କଣ୍ଟାବାଞ୍ଜୀ: ବିଛୁବାହାଲିସ୍ଥିତ ସୁରଭି ଶୋଧ ଏବଂ ବିକାଶ କେନ୍ଦ୍ର ଠାରେ ସୁରଭି କୃଷି ବିକାଶ ସମିତିର ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା। ସୁରଭି ଶୋଧର ସଂଯୋଜକ ଅଶୋକ ଛାପଡିଆଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ୩୮ଗୋଟି ଗ୍ରାମର କୃଷକମାନେ ଯୋଗ ଦେଇଥିଲେ। ଜୈବିକ ଖତ ପ୍ରୟୋଗ କରି ବିଷମୁକ୍ତ ଚାଷ କରିବାକୁ ହେଲେ ଗୋପାଳନ ଓ ସୁରକ୍ଷା କରିବାକୁ ପଡିବ ବୋଲି ଅତିଥି ମାନେ ମତ ଦେଇଥିଲେ। ବର୍ତ୍ତମାନ ସମୟ ଆସିଛି ରାସାୟନିକ ସାର ବ୍ୟବହାର ନ କରି ଗୋଖତ ଦ୍ଵାରା ଚାଷ କଲେ ଜୈବିକ ଚାଷର ଚାହିଦା ବଢିବ ବୋଲି ପ୍ରକୃତି ବନ୍ଧୁ ବିରଞ୍ଚି ନାରାୟଣ ଦାଶ କହିଥିଲେ। ଚାଷୀମାନଙ୍କୁ ଉନ୍ନତ ଧରଣର ଚାଷ ଓ ଗୋପାଳନ ଉପରେ ତାଲିମ ଦେବା ପାଇଁ ମଇ ମାସ ୧୩ ଓ ୧୪ ତାରିଖ ଦୁଇ ଦିନ ଧରି ଏକ ତାଲିମ ଶିବିର ଆୟୋଜନ କରିବାକୁ ନିଷ୍ପତ୍ତି ନିଆଗଲା। ଏହି ବୈଠକରେ ଅନିରୁଦ୍ଧ ଛତ୍ରିଆ, ଗୁଣନିଧି ବିଶ୍ୱାଲ, ଥମିର ଛତ୍ରିଆ, ତ୍ରିବିକ୍ରମ ହୋତା, ଚିତ୍ତରଞ୍ଜନ ଠାକୁର, ନିଳାମ୍ବର ବାଗ, ଟିକେଶ୍ୱର ସାହୁ, ତ୍ରିନାଥ ସାହୁ, କୁଞ୍ଜବନ ମେହେର, ହିମାଚଳ ସାହୁ, ମୋହନ ମାଝୀ, ପରମାନନ୍ଦ ଠାକୁର, ପୁରୁଷୋତ୍ତମ ହାତୀ, ବେଦବ୍ୟାସ ପୁଟେଲ ସମେତ ୫୦ରୁ ଉର୍ଦ୍ଧ୍ୱ ଚାଷୀମାନେ ଯୋଗ ଦେଇଥିଲେ।
Popular Categories



