www.samajalive.in
Sunday, December 14, 2025
26.1 C
Bhubaneswar

ଜାତୀୟ ସେବା ଯୋଜନା ପକ୍ଷରୁ ଓ୍ବାଇ-୨୦ କାର୍ଯ୍ୟକ୍ରମ ଅନୁଷ୍ଠିତ

ନର୍ଲା : ଜାତୀୟ ସେବା ଯୋଜନା ଆନୁକୁଲ୍ୟରେ କଳାହାଣ୍ଡି ଜିଲ୍ଲା ଅନ୍ତର୍ଗତ ପଞ୍ଚାୟତ ସମିତି ଡିଗ୍ରୀ ମହାବିଦ୍ୟାଳୟ, ନର୍ଲା ପରିସରରେ ଓ୍ବାଇ-୨୦ ପରାମର୍ଶଦାତା (କନସଲଟେସନ୍) କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କର୍ଲାପଡା ଜାତୀୟ ସେବା ଯୋଜନା କାର୍ଯ୍ୟକ୍ରମ ଅଧିକାରୀ ମୋହନ ପୁଟେଲ ଉପସ୍ଥିତ ଥିଲେ। ସେ ସଂକ୍ଷିପ୍ତରେ ଏହି କାର୍ଯ୍ୟକ୍ରମ ବିଷୟରେ ଆଲୋକପାତ କରିଥିଲେ। ମହାବିଦ୍ୟାଳୟ  ଅଧକ୍ଷ ନାରାୟଣ ପ୍ରସାଦ ପ୍ରଧାନ, ଅଧ୍ୟାପକ ସୁଶାନ୍ତ କୁମାର ସାହୁ, ଅଧ୍ୟାପିକା ବାସନ୍ତୀ ସାହୁ ଉପସ୍ଥିତ ରହିଥିଲେ, ସ୍ବେଛସେବୀ ମାନଙ୍କ ମଧ୍ୟରେ କୁନି ନାଏକ, କ୍ଷମା ପ୍ରସାଦ ସିଂଦେଓ, ଚିତ୍ତରଞ୍ଜନ ବାରିକ, ନିକିତା ସାହୁ, ତୁଷାର ଭୋଇ, ଭୀମ ଗଉଡ, ପୂଜା ରାଣୀ ପାତ୍ର ସମୂହ ଉପସ୍ଥିତ ରହି ଥିବାବେଳେ ମହାବିଦ୍ୟାଳୟର ଶତାଧିକ ଛାତ୍ର ଛାତ୍ରୀ ମଧ୍ୟ ଉପସ୍ଥିତ ରହିଥିଲେ । ଶେଷରେ ଶ୍ରୀ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।

Hot this week

ଧାନ କଟା ମେସିନରେ କଟିଗଲେ ଯୁବଚାଷୀ

ସମାଜ ଲାଇଭ ଡେସ୍କ :ବାଲେଶ୍ଵର ରେ ଧାନକଟା ମେସିନ୍ ରେ  କଟି...

ଧାନ ଜମିରେ ଜଳିଗଲେ ଚାଷୀ

ସମାଜଲାଇଭ ଡେସ୍କ: ଧାନ ଜମିରେ ଜଳିଗଲେ ଚାଷୀ। ପୁରୀ ଜିଲା ପିପିଲି...

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

Related Articles

Popular Categories