www.samajalive.in
Sunday, December 7, 2025
26.1 C
Bhubaneswar

ମେଟ୍‌ ଗାଲା ୨୦୨୩: ଚର୍ଚ୍ଚାରେ ପ୍ରିୟଙ୍କାଙ୍କ ହାର, ହେବ ନିଲାମ !

ନୂଆଦିଲ୍ଲୀ: ଫ୍ୟାଶନ୍‌ ଇଭେଣ୍ଟ ମେଟ୍‌ ଗାଲା ୨୦୨୩ରେ ଦେଶ ବିଦେଶର ଅନେକ ସେଲିବ୍ରିଟି ରେଡ୍‌ କାର୍ପେଟରେ ନଜର ଆସିଥିଲେ। ଏହି ଅବସରରେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା। ସ୍ବାମୀ ନିକ୍‌ ଜୋନସଙ୍କ ସହ ଏହି ଇଭେଣ୍ଟରେ ପହଞ୍ଚିଥିଲେ ପ୍ରିୟଙ୍କା। ଏହି ସମୟରେ ସେ କଳା ରଙ୍ଗର ଏକ ଗାଉନ୍‌ ସହ ବେକରେ ଏକ ସୁନ୍ଦର ହାର ପିନ୍ଧିଥିଲେ। ଏବେ ଏହି ହାରକୁ ନେଇ ଚମକାଇଦେବା ଭଳି ଖବର ସାମ୍ନାକୁ ଆସିଛି, ଯାହାକୁ ନେଇ ଚର୍ଚ୍ଚାରେ ପ୍ରିୟଙ୍କା।

ମିଳିଥିବା ସୂଚନା ମୁତାବକ, ପ୍ରିୟଙ୍କା ୧୧.୦୬ କ୍ୟାରେଟ୍‌ ହୀରାରେ ତିଆରି ହାର ପିନ୍ଧିଥିଲେ। ଏହାକୁ ବୁଲଗାରୀ ଗହଣା କମ୍ପାନୀ ଦ୍ବାରା ଡିଜାଇନ୍‌ କରାଯାଇଛି। ସାମାଜିକ ଗଣମାଧ୍ୟମରୁ ମିଳିଥିବା ସୂଚନାନୁଯାୟୀ, ଏହି ହାରର ଦାମ୍‌ ୨୦୪ କୋଟି ଟଙ୍କା। ସୋସିଆଲ ମିଡିଆରେ ଏହା ମଧ୍ୟ ସୂଚନା ଦିଆଯାଇଛି ଯେ, ଇଭେଣ୍ଟ ପରେ ୨ ବିଲିୟନ ମୂଲ୍ୟର ଏହି ହାରକୁ ନିଲାମ କରାଯିବ। ପ୍ରିୟଙ୍କାଙ୍କ ଏହି ଲୁକ୍‌ ସାମାଜିକ ଗଣମାଧ୍ୟମରେ ଖୁବ୍‌ ଭାଇରାଲ୍‌ ହେଉଛି।

- Advertisement -

ସୂଚନାଯୋଗ୍ୟ, ନ୍ୟୁୟର୍କ ସହରରେ ମେ’ ୧ରୁ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମରେ ଭାରତର ଅନେକ ପ୍ରସିଦ୍ଧ ତାରକା ଯୋଗ ଦେଇଥିବା ଦେଖିବାକୁ ମିଳିଛି। ପ୍ରତିବର୍ଷ ଏହି ଇଭେଣ୍ଟର ବିଷୟବସ୍ତୁ ଭିନ୍ନ ଭିନ୍ନ ରଖାଯାଉଥିବା ବେଳେ ଚଳିତ ବର୍ଷର ବିଷୟବସ୍ତୁ ରହିଛି ‘କାର୍ଲ ଲେଗରଫେଲ୍ଡ – ଏ ଲାଇନ୍ ଅଫ୍ ବିୟୁଟି’। କାର୍ଲ ଲେଗରଫେଲ୍ଡ ଜଣେ କିମ୍ବଦନ୍ତୀ ଫ୍ୟାଶନ୍ ଡିଜାଇନର ଥିବା ବେଳେ ତାଙ୍କ ଜୀବନ ଏବଂ କାର୍ଯ୍ୟକୁ ରେଡ୍ କାର୍ପେଟରେ ପ୍ରଦର୍ଶିତ କରିଛନ୍ତି ବିଭିନ୍ନ କଳାକାର।

Hot this week

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି: ବିହାରରୁ ଆଉ ଜଣେ ଗିରଫ

ସମାଜଲାଇଭ ଡେସ୍କ: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାର ଅନ୍ତଃରାଜ୍ୟ ଲିଙ୍କ୍‌...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

Related Articles

Popular Categories