www.samajalive.in
Monday, December 8, 2025
27.1 C
Bhubaneswar

ପତ୍ନୀଙ୍କ ସହ ନିରାଡ଼ମ୍ବରରେ ଜନ୍ମଦିନ ପାଳନ କଲେ ବିରାଟ

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍‍ ଦଳର ଅଧିନାୟକ ବିରାଟ କୋହଲି ସୋମବାର ୩୦ ବର୍ଷରେ ପାଦ ଦେଇଛନ୍ତି। ୧୯୮୮ ମସିହା ନଭେମ୍ବର ୫ ତାରିଖ ଅର୍ଥାତ୍‍ ଆଜିର ଦିନରେ ବିରାଟ ଜନ୍ମ ହୋଇଥିଲେ। ସେ ତାଙ୍କ ଜନ୍ମଦିନ ପତ୍ନୀ ଅନୁଷ୍କା ଶର୍ମାଙ୍କ ସହ ଅତି ସାଧାରଣ ଭାବେ ପାଳନ କରିଛନ୍ତି। ସ୍ୱାମୀଙ୍କ ଜନ୍ମଦିନ ଅନୁଷ୍କା ହରିଦ୍ୱାରର ଆଶ୍ରମରେ ପାଳନ କରିଛନ୍ତି। ଏହି ଅବସରରେ ଅନୁଷ୍କା ଟ୍ୱିଟରରେ ଦୁହିଙ୍କ ଫଟୋ ମଧ୍ୟ ସେୟାର କରିଛନ୍ତି ଓ ଲେଖିଛନ୍ତି, ‘ବିରାଟଙ୍କ ଜନ୍ମ ପାଇଁ ଭଗବାନଙ୍କୁ ବହୁତ ଧନ୍ୟବାଦ’।

ସୂଚନା ଅନୁସାରେ, ବିରାଟ ଓ ଅନୁଷ୍କାଙ୍କ ବିବାହ ଗତ ବର୍ଷ ୧୧ ଡିସେମ୍ବରରେ ଇଟାଲୀରେ ହୋଇଥିଲା। ତେବେ ଇଟାଲୀରେ ଗୁପ୍ତ ବିବାହ କରିବା ପରେ ୨୧ ଡିସେମ୍ବରରେ ନୂଆଦିଲ୍ଲୀରେ ଓ ୨୬ ଡିସେମ୍ବରରେ ମୁମ୍ବଇରେ ବିରୁଷ୍କାଙ୍କ ବିବାହ ପାର୍ଟି ଖୁବ୍‍ ଆଡ଼ମ୍ବର ସହକାରେ ଆୟୋଜିତ ହୋଇଥିଲା। ଏହି ପାର୍ଟିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ବହୁ ପ୍ରଖ୍ୟାତ କ୍ରୀଡ଼ାବିତ୍‍ଙ୍କ ସହ ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ।

Hot this week

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

ଆମେରିକା ସହିତ ଶାନ୍ତି ଆଲୋଚନା ସହଜ ନୁହେଁ : ଜେଲେନସ୍କି

ସମାଜ ଲାଇଭ ଡେସ୍କ : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି...

୪ ବର୍ଷରେ ନଦୀରେ ବୁଡି ୧୭୫୦ ମୃତ

ଭୁବନେଶ୍ଵର : ୪ ବର୍ଷରେ ନଦୀରେ ବୁଡି ଯାଇଛି ୧୭୫୦ ଜୀବନ।...

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

Related Articles

Popular Categories