ଗୁଣପୁର: ସକାଳ ୮ ହୋଇଗଲେ ଆରମ୍ଭ ହୋଇ ଯାଉଛି ପ୍ରବଳ ଗ୍ରୀଷ୍ମ ପ୍ରବାହ। ପ୍ରବଳ ଗରମରେ ଲୋକେ ହେଉଛନ୍ତି ଆଉଟୁ ପାଉଟୁ। ଏଭଳି ଭୀଷଣ ଗରମ ସମୟରେ କରେଣ୍ଟ କଟିବନି ବୋଲି ନିର୍ଦ୍ଦେଶ ମଧ୍ୟ ରହିଛି। ଏହି ନିର୍ଦ୍ଦେଶକୁ ନମାନି ରାୟଗଡା ଜିଲ୍ଲା ପଦ୍ମପୁରରେ ଗତକିଛି ଦିନ ହେଲା ସକାଳ ୮ ରୁ ଦିନ ୧୨ଟା ପର୍ଯ୍ୟନ୍ତ ଓ ତାପରେ କାଳବୈଶାଖି ବର୍ଷା ଓ ପବନ ଆଳରେ ଆଉ ୨ଘଣ୍ଟା ମୋଟ ଦିନ ସାରା ୭ଘଣ୍ଟା ବିଦ୍ୟୁତ କାଟ ହେଉଛି। ଯାହା ଫଳରେ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି।
Popular Categories



