www.samajalive.in
Wednesday, December 10, 2025
16.1 C
Bhubaneswar

ଚାପ ମୁକ୍ତ ଜୀବନ ଉପରେ ବ୍ରହ୍ମକୁମାରୀ ପକ୍ଷରୁ କର୍ମଶାଳା

ସମ୍ବଲପୁର : ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱ ବିଦ୍ୟାଳୟ, ସମ୍ବଲପୁର କେନ୍ଦ୍ର ପକ୍ଷରୁ ଚାପ ମୁକ୍ତ ଜୀବନ ଉପରେ ବୁର୍ଲା ସ୍ଥିତ ନର୍ସିଂ ମହାବିଦ୍ୟାଳୟ ଠାରେ ଏକ ଆଧ୍ୟାତ୍ମିକ କର୍ମଶାଳା ଆୟୋଜିତ ହୋଇଯାଇଛି । ସମ୍ବଲପୁର କେନ୍ଦ୍ରର ନିର୍ଦ୍ଦେଶିକା ରାଜଯୋଗିନୀ ପାର୍ବତୀଜୀଙ୍କ ଉଦ୍ୟମ କ୍ରମେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଦକ୍ଷତା ବିକାଶ ପ୍ରଶିକ୍ଷିକ ରୂପେ ବ୍ରହ୍ମକୁମାରୀ ବିଧାତ୍ରୀ (ପ୍ରଶାସନ ବିଭାଗ, ଦିଲ୍ଲୀ) ଯୋଗ ଦେଇଥିଲେ।ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ସମସ୍ତ ଛାତ୍ରୀ ମାନଙ୍କ ସହିତ ଅଧ୍ୟକ୍ଷା ଓ ଶିକ୍ଷକ-ଶିକ୍ଷୟତ୍ରୀ ଭାଗ ନେଇଥିଲେ। କାର୍ଯ୍ୟକ୍ରମରେ ବକ୍ତା ମାନେ ‘ଓମ୍ ଶାନ୍ତି’ ର ଅର୍ଥ ବୁଝାଇବା ସହିତ ଆମ ମନରେ ଯଦି ରାଗ, ହିଂସା ସ୍ଥାନ ଦେବା ନାହିଁ, ତାହା ହେଲେ ସେ ଗୁଡିକ ସର୍ବସମ୍ମୁଖକୁ ଆସିବ ନାହିଁ ବୋଲି କହିଥିଲେ। କାର୍ଯ୍ୟକ୍ରମରେ ଚାପ କ’ଣ ଓ ଏହାର ନିରାକରଣ ଉପରେ ବିସ୍ତୃତ ଆଲୋଚନା କରାଯାଇଥିଲା । ଆତ୍ମା ସହିତ ପରମାତ୍ମାଙ୍କ ମିଳନ ବା ଯୋଗ ହିଁ ରାଜଯୋଗ ଅଟେ । ପରମାତ୍ମା ଶକ୍ତିର ଉତ୍ସ। ତାଙ୍କର ସହିତ ସମ୍ବନ୍ଧ ଯୋଡିଲେ ତାଙ୍କର ଠାରୁ ଆତ୍ମାକୁ ଶକ୍ତି ମିଳିଥାଏ ବୋଲି ବ୍ରହ୍ମକୁମାରୀର ପ୍ରଶିକ୍ଷିକା ମାନେ ପ୍ରଶିକ୍ଷଣ ଦେଇଥିଲେ। ପ୍ରାୟ ୨ ଘଣ୍ଟାର ଏହି କାର୍ଯ୍ୟକ୍ରମରେ କିଛି ସମୟ ପାଇଁ ସମସ୍ତଙ୍କୁ ଚାପ ମୁକ୍ତ ରହିବା ପାଇଁ ବିଭିନ୍ନ ଯୋଗାଭ୍ୟାସ କରାଯାଇଥିଲା । ସୂଚନାଯୋଗ୍ୟ ଯେ, ଚାପ ମୁକ୍ତ ଜୀବନ ଓ ସ୍ୱାସ୍ଥ୍ୟକୁ ପ୍ରାଧାନ୍ୟ ଦିଆଯାଇ ବିଭିନ୍ନ ଅନୁଷ୍ଠାନ ଗୁଡିକ ସହଯୋଗରେ ବ୍ରହ୍ମକୁମାରୀ ସମ୍ବଲପୁର କେନ୍ଦ୍ର ପକ୍ଷରୁ ନିୟମିତ ଏଭଳି କାର୍ଯ୍ୟକ୍ରମ ଗୁଡିକ ଆୟୋଜିତ କରାଯାଇ ସମସ୍ତଙ୍କୁ ପ୍ରେରିତ କରାଯାଉଛି।

Hot this week

ମୋଷ୍ଟ ଷ୍ଟାଇଲିଶ୍‌ ପିପୁଲ ତାଲିକାରେ ଶାହରୁଖ୍‌

ନୂଆଦିଲ୍ଲୀ: ବଲିଉଡ୍ ର ବାଦଶାହା କହିଲେ ତାଙ୍କୁ ସମସ୍ତେ ଜାଣନ୍ତି। ତାଙ୍କ...

ଯୁକ୍ତଦୁଇ ନାମଲେଖାରୁ ବଞ୍ଚିତ ପିଲାଙ୍କୁ ସୁଯୋଗ ପ୍ରଦାନ : ଆଜିଠୁ ୧୪ ଯାଏ ଆବେଦନ

ଭୁବନେଶ୍ବର: ବିଦ୍ୟାଳୟ ବାହାରେ ଥିବା ପିଲାଙ୍କୁ ଶିକ୍ଷା ବ୍ୟବସ୍ଥାର ସାମିଲ ଉଦ୍ୟମ...

ମିଳିଲା ମହିଳାଙ୍କ କଟାମୁଣ୍ଡ

ମାଲକାନଗିରି : କନ୍ୟା ଆଶ୍ରମ ନିକଟ ପୋଟେରୁ ନଦୀକୂଳରୁ ମିଳିଲା କଟାମୁଣ୍ଡ।...

ସୁନା ଓ ରୂପା ଏତିକି ଟଙ୍କା ହେଲା ଶସ୍ତା

ସମାଜ ଡିଜିଟାଲ ଡେସ୍କ: ସୁନା ଓ ରୂପା ମୂଲ୍ୟରେ ସାମାନ୍ୟ ହ୍ରାସ...

Related Articles

Popular Categories