www.samajalive.in
Sunday, December 14, 2025
17.1 C
Bhubaneswar

ବାଣୀପଦା ଗଣ୍ଡଗୋଳ ଘଟଣାରେ ୪ ଗିରଫ

ଚୌଦ୍ୱାର: ଚୌଦ୍ୱାର ଥାନା ଅଧିନ ବାଣୀପଦା ଗ୍ରାମରେ ଗଣ୍ଡଗୋଳ ଘଟଣାରେ ପୁଲିସ୍ ୪ଜଣଙ୍କୁ ଗିରଫ କରି ଅଦାଲତ ଚାଲାଣ କରିଛି । ଗିରଫ ଅଭିଯୁକ୍ତ ମାନେ ହେଲେ ବାଣୀପଦା ମଲ୍ଲିକ ସାହିତ ଜିତୁ ମଲ୍ଲିକ(୨୪), ତ୍ରିନାଥ ସେଠୀ(୨୩), ରାଜେଶ ମଲ୍ଲିକ(୨୦) ଓ ସରୋଜ ସେଠୀ(୨୩) । ସୂଚନାଯୋଗ୍ୟଯେ ବାଣୀପଦା ଗ୍ରାମରେ ଅପେରା ଚାଲିଥିବାବେଳେ ଗତ ୧ତାରିଖ ବିଳମ୍ବିତ ରାତିରେ ସାଇକେଲ ଷ୍ଟାଣ୍ଡକୁ ନେଇ ମଲ୍ଲିକ ସାହି ଓ ହନୁମାନ ସାହିର ଯୁବକ ମାନଙ୍କ ମଧ୍ୟରେ ଗଣ୍ଡଗୋଳ ଘଟିଥିଲା।ଏଥିରେ ହନୁମାନ ସାହିର ତାପସ ସଂପୃକ୍ତ ଥିବାରୁ ମଲ୍ଲିକ ସାହିର ଯୁବକ ମାନେ ତାପସ ଘର ଉପରକୁ ଢ଼େଲା ପଥର ଓ ବୋତଲ ମାଡ଼ କରିବା ସହିତ ତାର ସାନ ଭାଇକୁ ମାଡ଼ମାରି ଆହତ କରିଥିଲେ। ଘଟଣା ବଢ଼ିବାର ଆଶଂକା କରି ତାପସ ସେହିଦିନ ଜଗତପୁରସ୍ଥିତ ତା ମାମୁଁ ଘରକୁ ଚାଲିଯାଇ ସେହି ଦିନ ଚୌଦ୍ୱାର ଫେରିଥିଲେ ହେଁ ଆଉ ଗ୍ରାମକୁ ଫେରି ନଥିଲା। ପରଦିନ ସକାଳେ ତାର ଖଣ୍ଡ ବିଖଣ୍ଡିତ ଶବ ମଙ୍ଗୁଳି ଷ୍ଟେଶନ୍ ନିକଟ ରେଳ ଧାରଣା ଉପରେ ପଡ଼ିଥିବା ଦେଖିବାକୁ ମିଳିଥିଲା। ଏନେଇ ତାପସକୁ ହତ୍ୟା କରାଯାଇଥିବା ତା’ ପରିବାର ପକ୍ଷରୁ ଥନାରେ ଅଭିଯୋଗ କରାଯାଇଥିଲା। ପୁଲିସ ଘଟଣାର ତଦନ୍ତ ଜାରୀ ରଖିଛି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories