www.samajalive.in
Sunday, December 14, 2025
17.1 C
Bhubaneswar

ମହାରାଷ୍ଟ୍ରରେ ‘ମୂଷା ମରା’ ପରେ ‘ଚା ପିଆ’ ଦୁର୍ନୀତି

ମୁମ୍ବଇ : ମହାରାଷ୍ଟ୍ରରେ ମୂଷା ମରା ଦୁର୍ନୀତି ପରେ ଏବେ ଏକ ନୂଆ ଚା’ ପିଆ ଦୁର୍ନୀତି ପଦାକୁ ଆସିଛି । ମହାରାଷ୍ଟ୍ର କଂଗ୍ରେସ ଏହା ଏକ ବୃହତ ଦୁର୍ନୀତି ବୋଲି ଅଭିଯୋଗ କରିଛି । ମୁମ୍ବଇ କଂଗ୍ରେସ ମୁଖ୍ୟ ସଞ୍ଜୟ ନିରୁପମ ଅଭିଯୋଗ କରିଛନ୍ତି ଯେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟରେ ଚା’ ପିଇବା ଆଶ୍ଚର୍ଯ୍ୟଜନକ ଭାବେ ବୃଦ୍ଧି ପାଇଛି । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ପ୍ରତି ଦିନ ହାରାହାରି ୧୮,୫୦୦ କପ୍‌ ଚା’ ପରଷା ହୋଇଛି । ସୂଚନା ଅଧିକାର ବଳରେ ମିଳିଥିବା ଏକ ତଥ୍ୟକୁ ଆଧାର କରି କଂଗ୍ରେସ ଏପରି ଅଭିଯୋଗ ଆଣିଥିବା କହିଛି । ଏଥିରେ ଉଲ୍ଲେଖ କରାଯାଇଛି ଯେ ଗତ ୩ ବର୍ଷ ଧରି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଚା’ ଖର୍ଚ୍ଚରେ ଅହେତୁକ ଭାବେ ବୃଦ୍ଧି ଘଟିଛି । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ୨୦୧୫-୧୬ରେ ଚା’ ପାଇଁ ୫୭,୯୯,୧୫୦ (ପ୍ରାୟ ୫୮ ଲକ୍ଷ) ଟଙ୍କା ଖର୍ଚ୍ଚ ହୋଇଥିବାବେଳେ ୨୦୧୭-୧୮ରେ ୩,୩୪,୬୪,୯୦୪ (ପ୍ରାୟ ୩.୪) କୋଟି ଟଙ୍କା ଖର୍ଚ୍ଚ ହୋଇଛି । ଅର୍ଥାତ ଚା’ ଖର୍ଚ୍ଚରେ ୫୭୭% ବୃଦ୍ଧି ଘଟିଛି । ଚା’ ଦର ଅନୁସାରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ପ୍ରତିଦିନ ୧୮,୫୯୧ କପ୍‌ ଚା’ ପରଷା ହୋଇଛି । ଏନେଇ ଟ୍ୱିଟ୍‌ କରି ସଞ୍ଜୟ ନିରୁପମ ପଚାରିଛନ୍ତି ଯେ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ପଡ଼ନାଭିସ୍‌ କେଉଁ ଚାହା ପିଉଛନ୍ତି ? ଆମେ କେବଳ ଗ୍ରୀନ ଟି’ ଓ ୟଲୋ ଟି’ ନା ଜାଣିଛୁ ।
ପ୍ରକାଶ ଯେ ବିଜେପିର ବରିଷ୍ଠ ନେତା ତଥା ମହାରାଷ୍ଟ୍ରର ପୂର୍ବତନ ମନ୍ତ୍ରୀ ଏକନାଥ ଖାଡସେ ମହାରାଷ୍ଟ୍ର ମନ୍ତ୍ରଣାଳୟରେ ମୂଷା ମରା ଦୁର୍ନୀତି ଘଟିଥିବା ଅଭିଯୋଗ କରିଥିଲେ। ସେ ଦର୍ଶାଇଥିଲେ ଯେ ମହାରାଷ୍ଟ୍ର ମନ୍ତ୍ରଣାଳୟରେ ମୂଷାଙ୍କ ଦୌରାତ୍ମ୍ୟ ବୃଦ୍ଧି ପାଇବା ପରେ ମନ୍ତ୍ରଣାଳୟ ପକ୍ଷରୁ ମୂଷା ମରା ପାଇଁ ଏକ କମ୍ପାନୀକୁ ଠିକା ଦିଆଯାଇଥିଲା । ଏହି କମ୍ପାନୀ ମାତ୍ର ଗୋଟିଏ ସପ୍ତାହ ମଧ୍ୟରେ ୩ ଲକ୍ଷ ୧୪ ହଜାର ମୂଷା ମାରିଥିବା ଦାବି କରିଛି । ଯେଉଁ କମ୍ପାନୀକୁ ୩,୧୯,୪୦୦ ମୂଷା ମାରିବା ପାଇଁ ଠିକା ଦିଆଯାଇଥିଲା; ସେ କେମ୍ପାନୀ ମାତ୍ର ୭ ଦିନରେ କେମିତି ୩ ଲକ୍ଷରୁ ଅଧିକ ମୂଷା ମାରିଦେଲା ବୋଲି ସେ ପ୍ରଶ୍ନ କରିଥିଲେ । ମୁମ୍ବଇର ବିଏମ୍‌ସି ଦୁଇ ବର୍ଷରେ ୬ ଲକ୍ଷ ମୂଷା ମାରିଥିଲା। ଏବେ ମନ୍ତ୍ରଣାଳୟ ମାତ୍ର ୭ ଦିନରେ ୩ ଲକ୍ଷରୁ ଅଧିକ ମୂଷା ମାରିଦେଇଛି । ଏହାସହ ମନ୍ତ୍ରଣାଳୟକୁ ୬ ମାସରେ ଯେଉଁ କାମ କରିବାକୁ ଥିଲା ତାହା ମାତ୍ର ୭ ଦିନରେ କେମିତି ଶେଷ ହୋଇଗଲା ବୋଲି ସେ ପ୍ରଶ୍ନ କରିଥିଲେ । ସେ କହିଥିଲେ ଯେ ମୂଷା ମରା କମ୍ପାନୀର ଦାବି ଅନୁସାରେ ପ୍ରତିଦିନ ୪୫,୬୨୮.୫୭ ମୂଷା ମରାଯାଇଛି । ଅର୍ଥାତ କମ୍ପାନୀ ପ୍ରତି ମିନିଟରେ ୩୧ରୁ ଅଧିକ ମୂଷା ମାରିଛି । ପ୍ରତିଦିନ ମୃତ ମୂଷାଙ୍କ ଓଜନ ହାରାହାରି ୯,୧୨୫.୭୧ କିଲୋ ହେବ । ତେଣୁ ମନ୍ତ୍ରଣାଳୟରୁ ମୂଷାଙ୍କୁ ନେବା ପାଇଁ ପ୍ରତିଦିନ ଟ୍ରକ୍‌ ଆବଶ୍ୟକ ପଡୁଥିବ । ମୃତ ମୂଷାଙ୍କୁ କେଉଁଠି ଫିଙ୍ଗାଗଲା କି ପୋତାଗଲା କମ୍ପାନୀ ସେ ବିଷୟରେ କିଛି କହିନାହିଁ । ମୂଷା ମରା ପରେ ଚା’ ପିଆ ଦୁର୍ନୀତି ମହାରାଷ୍ଟ୍ରର ବିଜେପି-ଶିବସେନା ମେଣ୍ଟ ସରକାରଙ୍କ ମୁଣ୍ଡ ବିନ୍ଧାର କାରଣ ହୋଇଛି ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories