www.samajalive.in
Monday, December 15, 2025
27.1 C
Bhubaneswar

କଲମପୁରରୁ ହାଇଦ୍ରାବାଦ ବସ୍ ସେବାର ଶୁଭାରମ୍ଭ

କଲମପୁର: କଲମପୁରଠାରୁ ତେଲେଙ୍ଗାନା ରାଜ୍ୟର ହାଇଦ୍ରାବାଦକୁ ବସ୍ ଚଳାଚଳର ଶୁଭାରମ୍ଭ ହୋଇଛି। ସଙ୍ଗିତା ଟୁର ଆଣ୍ଡ ଟ୍ରାଭେଲ୍ସ ନାମକ ଏକ ବେସରକାରୀ ସଂସ୍ଥା ତରଫରୁ ଏହି ବସ୍‌‌ ସେବା ଆରମ୍ଭ କରାଯାଇଛି। ରବିବାର ଦିନ ସାଢେ ୨ଟାରେ କଲମପୁରଠାରୁ ଏହି ବସ୍ ସେବା ଆରମ୍ଭ କରାଯାଇଛି। ଏହି ବସ୍‌ର ପ୍ରତିବଦଳ ବସ୍ ନଥିବାରୁ ପ୍ରତିଦିନ ବଦଳରେ ଦିନକ ପରେ ଦିନେ ଏହି ବସ୍‌‌ ସେବା ଉପଲବ୍ଧ ହେବ। ନବିନ କୁମାର ପଣ୍ଡା, ଘନଶ୍ୟାମ ନାଏକ, ଅମିର ଅଲ୍ଲୀ, ଚେରୁ ନାଏକ, କଲମପୁର ଥାନାର ଏ.ଏସ.ଆଇ ଶେଖର ଜେନାଙ୍କ ସମେତ ବସ୍ ଚଳାଚଳ ଦାୟିତ୍ୱରେ ଥିବା ବ୍ୟକ୍ତି ବିଶେଷଙ୍କ ଉପସ୍ଥିତିରେ ପୂଜା କାର୍ଯ୍ୟ ପରେ ହାଇଦ୍ରାବାଦ ଅଭିମୁଖେ ଏହି ବସ୍ ତା’ର ଯାତ୍ରା ଆରମ୍ଭ କରିଥିଲା। ବସ୍ କଲମପୁରଠାରୁ ଜୁନାଗଡ଼, ମୋଟେର, କୋକସରା, ଆମପାଣି ନବରଙ୍ଗପୁର, ଜୟପୁର, ମାଲକାନଗିରି ଓ ଭଦ୍ରାଚଲମ ଦେଇ ହାଇଦ୍ରାବାଦରେ ପହଞ୍ଚିବ। କଲମପୁର ପାଇଁ ଏହା ପ୍ରଥମ ଆନ୍ତଃ ରାଜ୍ୟ ବସ୍‌‌ ସେବା। ଏହା ଦ୍ୱାରା ଏହି ସମସ୍ତ ଅଂଚଳର ଲୋକ ହାଇଦ୍ରାବାଦ ସହ ଯୋଗାଯୋଗର ସୁବିଧା ପାଇ ପାରିବେ। ପୂର୍ବରୁ ଲୋକେ ହାଇଦ୍ରାବାଦ ଯିବାକୁ ହେଲେ କେସିଙ୍ଗାଠାରୁ ରେଳ ଯୋଗେ ଯିବାକୁ ବାଧ୍ୟ ହେଉଥିଲେ। ଏହି ଅଂଚଳର ଅନେକ ଶ୍ରମିକ ଆନ୍ଧ୍ର ଓ ତେଲେଙ୍ଗାନା ରାଜ୍ୟରେ ନିୟୋଜିତ ହେଉଥିବାରୁ ଏହି ବସ୍ ଚଳାଚଳ ହେବା ଯୋଗୁଁ ସେମାନେ ଉପକୃତ ହୋଇପାରିବେ। କଲମପୁର ଏକ ବ୍ଲକ ମୁଖ୍ୟାଳୟ ହୋଇଥିଲେ ମଧ୍ୟ ବର୍ତମାନ ପର୍ଯ୍ୟନ୍ତ କଲମପୁରଠାରୁ ରାଜ୍ୟ ରାଜଧାନୀ ଭୁବନେଶ୍ୱରକୁ କୌଣସି ବସ୍‌‌ ସେବା ମିଳିନାହିଁ। ଅନ୍ୟପଟେ କଲମପୁର ପାଇଁ ରୁଟ୍ ପରମିଟ ଥିବା ଆଲୋଚନା ହେଉଥିଲେ ମଧ୍ୟ ଭୁବନେଶ୍ୱର ପାଇଁ କୌଣସି ବସ୍‌‌ ସେବା ମିଳିନାହିଁ। ଲୋକେ ବାଧ୍ୟ ହୋଇ କିଏ ଜୁନାଗଡ଼ ତ ପୁଣି କିଏ ଭବାନୀପାଟଣା ଯାଇ ଭୁବନେଶ୍ୱର ଯାଉଛନ୍ତି। ତେଣୁ ତୁରନ୍ତ ଏଥିପ୍ରତି ଓଡ଼ିଶା ରାଜ୍ୟ ପରିବହନ ବିଭାଗ ଗୁରୁତ୍ୱ ଦେଇ ରାଜଧାନୀ ପାଇଁ ଏକ ବସ୍‌‌ ସେବା ଯୋଗାଇ ଦେବା ପାଇଁ ସାଧାରଣରେ ଦାବି ହେଉଛି।

Hot this week

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

କୁହୁଡ଼ି ପାଇଁ ମୋଦୀଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଘନ କୁହୁଡ଼ି ଜାତୀୟ ଦିଲ୍ଲୀକୁ ଘେରି...

ମେସିଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଦିଲ୍ଲୀରେ ପ୍ରବଳ ମାତ୍ରାରେ ପ୍ରଦୂଷଣ ଯୋଗୁଁ...

ବିଶିଷ୍ଟ ଦନ୍ତ ଚିକିତ୍ସକ ପ୍ରୋଫେସର ଡକ୍ଟର ସୁଶାନ୍ତ ମହାନ୍ତି ISPPD ଅଧ୍ୟକ୍ଷ ଭାବେ ନିର୍ବାଚିତ

ଭୁବନେଶ୍ୱର: ଇଣ୍ଡିଆନ୍‌ ସୋସାଇଟି ଅଫ୍‌ ପେଡୋଡଣ୍ଟିକ୍ସ ଏଣ୍ଡ ପ୍ରିଭେନ୍ଟିଭ୍‌ ଡେଣ୍ଟିଷ୍ଟ୍ରି (ISPPD)...

ମଣ୍ଡେଇ ସାଂସ୍କୃତିକ ମଞ୍ଚରେ ବାଘ-ଛେଳି ଛକାପଞ୍ଝା

ନବରଙ୍ଗପୁର: ସାଂସ୍କୃତିକ ମଞ୍ଚ ପାଲଟିଲା ରାଜନୈତିକ ମଞ୍ଚ । ଲକ୍ଷାଧିକ ଦର୍ଶକ...

Related Articles

Popular Categories