କଲ୍ୟାଣସିଂହପୁର: ରାୟଗଡା ଜିଲା କଲ୍ୟାଣସିଂହପୁର ବ୍ଲକ ଶିକରପାଇ ସଦର ଗାୟତ୍ରୀ ମନ୍ଦିର ପରିସରରେ ବ୍ରାହ୍ମଣ ସଙ୍ଘର ବୈଠକ ଅନୁଷ୍ଠିତ ହୋଇଛି। ବ୍ଲକ ବ୍ରାହ୍ମଣ ସଙ୍ଘର ସଭାପତି ଶରତ ଚନ୍ଦ୍ର ପାଢ଼ୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଉପସଭାପତି ପରୀକ୍ଷିତ ପାଣିଗ୍ରାହୀ, ସମ୍ପାଦକ ନରସିଂହ ନାଥ ମହାପାତ୍ର, କାର୍ଯ୍ୟକାରିଣୀ ସଭାପତି ନରସିଂହ ପାଢ଼ୀ, ସାଙ୍ଗଠନିକ ସମ୍ପାଦକ ଏଙ୍କେଟେଶ୍ୱର ପାଢ଼ୀ ମଞ୍ଚାସିନ ରହିଥିଲେ। ଏଥିରେ ଅର୍ଥ ଆଦାୟ, ସାଙ୍ଗଠନିକ ସୁଦୃଢ, ବ୍ରାହ୍ମଣ ପରିବାରରେ କୌଣସି ସୁବିଧା ଅସୁବିଧା ହେଲେ କିଛି ବ୍ରାହ୍ମଣ ଯୁବକ ମାନେ ସହଯୋଗ କରିବେ ଓ ବିଭିନ୍ନ ବିଷୟରେ ପୁଙ୍ଖାନୁପୁଙ୍ଖ ଭାବରେ ଆଲୋଚନା କରିଥିଲେ। ଆସନ୍ତା ମେ ମାସ ୨୧ତାରିଖ ରବିବାର ଦିନ ଗୁଣ୍ଡିଚା ମନ୍ଦିର ପ୍ରାଙ୍ଗଣରେ ବୈଠକ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି। ଏଥିରେ ବରିଷ୍ଠ ବ୍ରାହ୍ମଣ ନରସିଂହ ନାଥ ତ୍ରିପାଠୀ, ବଳଭଦ୍ର ତ୍ରିପାଠୀ, ସତ୍ୟ ନାରାୟଣ ତ୍ରିପାଠୀ, ରମାକାନ୍ତ ପରିଛା ସମେତ ପ୍ରାୟ ଏକ ଶହ ବ୍ରହ୍ମଣ ଦେବତା ଉପସ୍ଥିତ ରହିଥିଲେ।
Popular Categories



