୍କ: ରାଜଧାନୀ ଦିଲ୍ଲୀର ଅନେକ ସ୍କୁଲକୁ ପୁଣି ଥରେ...

ସୁନ୍ଦର ଦେଶରେ ପୁରୁଷ ଅଭାବ: ମହିଳାମାନେ ଘଣ୍ଟା ପ୍ରତି ଭଡାରେ ନେଉଛନ୍ତି ସ୍ୱାମୀ

ରିଗା: ଭଡାରେ ମିଳୁଛନ୍ତି ପୁରୁଷ । ଟଙ୍କା ଦେଇ ୱେବସାଇଟରେ ପ୍ରଥମେ...

ଗୋଆ ଅଗ୍ନିକାଣ୍ଡ ଘଟଣାରେ ନାଇଟ୍ କ୍ଲବ୍ ମାଲିକ ଗିରଫ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଉଚ୍ଚ ଶିକ୍ଷାନୁଷ୍ଠାନକୁ ବୁଲା କୁକୁର ଓ ଗାଈ ଭୟ

ଭୁବନେଶ୍ଵର: ଉଚ୍ଚ ଶିକ୍ଷାନୁଷ୍ଠାନକୁ ବୁଲା କୁକୁର ଏବଂ ଗାଈ ଭୟ। ବୁଲା...

ପିଠି ଯନ୍ତ୍ରଣାର କାରଣ ଜୋତା ନୁହେଁ ତ? ଏହି ସଙ୍କେତ ସୂଚାଇ ଦିଏ

ସମାଜ ଡିଜିଟାଲ ଡେସ୍କ: ଆମେ ବାହାରକୁ ବାହାରିବା ମାତ୍ରେ ସାଧାରଣତଃ ଜୋତା...

Related Articles

Popular Categories