www.samajalive.in
Monday, December 15, 2025
14.1 C
Bhubaneswar

ଆବଶ୍ୟକତା ଠାରୁ ଅଧିକ ଲେମ୍ବୁ ପାଣି ପିଉଥିଲେ..

ଖରାଦିନେ ସାଧାରଣତଃ ଲେମ୍ବୁ ପାଣି ପିଇବା ସ୍ୱାସ୍ଥ୍ୟ ପାଇଁ ଖୁବ ଉପକାରୀ ବୋଲି କୁହାଯାଏ। ଅଧିକାଂଶ ଲୋକେ ଏହାକୁ ପିଇବାକୁ ପସନ୍ଦ ମଧ୍ୟ କରିଥାଆନ୍ତି। ଏହା ଶରୀରରେ ଜଳୀୟଅଂଶର ଅଭାବକୁ ଦୂର କରିବାରେ ବେଶ ସହାୟକ ହୋଇଥାଏ। ଲେମ୍ବୁରେ ଭିଟାମିନ ସି, ଭିଟାମିନ ଇ, ଭିଟାମିନ ବି-୬ ଭଳି ଅନେକ ପୋଷକ ତତ୍ତ୍ୱ ରହିଛି। ମାତ୍ର ଏହା ସ୍ୱାସ୍ଥ୍ୟ ପାଇଁ ଉପକାରୀ ହେଲେ ମଧ୍ୟ ଆବଶ୍ୟକତା ଠାରୁ ଅଧିକ ପରିମାଣରେ ଏହାର ସେବନ ଦ୍ୱାରା ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ହୋଇଥାଏ। ଜାଣନ୍ତୁ..
ଅନେକ ଥର ଶୁଣିଥିବେ ଖାଲି ପେଟରେ ମହୁ ସହ ଲେମ୍ବୁ ପାଣିର ସେବନ କରିବା ଦ୍ୱାରା ପାଚନ ପ୍ରକ୍ରିୟା ଉତ୍ତମ ହେବା ପାଇଁ ସହାୟକ ହୋଇଥାଏ। ମାତ୍ର ଆବଶ୍ୟକତା ଠାରୁ ଅଧିକ ପରିମାଣରେ ଏହାର ସେବନ ଦ୍ୱାରା ପେଟ ସହ ଜଡିତ ଅନେକ ସମସ୍ୟା ସୃଷ୍ଟି ହୋଇଥାଏ। ଏହାଦ୍ୱାରା ପେଟରେ ଯନ୍ତ୍ରଣା ହୋଇଥାଏ।
ଅଧିକ ମାତ୍ରାରେ ଲେମ୍ବୁ ପାଣିର ସେବନ ଦ୍ୱାରା ଦାନ୍ତରେ ଝିମ୍‌‌ଝିମ୍‌‌ ଅନୁଭବ ହୋଇଥାଏ। ଦାନ୍ତ ଉପରେ ମଧ୍ୟ କୁପ୍ରଭାବ ପକାଇବା ସହ ଦାନ୍ତ ଶୀଘ୍ର ନଷ୍ଟ ହେବାର ସମ୍ଭାବନା ଥାଏ।
ସେହିପରି ଲେମ୍ବୁ ରସକୁ ସିଧାସଳଖ କେଶରେ ଲଗାନ୍ତୁ ନାହିଁ। ଏହା କେଶକୁ ଶୁଷ୍କ କରିବା ସହ ଧଳାକେଶର କାରଣ ମଧ୍ୟ ପାଲଟିଥାଏ। ଅନେକ ସମୟରେ ରୂପି ସମସ୍ୟାରୁ ରକ୍ଷା ପାଇବା ପାଇଁ ଲେମ୍ବୁ ରସ ସିଧାସଳଖ କେଶରେ ଲଗାଇ ଥାଆନ୍ତି। ମାତ୍ର ଏହାକୁ ସିଧାସଳଖ ବଦଳରେ ତେଲରେ ଏହାକୁ ଅଳ୍ପ ପରିମାଣରେ ମିଶାଇ ବ୍ୟବହାର କରିପାରିବେ।
ନିୟମିତ ଅଧିକ ପରିମାଣରେ ଲେମ୍ବୁ ପାଣିର ସେବନ କରିବା ଦ୍ୱାରା ତ୍ୱଚା ଶୁଷ୍କ ହୋଇଥାଏ।
ଆବଶ୍ୟକତା ଠାରୁ ଅଧିକ ଲେମ୍ବୁ ପାଣି ପିଇବା ଦ୍ୱାରା ବାରମ୍ବାର ପରିଶ୍ରା ଲାଗିଥାଏ। ଏହାସହ ଜଳୀୟଅଂଶର ଅଭାବ ମଧ୍ୟ ହୋଇଥାଏ।

 

- Advertisement -

 

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories