www.samajalive.in
Wednesday, December 10, 2025
16.1 C
Bhubaneswar

ରାଜନୀତିରେ ପ୍ରବେଶ ପାଇଁ ଦେବାକୁ ପଡ଼ିବ ଲିଖିତ ପରୀକ୍ଷା, ନୀତୀଶଙ୍କ ନୂଆ ଯୋଜନା

ପାଟନା : ସଂଯୁକ୍ତ ଜନତା ଦଳ (ଜେଡିୟୁ)ରେ ସଦସ୍ୟତା ପାଇଁ ଯୁବକଙ୍କୁ ଲିଖିତ ପରୀକ୍ଷା ଦେବାକୁ ପଡ଼ିବ। ଏହାପରେ ସାକ୍ଷାତାକର ପରୀକ୍ଷା ବି ହେବ। ଉଭୟରେ ଉତ୍ତୀର୍ଣ୍ଣ ଯୁବକଙ୍କୁ ରାଜନୀତିରେ ପ୍ରବେଶର ସୁଯୋଗ ମଳିିବ ଓ ସେ ଜେଡିୟୁର ସଦସ୍ୟତା ହାସଲ କରିବେ। ଜେଡିୟୁର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ପ୍ରଶାନ୍ତ କିଶୋର ଜେଡିୟୁରେ ସଦସ୍ୟତା ପାଇଁ ଏହି ନୂତନ ଯୋଜାନାର ଆରମ୍ଭ କରିଛନ୍ତି। ଏହି ପକ୍ରିୟାରେ ଜେଡିୟୁରେ ଲକ୍ଷେ ଯୁବକଙ୍କୁ ପ୍ରବେଶ କରାଇବାର ଲକ୍ଷ୍ୟ ରଖାଯାଇଛି।
ଜେଡିୟୁ ପକ୍ଷରୁ ଦାବି କରାଯାଇଛି ଯେ ଯୁବକଙ୍କୁ ସକ୍ରିୟ ରାଜନୀତିକୁ ଆଣିବା ପାଇଁ ପୂର୍ବରୁ କୌଣସି ବି ଦଳ ଏଭଳି ଉପାୟ ଅବଲମ୍ବନ କରିନାହିଁ। ପରୀକ୍ଷାରେ ଉତ୍ତୀର୍ଣ୍ଣ ଯୁବକଙ୍କୁ ନିର୍ବାଚନରେ ଦଳୀୟ ଦାୟିତ୍ୱ ମିଳିବ ଏବଂ ସେମାନଙ୍କ ମଧ୍ୟରୁ ସଫଳ ରାଜନେତାଙ୍କୁ ୨୦୨୦ ବିଧାନସଭା ନିର୍ବାଚନରେ ଜେଡିୟୁ ଟିକେଟ୍‍ ମିଳିବ ବୋଲି ଘୋଷଣା କରାଯାଇଛି।
ଦଳରେ ସଦସ୍ୟତା ହ୍ରାସକୁ ନେଇ ଚିନ୍ତିତ ଜେଡିୟୁ ଅଧ୍ୟକ୍ଷ ତଥା ବିହାର ମୁଖ୍ୟମନ୍ତୀ ନୀତୀଶ କୁମାର ସଦସ୍ୟତା ବୃଦ୍ଧି ପାଇଁ ପ୍ରଶାନ୍ତ କିଶୋରଙ୍କୁ ଦାୟିତ୍ୱ ଦେଇଥିଲେ। ଏହି କ୍ରମରେ ପ୍ରଶାନ୍ତ କିଶୋର ଏହି ନୂଆ ବ୍ୟବସ୍ଥା ଆରମ୍ଭ କରିଛନ୍ତି। ପ୍ରଶାନ୍ତ କିଶୋରଙ୍କ ନେତୃତ୍ୱରେ କିଛି ରାଜନେତାଙ୍କୁ ନେଇ ଏକ ଦଳ ଗଠନ କରାଯାଇଛି। ଦଳରେ ସଦସ୍ୟତା ହାସଲ କରିବାକୁ ଚାହୁଁଥିବା ଯୁବକଙ୍କ ପାଇଁ ଏକ ଟେଲିଫୋନ୍‍ ନମ୍ବର ଜାରି କରାଯାଇଛି। ଯୁବକ ଫୋନ୍‍ କରି ସାକ୍ଷାତାର ପାଇଁ ସମୟ ନେଇପାରିବେ। ଏହାପରେ ଯୁବକଙ୍କୁ ପାଟନା ଆସି ଧାର୍ଯ୍ୟ ସ୍ଥାନରେ ଏକ ରାଜନୀତିର ପ୍ରଶ୍ନପତ୍ର ଥିବା ଫର୍ମ ପୂରଣ କରିବାକୁ ପଡ଼ିବ। ଏହାକୁ ଲିଖିତ ପରୀକ୍ଷା ମଧ୍ୟ କୁହାଯାଉଛି। ଉତ୍ତର ଅନୁସାରେ ଆଶାୟୀଙ୍କ ଏକ ତାଲିକା ପ୍ରସ୍ତୁତ କରାଯିବ ଓ ପରେ ବ୍ୟକ୍ତିଗତ ସାକ୍ଷାତକାର ଅନୁସାରେ ସେମାନଙ୍କୁ ଦଳରେ ସାମିଲ କରାଯିବ। ଏଥିରେ ଚୟନ ଯୁବକଙ୍କୁ ଦଳୀୟ ଦାୟିତ୍ୱ ପ୍ରଦାନ କରାଯିବ।
ଜେଡିୟୁ ସଦସ୍ୟତା ପାଇଁ ଏପର୍ଯ୍ୟନ୍ତ ୩୦ ହଜାରରୁ ଅଧିକ ଯୁବକ ଆଗ୍ରହ ଦେଖାଇଥିବା ସୂଚନା ମିଳିଛି।

Hot this week

ସୁନା ଓ ରୂପା ଏତିକି ଟଙ୍କା ହେଲା ଶସ୍ତା

ସମାଜ ଡିଜିଟାଲ ଡେସ୍କ: ସୁନା ଓ ରୂପା ମୂଲ୍ୟରେ ସାମାନ୍ୟ ହ୍ରାସ...

ସ୍ବତନ୍ତ୍ର ସିନ୍ଧ୍‌ ଦେଶ ଗଠନ ଦାବି; ପାକିସ୍ତାନରେ ହିଂସା

କରାଚି: ବେଲୁଚିସ୍ତାନ ପରେ ପାକିସ୍ତାନରେ ଏବେ ସ୍ବତନ୍ତ୍ର ସିନ୍ଧ୍‌ଦେଶ ଗଠନ ଦାବି...

ଭୋଟ ଚୋରି ଜାତୀୟତା ବିରୋଧୀ କାର୍ଯ୍ୟ: ରାହୁଲ

ନୂଆଦିଲ୍ଲୀ: ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଦେଶର ବିଭିନ୍ନ ରାଜ୍ୟରେ ଚାଲିଥିବା ସ୍ବତନ୍ତ୍ର...

ଆଇପିଏଲ୍‌ ନିଲାମ ତାଲିକାରେ ୩୫୦ ଖେଳାଳି

ନୂଆଦିଲ୍ଲୀ: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ୨୦୨୬ ସଂସ୍କରଣ ଲାଗି ମିନି...

ଓଡ଼ିଶା ମାଷ୍ଟର୍ସ ବ୍ୟାଡ୍‌ମିଣ୍ଟନ ଟୁର୍ଣ୍ଣାମେଣ୍ଟ ଆରମ୍ଭ

କଟକ: କଟକର ଜବାହରଲାଲ ନେହେରୁ ଇନ୍‌ଡୋର ଷ୍ଟାଡିୟମ୍‌ରେ ଅନ୍ତର୍ଜାତୀୟ ବ୍ୟାଡ୍‌ମିଣ୍ଟନ ଟୁର୍ଣ୍ଣାମେଣ୍ଟ...

Related Articles

Popular Categories