www.samajalive.in
Friday, December 12, 2025
15.1 C
Bhubaneswar

ଶ୍ରେଷ୍ଠ ଆଇନ ସ୍ନାତ୍ତକ ଭାବେ ଅଂଶୁମାନଙ୍କୁ ସ୍ୱର୍ଣ୍ଣପଦକ

କେନ୍ଦୁଝରଗଡ଼: ମହାରାଜା ଶ୍ରୀରାମ ଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟ ବାରିପଦାର ୧୨ତମ ସମାବର୍ତ୍ତନ ଉତ୍ସବରେ ପ୍ରଭାସ ମଞ୍ଜରୀ ଆଇନ ମହାବିଦ୍ୟାଳୟ କେନ୍ଦୁଝରର ଛାତ୍ର ଅଂଶୁମାନ ଚକ୍ରବର୍ତ୍ତୀ ୨୦୨୨ର ଶ୍ରେଷ୍ଠ ଆଇନ ସ୍ନାତ୍ତକ ଭାବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଠାରୁ ସ୍ୱର୍ଣ୍ଣ ପଦକ ଗ୍ରହଣ କରିଛନ୍ତି। ବିଶ୍ୱବିଦ୍ୟାଳୟ ପରିସରରେ ଶନିବାର ଆୟୋଜିତ ସମାବର୍ତ୍ତନ ଉତ୍ସବରେ ରାଜ୍ୟପାଳ ତଥା କୁଳାଧିପତି ପ୍ରଫେସର ଗଣେଶୀ ଲାଲ, ଜଙ୍ଗଲ ପରିବେଶ ଓ ପଞ୍ଚାୟତରାଜ ମନ୍ତ୍ରୀ ପ୍ରଦୀପ କୁମାର ଅମାତ, କୁଳପତି ସନ୍ତୋଷ କୁମାର ତ୍ରିପାଠୀଙ୍କ ଉପସ୍ଥିତିରେ ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ଅଂଶୁମାନଙ୍କୁ ସ୍ୱର୍ଣ୍ଣ ପଦକ ପ୍ରଦାନ କରିଥିଲେ। ପ୍ରଭାସ ମଞ୍ଜରୀ ଆଇନ ମହାବିଦ୍ୟାଳୟ କେନ୍ଦୁଝରର ଅଧ୍ୟକ୍ଷ ଧନେଶ୍ୱର ଦାସ, ସମସ୍ତ ଅଧ୍ୟାପକ ଅଧ୍ୟାପିକା, ସହପାଠୀ, ପରିବାରବର୍ଗ ଏବଂ ଶୁଭେଛୁଙ୍କୁ ନିଜର ଏହି ଶ୍ରେୟ ପ୍ରଦାନ କରିଛନ୍ତି ଅଂଶୁମାନ।

ସୂଚନାଯୋଗ୍ୟ ଯେ ଅଂଶୁମାନ ଜଣେ ଯୁବ ସମାଜସେବୀ ଭାବେ ନିଜର ଉତ୍କର୍ଷତା ପାଇଁ ଜିଲା ଓ ରାଜ୍ୟ ବାହାରର ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ବହୁବାର ସମ୍ବର୍ଦ୍ଧିତ ହୋଇଥିବା ବେଳେ ଆଜି ରାଷ୍ଟ୍ରପତିଙ୍କ ଠାରୁ ସ୍ୱର୍ଣ୍ଣପଦକ ଗ୍ରହଣ କରି ଜିଲା ପାଇଁ ଗୌରବ ଆଣି ଦେଇଥିବାରୁ ଅଂଶୁମାନଙ୍କୁ ଶୁଭେଛା ସୁଅ ଛୁଟିଛି।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories