www.samajalive.in
Wednesday, December 10, 2025
23.1 C
Bhubaneswar

ମୋ ବସ ସୁବିଧା ପ୍ରଦାନ ଦାବି

ସମ୍ବଲପୁର: ସମ୍ବଲପୁର ମହାନଗର ନିଗମ ତଥା ଏହାର ଆଖପାଖ ଅଞ୍ଚଳରେ ମୋ ବସ ସୁବିଧା ଆରମ୍ଭ କରିବା ପାଇଁ ଏକ ଦାବିପତ୍ର ଆୱାଜ ଅନୁଷ୍ଠାନ ପକ୍ଷରୁ ଦିଆଯାଇଛି। ମଙ୍ଗଳବାର ଜିଲାପାଳଙ୍କୁ ପ୍ରଦତ୍ତ ଦାବିପତ୍ର ଅନୁଯାୟୀ, ବିଗତ ବହୁ ବର୍ଷ ହେବ ସମ୍ବଲପୁର ସହରକୁ ମହାନଗର ନିଗମ ରୂପେ ଘୋଷଣା କରାଯାଇଥିବା ବେଳେ ଏହାର ସୀମାକୁ ସମ୍ବଲପୁର ସହରରୁ ଅନେକ ଦୂର ସ୍ଥାନ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଏହା ସହ ସମ୍ବଲପୁର ମହାନଗର ନିଗମ କାର୍ଯ୍ୟାଳୟ, ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ଭଳି ଅନେକ ଗୁରୁତ୍ୱପୁର୍ଣ୍ଣ କାର୍ଯ୍ୟାଳୟ ଗୁଡିକ ସହରରୁ ବାହାରକୁ ସ୍ଥାନାନ୍ତରିତ କରାଯାଇଛି। ଫଳରେ ଲୋକେ ଯାତାୟାତ ପାଇଁ ଅନେକ ଅସୁବିଧା ଭୋଗ କରୁଛନ୍ତି। ଏଣୁ ଜନତାଙ୍କ ସୁବିଧା ପାଇଁ ମୋ ବସ ସେବା ଆରମ୍ଭ କରିବାକୁ ଦାବି କରାଯାଇଛି। ପ୍ରଦତ୍ତ ଦାବିପତ୍ରରେ ସଭାପତି ଅରବିନ୍ଦ ନାଏକ, ସମ୍ପାଦକ ମହେଶ କୁମାର ପଣ୍ଡା, କମଳ ଲୋଚନ ପଣ୍ଡା ଙ୍କ ସମେତ ଅନ୍ୟ ସଦସ୍ୟ ମାନଙ୍କର ଦସ୍ତଖତ ରହିଛି।

Hot this week

ଗଙ୍ଗୁଆ ନଳା ଉନ୍ନତି ପ୍ରକଳ୍ପ ଉପରେ ସମୀକ୍ଷା

ଭୁବନେଶ୍ୱର: ଖାରବେଳ ଭବନରେ ଗଙ୍ଗୁଆ ନଳା ଉନ୍ନତି ପ୍ରକଳ୍ପ ସମ୍ବନ୍ଧୀୟ ଏକ...

ଅନିଲ ଅମ୍ବାନୀଙ୍କ ପୁଅ ବିରୋଧରେ ମାମଲା

ନୂଆଦିଲ୍ଲୀ: ଏକ ବ୍ୟାଙ୍କ ଠକେଇ ମାମଲାରେ ସିବିଆଇ ପକ୍ଷରୁ ବିଶିଷ୍ଟ ଶିଳ୍ପପତି...

ଆସନ୍ତା ୧୩ ରୁ ସପ୍ତାହାନ୍ତରେ ଦିନ ସାରା ଖୋଲା ରହିବ ବିଡିଏ ପାର୍କ

ଭୁବନେଶ୍ୱର : ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ) ଏହାର ପାର୍କଗୁଡ଼ିକର ଖୋଲା...

ମାନବାଧିକାର : ଜୀବନର ଆବଶ୍ୟକତା

ମିଳିତ ଜାତିସଂଘ ଆନୁକୂଲ୍ୟରେ ୨୦୨୫ ମସିହାର ମାନବ ଅଧିକାର ଦିବସ (ଡିସେମ୍ବର...

ମହାନଦୀ ପାଇଁ ଉଚ୍ଚସ୍ତରୀୟ କମିଟି ଗଠନ

ଭୁବନେଶ୍ଵର : ରାଜ୍ୟ ସରକାରଙ୍କ ଜଳ ସମ୍ପଦ ବିଭାଗଦ୍ଵାରା ମାନ୍ୟବର...

Related Articles

Popular Categories