www.samajalive.in
Sunday, December 7, 2025
23.1 C
Bhubaneswar

୨୭ ଝିଅଙ୍କ ମୃତ୍ୟୁ ରହସ୍ୟରେ ଛନ୍ଦି ହୋଇଛନ୍ତି ସୋନାକ୍ଷୀ; ପୁଲିସ ସାଜି ନ୍ୟାୟ ପାଇଁ କରୁଛନ୍ତି ଲଢେଇ

ମୁମ୍ବାଇ: ବଲିଉଡ଼ ଅଭିନେତ୍ରୀ ସୋନାକ୍ଷୀ ସିହ୍ନା ତାଙ୍କ ଆଗାମୀ ୱେବ୍‌ ସିରିଜ୍‌ ‘ଦହାଡ଼’କୁ ନେଇ ଚର୍ଚ୍ଚାରେ। ଏହି ସିରିଜ୍‌ ଜରିଆରେ ସେ ପ୍ରଥମ ଥର ପାଇଁ ଓଟିଟିରେ ପାଦ ଥାପିବାକୁ ଯାଉଛନ୍ତି। ବୁଧବାର ଏହାର ଟ୍ରେଲର ରିଲିଜ୍‌ ହୋଇଛି। ଏଥିରେ ସୋନାକ୍ଷୀ ପୁଲିସ ସାଜି ଦମ୍‌ଦାର୍‌ ଅଭିନୟ କରିଛନ୍ତି। ଖାକି ପୋଷାକରେ ସେ ଜବରଦସ୍ତ ଅବତାରରେ ନଜର ଆସିଛନ୍ତି।

ଟ୍ରେଲରରେ ୨୭ ଜଣ ଝିଅଙ୍କ ଅପହରଣ ଓ ମୃତ୍ୟୁ ରହସ୍ୟ ମଧ୍ୟରେ ସୋନାକ୍ଷୀ ଛନ୍ଦି ହୋଇଥିବା ଦେଖିବାକୁ ମିଳିଛି। ଏଥିସହ ସେମାନଙ୍କୁ ନ୍ୟାୟ ଦେବାକୁ ଲଢେଇ କରୁଛନ୍ତି। ଏହି ୱେବ୍‌ ସିରିଜ୍‌କୁ ଫରହାନ ଅଖତର୍ ଓ ରିତେଶ ସିଧୱାନୀଙ୍କ ଏକ୍ସେଲ୍‌ ଏଣ୍ଟରଟେନମେଣ୍ଟ ଏବଂ ରୀମା କାଗତୀ ଓ ଜୋୟା ଅଖତର୍‌ଙ୍କ ପ୍ରଡକ୍ସନ ମିଳିତ ଭାବେ ନିର୍ମାଣ କରିଛନ୍ତି। ସିରିଜ୍‌ର ନିର୍ଦେଶନା ଭାର ବହନ କରିଛନ୍ତି ରୀମା କାଗତୀ ଓ ରୁଚିକା ଓବରୟ। ସୋନାକ୍ଷୀଙ୍କ ବ୍ୟତୀତ ଏଥିରେ ବିଜୟ ବର୍ମା, ଗୁଲଶନ ଦେବୈୟା ମଧ୍ୟ ଗୁରୁତ୍ବପୂର୍ଣ୍ଣ ଭୂମିକାରେ ଅଭିନୟ କରିଛନ୍ତି।

- Advertisement -

 

Hot this week

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

Related Articles

Popular Categories