www.samajalive.in
Wednesday, December 10, 2025
23.1 C
Bhubaneswar

ମଙ୍ଗଳବାର ରାଶିଫଳ

ମେଷ: ବନ୍ଧୁ ସହଯୋଗ ପାଇ ଉପକୃତ ହେବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ଯାନବାହନ ସୁଖ ମିଳିପାରେ। ରାଜପ୍ରସାଦ ଭଳି ଗୃହରେ ବାସ କରିବେ। ମୂଲ୍ୟବାନ ଧାତୁ ଦ୍ରବ୍ୟ ପ୍ରାପ୍ତ ହେବାର ସୂଚନା ମିଳଛି।
ବୃଷ: କାର୍ଯ୍ୟକୁ କରାୟତ୍ତ କରିପାରନ୍ତି। ଶତ୍ରୁନାଶ କରି ନିଃଶଙ୍କ ହେବେ। ଶ୍ରେଷ୍ଠ ସମ୍ମାନର ଅଧିକାରୀ ହେବେ। କାର୍ଯ୍ୟକ୍ଷେତ୍ରରେ ଉତ୍ସାହ ବୃଦ୍ଧି ପାଇବ। ପରୋପକାରୀ ହେବେ। ବିଭିନ୍ନ ପ୍ରକାର ଧନଲାଭର ସୂଚନା ମିଳୁଛି।
ମିଥୁନ: ଯାନାଦିକ୍ରୟ କରିବାର ସୂଚନା ମିଳୁଛି। ଆଶ୍ୱସନା ମିଳିବ। ହିଂସା ମାର୍ଗରେ ମନ ବଳାଇଲେ ବି ଶ୍ରେଷ୍ଠମାନ୍ୟତା ପ୍ରାପ୍ତ ହୋଇପାରନ୍ତି; ମାତ୍ର ଧନ ଓ ପୁଣ୍ୟକ୍ଷୟ ହୋଇପାରେ। ଲୋକପ୍ରିୟ ହେବେ। ପତ୍ନୀ ସୁଦକ୍ଷା ହେବେ।
କର୍କଟ: ନୂତନ ସଂପର୍କ ସୃଷ୍ଟି କରିପାରନ୍ତି। ପୁତ୍ର ସନ୍ତାନ ପ୍ରାପ୍ତିର ସୂଚନା ମିଳୁଛି। ମନୋରମା ପତ୍ନୀର ସାହଚାର୍ଯ୍ୟ ମିଳିବ। ମନୋଜ୍ଞ ହୋଇପାରନ୍ତି। ଗୁରୁତ୍ୱପୂର୍ଣ୍ଣର୍ କାର୍ଯ୍ୟ ସମ୍ପାଦନ କରି ପ୍ରଶଂସିତ ହେବାର ସୂଚନା ମିଳଛି।
ସିଂହ: ଭ୍ରାତୃବିବାଦଜନିତ ଅଶାନ୍ତିର ଅବସାନ ଘଟିପାରେ। ଉଚ୍ଚଆଶା ଫଳବତୀ ହେବ। ପ୍ରିୟ ଭାଷୀ ହେବେ। ଧନ ଓ ଯାନବାହନଯୁକ୍ତ ହୋଇପାରନ୍ତି। ସୁବର୍ଣ୍ଣ ସମ୍ପଦ ମିଳିପାରେ। ସୁସ୍ଥ ଓ ନିରାମୟ ରହିପାରନ୍ତି।
କନ୍ୟା: ବୃଥା କାର୍ଯ୍ୟରେ ବ୍ୟୟ ବୃଦ୍ଧି ହୋଇପାରେ। ଆଶାବଦୀ ହୋଇପାରନ୍ତି। ବ୍ୟବସାୟ ଲାଭଜନକ ହେବ। ଲୋକମାନଙ୍କ ଠାରୁ ଶ୍ରେଷ୍ଠ ସମ୍ମାନ ମିଳିପାରେ। ବିବାଦରେ ବିଜୟୀ ହେବେ। ମାନସିକ ଅଶାନ୍ତି ଦୂର ହେବ।
ତୁଳା: ଶ୍ରୀଚନ୍ଦ୍ର ଭୋଗ ହେଉଥିବାରୁ ଉତ୍ତମ ଭୋଜନରେ ଆପ୍ୟାୟିତ ହେବେ। ଆୟ ଉତ୍ତମ ଧରଣର ହେବ। ସରକାରୀ ବା ବନ୍ଧୁ ସହାୟତାରେ ଲାଭବାନ ହେବେ। ସୁସ୍ଥ ଓ ନିରାମୟ ରହିବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ।
ବିଛା: ଭୁଲ ସିଦ୍ଧାନ୍ତ ନେଇ ଖର୍ଚ୍ଚାନ୍ତ ହୋଇପାରନ୍ତି। ବିନୀତ ସ୍ୱଭାବର ହେବେ। ସୌଭାଗ୍ୟ ଯୁକ୍ତ ହୋଇପାରନ୍ତି। ପ୍ରଭାବଶାଳୀ ହେବେ। ନିଜ ବଳାର୍ଜିତ ଧନ ଭୋଗ କରିପାରନ୍ତି। ମନୋଜ୍ଞ ହେବେ। ମଧୁରଭାଷୀ ଓ ସ୍ନେହଶୀଳ ହେବେ।
ଧନୁ: କାର୍ଯ୍ୟ ନିଜ ଆୟତ୍ତରେ ରହିବ। ଆୟ ଆଶାନୁରୂପ ହେବ। ଲୋକପ୍ରିୟତା ଅର୍ଜନ କରିପାରନ୍ତି। ନାନାବିଧ ସମ୍ମାନର ଅଧିକାରୀ ହେବେ। ଯାନବାହନ ସୁଖ ମିଳିବ। କୀର୍ତ୍ତିମାନ ହେବେ। ପ୍ରସନ୍ନତା ଲାଭ କରିପାରନ୍ତି।
ମକର: ମାନସିକ ଉତ୍ତେଜନା ଭୋଗ କରିପାରନ୍ତି। କର୍ମ ଚଞ୍ଚଳ ରହିବେ। ତୀର୍ଥ ପର୍ଯ୍ୟଟନର ସୁଯୋଗ ମିଳିବ। ସୁ ସାଧୁଙ୍କ ସେବାରେ ନିଜକୁ ନିୟୋଜିତ କରିପାରନ୍ତି। ବହୁ ମାତ୍ରାର ଧନ ସଞ୍ଚୟ କରିପାରନ୍ତି। ଶ୍ରେଷ୍ଠମାନ୍ୟତା ମିଳିବ।
କୁମ୍ଭ: ପରୋପକାରୀ ହେବେ। ଧର୍ମାସକ୍ତ ହେବେ। ମତିମାନ ହୋଇପାରନ୍ତି। ପୁତ୍ର, ମିତ୍ର ହେତୁକ ସୁଖ ଭୋଗୀ ହେବେ। ଧର୍ମାଶ୍ରିତ ହେବେ। କଥାବାର୍ତ୍ତା ତୀକ୍ଷ୍ମ ହୋଇପାରେ। ଇନ୍ଦ୍ର ନୀଳ, ଊର୍ଣ୍ଣା ନାନା ସୁନ୍ଦର ବସ୍ତୁ ଲାଭ ହେବ।
ମୀନ: ଗମନା-ଗମନରେ ସତର୍କତା ଅବଲମ୍ବନ କରିବାକୁ ପଡ଼ିବ। ସୁଭାଷୀ ହେବେ। ସୁବିଦ୍ୟାଯୁକ୍ତ ହୋଇପାରନ୍ତି। ସାମାନ୍ୟ ଅସୁସ୍ଥତା ଅନୁଭବ କରିବେ। ଭୋଗୀ ଓ ତେଜିୟାନ ହେବେ। ଚଞ୍ଚଳ ଚେଷ୍ଟିତ ହୋଇପାରନ୍ତି।

Hot this week

ଚିନ୍ତାକଳ୍ପ : ଦୃଷ୍ଟିକୋଣ

ଦୃଷ୍ଟିକୋଣ (ଆଭିମୁଖ୍ୟ)ରେ ପରିବର୍ତ୍ତନ ସବୁଠାରୁ ବଡ଼ ପରିବର୍ତ୍ତନ ବୋଲି କୁହାଯାଇଥାଏ। ଆପଣାର...

ସମ୍ପାଦକୀୟ : ଭୂମିକମ୍ପ ବିପତ୍ତି

ଭାରତର ସହରାଞ୍ଚଳ ପାଇଁ ସତର୍କ ଘଣ୍ଟି ଜାପାନରେ ଗତ ୮ ତାରିଖ ଦିନ...

ସମ୍ପାଦକୀୟ : ଯଥା ପୂର୍ବଂ, ତଥା ପରମ୍‌

ସରକାର ବଦଳିଲେ ଧାରା ବଦଳୁ ନାହିଁ ନଭେମ୍ବର ୨୭ରେ ଭାରତର ରାଷ୍ଟ୍ରପତିଙ୍କ ଅଭିଭାଷଣରୁ...

ଭାରତରେ ପ୍ରତିଦିନ ୫୨ଗର୍ଭବତୀ ମହିଳାଙ୍କ ମୃତ୍ୟୁ: ବିଶ୍ୱରେ ପ୍ରତି ୨ମିନିଟରେ ଜଣେ, କାରଣ କ’ଣ?

ସମାଜ ଡିଜିଟାଲ ଡେସ୍କ: ବିଶ୍ୱରେ ୨୦୨୩ ମସିହାରେ, ଗର୍ଭାବସ୍ଥା କିମ୍ବା ପ୍ରସବ...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ଘଟଣା; ଲୁଥ୍ରା ଭ୍ରାତାଙ୍କ ବିରୋଧରେ ବ୍ଲୁ କର୍ଣ୍ଣର ନୋଟିସ

ପାଣାଜୀ: ଗୋଆ ରାଜଧାନୀ ପାଣାଜୀସ୍ଥିତ ଏକ ନାଇଟ୍‌ କ୍ଲବରେ ଗତ ରବିବାର...

Related Articles

Popular Categories