www.samajalive.in
Sunday, December 14, 2025
19.1 C
Bhubaneswar

ଲାଗୁ ହେବ ଗୋଟିଏ ବୋର୍ଡ

ଆଗକୁ ହ୍ରାସ ପାଇବ ବିଦ୍ୟାଳୟ ପାଠ୍ୟକ୍ରମ, ୨୦୨୪ ଶିକ୍ଷାବର୍ଷ ସୁଦ୍ଧା ଆସିବ ନୂତନ ପାଠ୍ୟପୁସ୍ତକ
୬ଷ୍ଠ ଶ୍ରେଣୀର ପିଲା ପଢ଼ିବେ ଦକ୍ଷତା ବିକାଶ ପାଠ

ଭୁବନେଶ୍ବର : ଜାତୀୟ ଶିକ୍ଷାନୀତି ଅନୁସାରେ ଦେଶରେ ଏକକ ଆକଳନ ବ୍ୟବସ୍ଥାର ଆବଶ୍ୟକତା ରହିଛି। ଏହି ପରିପ୍ରେକ୍ଷୀରେ ରାଜ୍ୟର ସମସ୍ତ ବୋର୍ଡଗୁଡ଼ିକ ସହ ଆଲୋଚନା କରାଯାଇ ପଦକ୍ଷେପ ନିଆଯିବ। ଗୋଟିଏ ମଞ୍ଚ (ପ୍ଲାଟଫର୍ମ)କୁ ଦେଶର ସମସ୍ତ ବୋର୍ଡ ଆଣିବାକୁ ଯୋଜନା ରହିଛି। ଏହାଦ୍ବାରା ଶିକ୍ଷା ଆକଳନ (ଆସେସମେଣ୍ଟ) ପ୍ରକ୍ରିୟାରେ ସମାନତା ଆସିପାରିବ ବୋଲି ଶିକ୍ଷା ମନ୍ତ୍ରଣାଳୟ ଅଧୀନ ବିଦ୍ୟାଳୟ ଶିକ୍ଷା ଓ ସାକ୍ଷରତା ସଚିବ ସଞ୍ଜୟ କୁମାର ସୂଚନା ଦେଇଛନ୍ତି।
ଜି-୨୦ ଶିକ୍ଷା କାର୍ଯ୍ୟଗୋଷ୍ଠୀର ତୃତୀୟ ବୈଠକ ଅବସରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଶୁକ୍ରବାର ସେ କହିଛନ୍ତି, ୨୦୧୭ରେ ଆମେ ଜାତୀୟ ସଫଳତା ସର୍ଭେକ୍ଷଣ (ନ୍ୟାସନାଲ ଆଚିଭମେଣ୍ଟ ସର୍ଭେ-ନାସ୍‌)କରିଥିଲୁ। ୨୦୨୧ରେ ଶେଷଥର ପାଇଁ ଏହି ସର୍ଭେ ହୋଇଥିଲା। ସାଧାରଣତଃ ତିନିବର୍ଷରେ ଏହି ସର୍ଭେ ପାଇଁ ପ୍ରସ୍ତାବ ରହିଥିବାବେଳେ କୋଭିଡ ମହାମାରୀ ପାଇଁ ୨୦୨୦ ପରିବର୍ତ୍ତେ ୨୦୨୧ରେ ଏହା ହୋଇଥିଲା। ପରବର୍ତ୍ତୀ ସର୍ଭେ ୨୦୨୪ରେ କରାଯିବ। ଏନସିଇଆରଟିରେ ‘ପରଖ’ ନାମକ ଏକ ସଂସ୍ଥା ବିକଶିତ ହୋଇଛି। ପ୍ରତି ତିନିବର୍ଷରେ ନ୍ୟାସନାଲ ଆଚିଭମେଣ୍ଟ ସର୍ଭେ କରିବା ଏବଂ ରାଜ୍ୟ ବୋର୍ଡଗୁଡ଼ିକୁ ରାଜ୍ୟ ଆଚିଭମେଣ୍ଟ ସର୍ଭେ ପାଇଁ ହାତ ବଢ଼ାଇବା ଏହାର ମୁଖ୍ୟ ଉଦ୍ଦେଶ୍ୟ। ଏହା ହେଉଛି ଏକ ବିଦ୍ୟାଳୟଭିତ୍ତିକ ମୂଲ୍ୟାୟ କାର୍ଯ୍ୟକ୍ରମ ଯେଉଁଥିରେ ସବୁ ରାଜ୍ୟର ପ୍ରାୟ ୩୦ ଲକ୍ଷରୁ ଅଧିକ ପିଲାଙ୍କ ପାଖରେ ଆମେ ପହଞ୍ଚିପାରୁଛୁ। ଜାତୀୟ ଶିକ୍ଷାନୀତି ଅନୁସାରେ, ଦେଶରେ ଏକ କମନ୍ ଆସେସମେଣ୍ଟ (ଏକକ ଆକଳନ) ବ୍ୟବସ୍ଥା ହେବା ଦରକାର। ଦେଶରେ ମୋଟ ୬୨ଟି ବୋର୍ଡ ରହିଛି। ସିବିଏସଇ ଓ ଆଇସିଏସଇ ବାଦ୍ ରାଜ୍ୟଗୁଡ଼ିକରେ ୬୦ ବୋର୍ଡ ରହିଛି। ଏହାକୁ ଗୋଟିଏ ମଞ୍ଚକୁ ଅଣାଯିବାର ଆବଶ୍ୟକତା ରହିଛି। ଏନେଇ ରାଜ୍ୟର ବୋର୍ଡଗୁଡ଼ିକ ସହ ଆଲୋଚନା କରାଯିବ। ଏପରି ହେଲେ ବିଦ୍ୟାଳୟ ପାଠପଢ଼ାରୁ କ’ଣ ନିଷ୍କର୍ଷ ବାହାରୁଛି, ତା’ର ସଠିକ୍ ଆକଳନ ହୋଇପାରିବ। ଦେଶବ୍ୟାପୀ ଏକକ ଆକଳନ ବ୍ୟବସ୍ଥା ପାଇଁ ମାନକ ବିକଶିତ କରିବାକୁ ପ୍ରଚେଷ୍ଟା ଜାରି ରହିଥିବା ସେ ସୂଚନା ଦେଇଛନ୍ତି।
ସେହିପରି ଶିକ୍ଷାନୀତି ଅନୁସାରେ ବିଦ୍ୟାଳୟ ପାଠ୍ୟକ୍ରମ ଆଗାମୀ ଦିନରେ ହ୍ରାସ ପାଇବ। ଆସେସମେଣ୍ଟ ତରିକା ବଦଳିବ। ନୂଆ ରାଷ୍ଟ୍ରୀୟ ଶିକ୍ଷା ପାଠ୍ୟକ୍ରମ ଆସିଲେ, ସେହି ଅନୁସାରେ ପାଠ୍ୟପୁସ୍ତକ ବିକଶିତ ହେବ। ୨୦୨୪ ଶିକ୍ଷାବର୍ଷ ସୁଦ୍ଧା ନୂତନ ପୁସ୍ତକ ଆଣିବାକୁ ଚେଷ୍ଟା କରାଯାଉଛି ବୋଲି ସେ ସୂଚନା ଦେଇଥିଲେ। ବିଦ୍ୟାଳୟସ୍ତରରୁ ପିଲାଙ୍କ ଦକ୍ଷତା ବୃଦ୍ଧି କରିବାକୁ କେନ୍ଦ୍ର ସରକାର ବିଚାର କରୁଛନ୍ତି। ଆଗାମୀ ଦିନରେ ଷଷ୍ଠ ଶ୍ରେଣୀରୁ ପିଲାଙ୍କୁ ଦକ୍ଷତ‌ା ବିକାଶର ପାଠ ପଢ଼ାଯିବାର ଯୋଜନା ରହିଛି।

Hot this week

ମାଲକାନଗିରି ହିଂସା:୧୨ ଗିରଫ

ସମାଜ ଲାଇଭ ଡ଼େସ୍କ:ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

under19 ଏସିଆ କପ୍ ରେ ଭାରତଠୁ ହାରିଲା ପାକିସ୍ତାନ, ବୋଲିଂରେ କମାଲ ଦେଖାଇଲେ ବୈଭବ ସୂର୍ଯ୍ୟବଂଶୀ

ସମାଜ ନ୍ୟୁଜ ଡେସ୍କ- ପୁଣି ଭାରତଠାରୁ ହାରିଲା ପାକିସ୍ତାନ । under-19...

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

Related Articles

Popular Categories