www.samajalive.in
Sunday, December 14, 2025
17.1 C
Bhubaneswar

ନବରଙ୍ଗପୁରରେ ବିଜେପି ଓଡିଶା ପ୍ରଭାରୀ ସୁନୀଲ ବଂସଲ : ସଙ୍ଗଠନକୁ ସୁଦୃଢ଼ କରିବାକୁ ଆହ୍ୱାନ 

ନବରଙ୍ଗପୁର : ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ତଥା ଓଡିଶା ପ୍ରଭାରୀ ସୁନୀଲ ବଂସଲ ପ୍ରଥମଥର ପାଇଁ ନବରଙ୍ଗପୁର ଲୋକସଭା ପ୍ରବାସ ଯୋଜନା ଗସ୍ତରେ ଆସି ନବରଙ୍ଗପୁରରେ ପହଞ୍ଚିଥିଲେ। ଏହି ଅବସରରେ ସର୍କିଟ ହାଉସରେ ଲୋକସଭା ନିର୍ବାଚନ ମଣ୍ଡଳୀର ଦଳୀୟ କାର୍ଯ୍ୟକତ୍ତା‌େ‌ଙ୍କ ବୈଠକରେ ଯୋଗ ଦେଇଥିଲେ। ସେ ସମସ୍ତ  ବୁଥ କମିଟି ଗଠନ କରିବାକୁ କହିଥିଲେ। ବୁଥ କମିଟି, ମଣ୍ଡଳ କମିଟି ଓ ଶକ୍ତି କେନ୍ଦ୍ରର କାର୍ଯ୍ୟକର୍ତ୍ତାମ।ନେ ରାଜ୍ୟ ସରକାରର ବିଫଳତା ଓ କେନ୍ଦ୍ର ସରକାରର ସଫଳତାକୁ ନେଇ ଭୋଟରଙ୍କ ନିକଟରେ ପହଞ୍ଚିବାକୁ ପରାମର୍ଶ ଦେଇଥିଲେ। ସେ ଭିନ୍ନ ଭିନ୍ନ ଭ।ବେ ନବରଙ୍ଗପୁର ଲୋକସଭା ଅନ୍ତର୍ଗତ ୭ଟି  ବିଧାନସଭା ନିର୍ବାଚନ ମଣ୍ଡଳୀର ସଙ୍ଗଠନ କାର୍ଯ୍ୟର ସମୀକ୍ଷା କରିଥିଲେ।  ଯେଉଁ ବୁଥ କମିଟି ଗଠନ ହୋଇନାହିଁ ତାହା ଏକ ମାସ ଭିତରେ ସାରିବାକୁ ପରାମର୍ଶ ଦେଇଥିଲେ । ଏଥିରେ ନବରଙ୍ଗପୁର, ଉମରକୋଟ, ଡାବୁଗାଁ, ଝରିଗାଁ, କୋଟପ।ଡ଼, ମାଲକାନଗିରି ଓ ଚିତ୍ରକୋଣ୍ଡା ବିଧ।ନସଭା ନିର୍ବାଚନ ମଣ୍ଡଳୀର ସମୀକ୍ଷା କରିଥିଲେ । ବିଜେପି ରାଜ୍ୟ ସଂଗଠନ ସମ୍ପାଦକ ମାନସ ମହାନ୍ତି , ରାଜ୍ୟ ଉପସଭାପତି ବଳଭଦ୍ର ମାଝୀ, ପୂର୍ବତନ ସାଂସଦ ପର୍ଶୁରାମ ମାଝୀ, ନବରଙ୍ଗପୁର ଜିଲା ସଭାପତି ଜଗଦୀଶ ବିଷୋୟୀ, କୋରାପୁଟ ଜିଲା ସଭାପତି ସୁମନ୍ତ ପ୍ରଧାନ, ମାଲକାନଗିରି ଜିଲା ସଭାପତି  ନିମାଇଁ ପାଲ, ଲୋକସଭା ପ୍ରଭାରୀ ମୋନିଞ୍ଜର ଆଚାର୍ଯ୍ୟ, ଲୋକସଭ। ସଂଯୋଜକ ରାମେଶ୍ୱର ଜେନା, ଉମରକୋଟ ବିଧାୟକ ନିତ୍ୟାନନ୍ଦ ଗଣ୍ଡ, ମାଲକାନଗିରି ବିଧାୟକ ଆଦିତ୍ୟ ମାଢୀଙ୍କ ସମେତ ଲୋକସଭା ଓ ବିଧାନସଭା ସଞ୍ଚାଳନ ସମିତିର କାର୍ଯ୍ୟକର୍ତ୍ତା ଯୋଗଦେଇଥିଲେ। ପରେ ରାତ୍ର ୮ ଟାରେ ଶ୍ରୀ ବଂସଲ ଝାରସୁଗୁଡା ଅଭିମୁଖେ  ଯାତ୍ରା କରିଥିଲେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories