www.samajalive.in
Monday, December 8, 2025
14.1 C
Bhubaneswar

ଅଖିଳ ଭାରତ ଗ୍ରାମୀଣ କ୍ଷେତ ମଜଦୂର ପକ୍ଷରୁ ବ୍ଲକ ଓ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଗଣ ପ୍ରତିବାଦ

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକରେ ଗୁରୁବାର ଅଖିଳ ଭାରତ ଗ୍ରାମୀଣ କ୍ଷେତ ମଜଦୂର ତଥା ସିପିଆଇ ଏମ ଏଲ ପକ୍ଷରୁ ବ୍ଲକ ଓ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଗଣ ପ୍ରତିବାଦ କରି ବିଡିଓ ଏବଂ ତହସିଲଦାରଙ୍କ ଜରିଆରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ୧୬ଦଫା ଦାବି ପ୍ରଦାନ କରାଯାଇଛି। ସିପିଆଇ ଏମ ଏଲ ରାଜ୍ୟ କମିଟିର ସଦସ୍ୟ ରାମଚନ୍ଦ୍ର ପ୍ରାସ୍କାଙ୍କ ନେତୃତ୍ବରେ କିଛି ମହିଳା ପୁରୁଷ ସ୍ଥାନୀୟ ଶିବମନ୍ଦିରଠାରେ ଏକତ୍ରିତ ହୋଇଥିଲେ। ସେଠାରୁ ଏକ ଶୋଭାଯାତ୍ରାରେ ବାହାରି ୧୬ଦଫା ଦାବି ନେଇ ବିଡିଓ କାର୍ଯ୍ୟାଳୟ ପହଞ୍ଚି ଗଣପ୍ରତିବାଦ କରିଥିଲେ। ଏଠାରେ ବିଡିଓ ଅଞ୍ଚଳ ପରିଦର୍ଶନ ଯାଇଥିବା ଯୋଗୁଁ ଗ୍ରାମପଞ୍ଚାୟତ ସମ୍ପ୍ରସାରଣ ଅଧିକାରୀ ମାନସ ରଞ୍ଜନ ପ୍ରଧାନଙ୍କୁ ପ୍ରଦାନ କରିଛନ୍ତି। ସେ କହିଥିଲେ, ବିଡିଓ ଆସିଲେ ତାଙ୍କ ସହିତ କଥା ହୋଇ ରାଷ୍ଟ୍ରପତିଙ୍କ ପାଖକୁ ପଠାଇବୁ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଏହାପରେ ତହସିଲ କାର୍ଯ୍ୟାଳୟକୁ ଯାଇ ସେହିଠାରେ ଗଣଧାରଣା ଦେବା ପରେ ତହସିଲଦାର ସୁଧାକର ରଇତଙ୍କୁ ଲିଖିତ ପତ୍ର ପ୍ରଦାନ କରିଥିଲେ। ଏଥିରେ ୧୬ଟି ଦାବି ମଧ୍ୟରୁ ମୁଖ୍ୟ ଏମ ଜି ଏନ ଆର ଜି ଏ କାମରେ ବର୍ଷକୁ ୨୦୦ଦିନ କାମ ଦୈନିକ ୬୦୦ଟଙ୍କା ମଜୁରୀ ପ୍ରଦାନ, ବ୍ଲକରେ ପେନସନ ଉପଭୋକ୍ତାଙ୍କୁ ୩୦୦୦ଟଙ୍କା ପଞ୍ଚାୟତ କାର୍ଯ୍ୟାଳୟରେ ଦିଆଯାଉ ଓ ବିଦ୍ୟୁତ ଉପଭୋକ୍ତାଙ୍କୁ ମାଗଣାରେ ୨୦୦ୟୁନିଟ ପର୍ଯ୍ୟନ୍ତ ଦିଆଯାଉ, ଗରିବ ଲୋକଙ୍କ ବସ୍ତିରେ ବୁଲଡୋଜର ଚଳାଇବା ବନ୍ଦ କର, ସମସ୍ତ ମୂଲିଆମାନଙ୍କୁ ଘରଡିହ ପଟ୍ଟା, ଜଙ୍ଗଲ ଜମି ଓ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ୫ଲକ୍ଷ ଟଙ୍କା ଯୋଗାଇ ଦେବା, ବ୍ଲକରେ ଶୀତଳ ଭଣ୍ଡାର ଓ ଟିଡିସିଏସ ଜରିଆରେ ଜଙ୍ଗଲଜାତ ଦ୍ରବ୍ୟ କିଣିବା ଦାବି ବୋଲି ଉଲ୍ଲେଖ କରିଛନ୍ତି। ଦାବିପତ୍ର ଦେବା ବେଳେ ଚୈତନ୍ୟ ଗରଡ଼ିଆ, ଗୁରୁନାଥ ବାଗିରି ସଦାନନ୍ଦ ଗରଡ଼ିଆ, ମେଦ୍ରୀ ଗରଡ଼ିଆ, ବାଗିରିଆ ରଘୁ ପ୍ରମୁଖ ଉପସ୍ଥିତ ରହିଥିଲେ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories