www.samajalive.in
Monday, December 15, 2025
16.1 C
Bhubaneswar

ନିଃସହାୟ ଲତାଙ୍କୁ ମିଳିଲା ଉପଯୁକ୍ତ ଚିକିତ୍ସା, ମୁଖ୍ୟମନ୍ତ୍ରୀଙ୍କୁ ଜଣାଇଲେ କୃତଜ୍ଞତା

ଭୁବନେଶ୍ୱର: କେନ୍ଦୁଝର ଜିଲା ହରିଚନ୍ଦନପୁର ବ୍ଲକ୍ ଅନ୍ତର୍ଗତ ବାଇଜପଡା ଗ୍ରାମର ନିଃସହାୟ ଲତା ଦେହୁରୀଙ୍କୁ ଉଚ୍ଚମାନର ଚିକିତ୍ସା ମିଳିଛି। ୩୫ ବର୍ଷ ବୟସ୍କ ଲତା ଦେହୁରୀ ଅବିବାହିତା ଅଟନ୍ତି। ତାଙ୍କର ବାପା ଓ ମା’ଆରପାରିକୁ ଚାଲିଯିବା ପରେ ଲତା ସମ୍ପୂର୍ଣ୍ଣ ନିଃସହାୟ ହୋଇପଡିଥିଲେ। ପେଟରେ ଏକ ଅଜଣା ରୋଗ ଯୋଗୁଁ ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଖରାପ ହୋଇ ଯାଇଥିଲା ଏବଂ ସେ ଏକ ପ୍ରକାର ଅଚଳ ହୋଇପଡିଥିଲେ।

ଗଣମାଧ୍ୟମରୁ ଏକଥା ଜାଣିବା ମାତ୍ରେ, ବିଏସକେୱାଇ ଟିମ୍ ଲତାଙ୍କର ଉପଯୁକ୍ତ ଚିକିତ୍ସା ପାଇଁ ତ୍ୱରିତ ପଦକ୍ଷେପ ନେଇଥିଲେ। କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀଙ୍କ ନିର୍ଦ୍ଦେଶକ୍ରମେ ହରିଚନ୍ଦନପୁର କମ୍ୟୁନିଟି ସ୍ୱାସ୍ଥ୍ୟ କେନ୍ଦ୍ରର ହେଲଥ ଟିମ ଲତାଙ୍କ ଘରେ ପହଞ୍ଚି ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥାର ପ୍ରାଥମିକ ଯାଞ୍ଚ କରିବା ସହ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆଣି ଆଡ଼ମିଶନ କରାଇଥିଲେ। ପରୀକ୍ଷା ନିରୀକ୍ଷାରୁ ଜଣାପଡିଥିଲା ଯେ, ସେ ଓଭାରିଆନ୍ ସିଷ୍ଟ୍ ଓ ରକ୍ତହୀନତା ରୋଗରେ ଆକ୍ରାନ୍ତ ଥିଲେ।

- Advertisement -

ବର୍ତ୍ତମାନ ଲତାଙ୍କୁ ସ୍ତ୍ରୀ ଓ ପ୍ରସୂତି ୱାର୍ଡର ବେଡ୍ ନଂ- ୭୨ ରେ ରଖାଯାଇ ଚିକିତ୍ସା କରାଯାଉଛି। ଇତି ମଧ୍ୟରେ ଆବଶ୍ୟକ ପଡିବାରୁ ଲତାଙ୍କୁ ରକ୍ତ ଦିଆଯାଇଛି ଏବଂ ତାଙ୍କ ପାଇଁ ଉଚ୍ଚମାନର ଔଷଧ ଓ ପୃଷ୍ଟିଯୁକ୍ତ ଖାଦ୍ୟର ବ୍ୟବସ୍ଥା କରାଯାଇଛି। ଧିରେ ଧିରେ ତାଙ୍କର ଅବସ୍ଥା ସୁଧୁରୁଛି ଏବଂ ସେ ଶିଘ୍ର ଆରୋଗ୍ୟ ଲାଭ କରିବେ ବୋଲି ତାଙ୍କୁ ଚିକିତ୍ସା କରୁଥିବା ଡାକ୍ତର ଆଶା ପ୍ରକାଶ କରିଛନ୍ତି। ବାପା ମା’ ଛେଉଣ୍ଡ ଅବିବାହିତ ଲତାଙ୍କୁ ମଧ୍ୟ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସାମିଲ କରାଯାଇଛି। ମୁଖ୍ୟମନ୍ତ୍ରୀଙ୍କ ସ୍ୱାସ୍ଥ୍ୟ ସେବା ଯୋଜନା ତାଙ୍କ ଜୀବନ ରକ୍ଷା କରିଥିବାରୁ ଲତା ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଛନ୍ତି। ଏକ ନିଃସହାୟ ମହିଳାଙ୍କୁ ତତ୍ପରତାର ସହିତ ଚିକିତ୍ସା ବ୍ୟବସ୍ଥା କରାଯାଇଥିବାରୁ ସ୍ଥାନୀୟ ଜନସାଧାରଣ ସନ୍ତୋଷ ପ୍ରକାଶ କରିଛନ୍ତି।

Hot this week

ଆଜି ବି ୬,୭୦୪ ଗାଁକୁ ରାସ୍ତା ନାହିଁ

ଭୁବନେଶ୍ବର: ଦେଶ ସ୍ବାଧୀନତାର ୭୭ବର୍ଷ ପରେ ବି ରାଜ୍ୟର ୬,୭୦୪ଟି ଗାଁକୁ...

ପଶ୍ଚିମ ଓଡ଼ିଶାରେ ପ୍ରଫେସର ସଙ୍କଟ

ସମ୍ବଲପୁର: ପଶ୍ଚିମ ଓଡ଼ିଶାର ଅଧିକାଂଶ ବିଶ୍ବବିଦ୍ୟାଳୟରେ ପ୍ରଫେସର ପଦ ଖାଲି ପଡ଼ିଛି।...

ମଧ୍ୟସ୍ଥତା ହିଁ ନ୍ୟାୟ ପ୍ରଣାଳୀର ସରଳ ବିକଳ୍ପ : ପ୍ରଧାନ ବିଚାରପତି

କଟକ: ବିଚାରାଧୀନ ମାମଲା, ବଢ଼ୁଥିବା ମକଦ୍ଦମା ଖର୍ଚ୍ଚ ଏବଂ ସମୟ ବ୍ୟୟ-ଏହି...

କଂଗ୍ରେସରୁ ବିଦା ହେଲେ ମୋକିମ୍‌ : ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ

ସମାଜ ଡିଜିଟାଲ ଡେସ୍କ: ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ...

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

Related Articles

Popular Categories