www.samajalive.in
Tuesday, December 9, 2025
15.1 C
Bhubaneswar

ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନ: ବିଜେପିର ଦ୍ୱିତୀୟ ପ୍ରାର୍ଥିତାଲିକା ପ୍ରକାଶିତ

ଭୋପାଳ : ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ସୋମବାର ବିଜେପିର ଦ୍ୱିତୀୟ ପ୍ରାର୍ଥିତାଲିକା ପ୍ରକାଶ ପାଇଛି। ଦ୍ୱିତୀୟ ପ୍ରାର୍ଥିତାଲିକାରେ ୧୭ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରାଯାଇଛି। ଏହି ତାଲିକାରେ ବିଦ୍ରୋହୀ ଭୂମିକାରେ ଅବତୀର୍ଣ୍ଣ ହୋଇଥିବା ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ବାବୁ ଲାଲ ଗୌରଙ୍କ ଗୋବିନ୍ଦପୁର ବିଧାନସଭା ଆସନକୁ ସାମିଲ କରାଯାଇନାହିଁ। ଅପରପକ୍ଷରେ ବିଜେପି ଟିକେଟ ନ ମିଳିଲେ ସ୍ୱାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ଲଢିବେ ବୋଲି ସେ ଘୋଷଣା କରିଛନ୍ତି।

ପ୍ରକାଶଯୋଗ୍ୟ ଯେ ମଧ୍ୟପ୍ରଦେଶର ମୋଟ ୨୩୦ ବିଧାନସଭା ଆସନ ପାଇଁ ନିର୍ବାଚନ ହେବାକୁ ଥିବାବେଳେ ବିଜେପି ପକ୍ଷରୁ ଦୁଇଟି ତାଲିକାରେ ୧୯୪ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି। ପ୍ରଥମ ପ୍ରାର୍ଥିତାଲିକାରେ ୧୭୭ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଥିଲା ବେଳେ ଦ୍ୱିତୀୟ ତାଲିକାରେ ୧୭ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଛି। ତୃତୀୟ ତାଲିକାରେ ଆଉ ୩୬ ଜଣଙ୍କ ନାମ ଘୋଷଣା କରାଯିବ ବୋଲି ସୂଚନା ମିଳିଛି।
କୁହାଯାଉଛି ଯେ ନରେନ୍ଦ୍ର ମୋଦୀ ପ୍ରଧାନମନ୍ତ୍ରୀ ହେବା ପରେ ୭୦ ବର୍ଷରୁ ଊର୍ଦ୍ଧ୍ବ ନେତାଙ୍କୁ କୌଣସି ଦାୟିତ୍ୱ ନଦେବାକୁ ନିଷ୍ପତ୍ତି ହୋଇଥିଲା। ଏହି କ୍ରମରେ ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ୮୮ ବର୍ଷିୟ ବାବୁ ଲାଲ ଗୌରଙ୍କୁ ଶିବରାଜ ସିଂହ ଚୌହାନଙ୍କ ମନ୍ତ୍ରିମଣ୍ଡଳରୁ ବାହାର କରିଦିଆଯାଇଥିଲା। ମଧ୍ୟପ୍ରଦେଶରେ ବାବୁ ଲାଲ ଜଣେ ପ୍ରଭାବଶାଳୀ ନେତା ଭାବେ ଜଣାଶୁଣା। ଚଳିତ ଥର ବିଧାନସଭା ଆସନ ନିର୍ବାଚନରେ ତାଙ୍କୁ ଟିକେଟ୍‍ ମିଳିବ ନାହିଁ ବୋଲି ଶୁଣିବାକୁ ମିଳିଥିଲା। ଆଶଙ୍କା ଦୃଢ ହେବା ପରେ ବାବୁ ଲାଲ ବିଦ୍ରୋହୀ ଭୂମିକାରେ ଅବତୀର୍ଣ୍ଣ ହୋଇଥିଲେ। ଟିକେଟ୍‍ ନ ମିଳିଲେ ସ୍ୱାଧୀନ ଭାବେ ନିର୍ବାଚନ ଲଢିବେ ବୋଲି ସେ ଘୋଷଣା କରିଛନ୍ତି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories