www.samajalive.in
Wednesday, December 10, 2025
23.1 C
Bhubaneswar

କିଙ୍ଗ୍‍ସ ଏକାଦଶ ଛାଡ଼ିଲେ ଭେଙ୍କଟେଶ

ନୂଆଦିଲ୍ଲୀ : ଭେଙ୍କଟେଶ ପ୍ରସାଦ ଇତିମଧ୍ୟରେ ଆଇପିଏଲ ଫ୍ରାଞ୍ଚାଇଜି କିଙ୍ଗ୍‍ସ ଏକାଦଶ ପଞ୍ଜାବର ବୋଲିଂ ପ୍ରଶିକ୍ଷକ ପଦରୁ ଇସ୍ତଫା ଦେଇଛନ୍ତି। ତାଙ୍କ ସ୍ଥାନରେ ପୂର୍ବତନ ସ୍ପିନର ଶ୍ରୀଧରନ ଶ୍ରୀରାମଙ୍କୁ ଏହି ପଦରେ ନିଯୁକ୍ତି ଦିଆଯାଇଛି। ଶ୍ରୀରାମ ଇତିପୂର୍ବରୁ ଦିଲ୍ଲୀ ଡେୟାରଡେଭିଲ୍‍ସର ବୋଲିଂ ପ୍ରଶିକ୍ଷକ ଏବଂ ଅଷ୍ଟ୍ରେଲିଆ ଟେଷ୍ଟ ଦଳର ବୋଲିଂ ପରାମର୍ଶଦାତାଭାବେ କାର୍ଯ୍ୟ କରିସାରିଛନ୍ତି। ଚଳିତବର୍ଷ ଆଇପିଏଲରେ ଦଳର ଦୟନୀୟ ପ୍ରଦର୍ଶନ ପରେ କିଙ୍ଗ୍‍ସ ଏକାଦଶର ସପୋର୍ଟ ଷ୍ଟାଫ୍‍ ତାଲିକାରେ ବ୍ୟାପକ ପରିବର୍ତ୍ତନ କରାଯାଇଛି। ବ୍ରାଡ୍‍ ହଜ୍‍ଙ୍କୁ ହଟାଇ ମାଇକ୍‍ ହେସନଙ୍କୁ ମୁଖ୍ୟ ପ୍ରଶିକ୍ଷକ ନିଯୁକ୍ତ କରାଯାଇଥିବାବେଳେ ବୀରେନ୍ଦ୍ର ସେହ୍ୱାଗ ମେଣ୍ଟର ପଦରୁ ଇସ୍ତଫା ଦେଇଛନ୍ତି। ଏପର୍ଯ୍ୟନ୍ତ ଆଇପିଏଲର ୧୧ଟି ସଂସ୍କରଣ ଖେଳାଯାଇଥିବାବେଳେ କିଙ୍ଗ୍‍ସ ଏକାଦଶ ଥରେ ହେଲେ ଚମ୍ପିଆନ ହୋଇପାରିନାହିଁ।

Hot this week

ଶରୀରରେ ଭିଟାମିନ୍‌ ବି-୧୨ର ଅଭାବ ହେଉଛି କି? ଏହି ଶାଗ ଖାଆନ୍ତୁ

ସମାଜ ଡିଜିଟାଲ ଡେସ୍କ: ଶରୀରର ବିକାଶ ପାଇଁ ଭିଟାମିନ ଅତ୍ୟନ୍ତ ଜରୁରୀ।...

ବିଦ୍ୟୁତ୍ ଫାଶ ନେଲା ଜୀବନ

ପାଲଲହଡା : ପାଲଲହଡା କଣିହାଁ ବ୍ଲକ ଚିପିରିମା ଗାଁରେ ଅଭାବନୀୟ ଘଟଣା...

ବନ୍ଦ ଘରେ ଝୁଲନ୍ତା ମୃତଦେହ

ବଲାଙ୍ଗୀର: ବଲାଙ୍ଗୀର ଲୋୟର ସୁକତେଲ ଡ୍ୟାମ୍‌ କଲୋନୀ ବନ୍ଦ ଘରୁ ଝୁଲନ୍ତା...

ଜାନୁଆରୀ ୧ରୁ ୩ଟି ରାଶିରେ ହେବ ଧନ ବର୍ଷା: ନୂଆବର୍ଷ ମଙ୍ଗଳାଦିତ୍ୟ ରାଜଯୋଗରୁ ଆରମ୍ଭ ହେବ

ସମାଜ ଡିଜିଟାଲ ଡେସ୍କ: ୨୦୨୬ ବର୍ଷ ଏକ ଅତ୍ୟନ୍ତ ଶୁଭ ରାଜଯୋଗ...

ମୋଷ୍ଟ ଷ୍ଟାଇଲିଶ୍‌ ପିପୁଲ ତାଲିକାରେ ଶାହରୁଖ୍‌

ନୂଆଦିଲ୍ଲୀ: ବଲିଉଡ୍ ର ବାଦଶାହା କହିଲେ ତାଙ୍କୁ ସମସ୍ତେ ଜାଣନ୍ତି। ତାଙ୍କ...

Related Articles

Popular Categories