ଗୁରୁବାର ରାଶିଫଳ (୨୭.୦୪.୨୦୨୩) ରାଶିଫଳଧର୍ମ ଅଧ୍ୟାତ୍ମନିଉଜ ଆଲର୍ଟ By samajalive Last updated Apr 27, 2023 Share ମେଷ : ଆପଣଙ୍କ ଉଦାରତା ଭାବରୁ ଉଚ୍ଚ ସମ୍ମାନ ପ୍ରାପ୍ତିର ସୂଚନା ମିଳୁଥିବାବେଳେ ଠକମାନଙ୍କର ଠକାମିର ଶିକାର ହୋଇପାରନ୍ତି। ଦାନଶୀଳ ହେବେ। କୃଷି ଉପରେ ଧ୍ୟାନ ଦେବେ। ବୁଦ୍ଧିମାନ ହେବେ। ବୃଷ : ମନ ପ୍ରସନ୍ନ ରହିବ। ଈଶ୍ବର ବିଶ୍ବାସୀ ହେବେ। ମଧୁର ଭାଷା ଓ ମେଳାପି ପ୍ରକୃତିର ହେବେ। ପ୍ରେମୀ ଓ ସାହସୀ ହେବେ। ଅନୁଜମାନଙ୍କଠାରୁ ଆଦର, ସମ୍ମାନ ମିଳିବ। ଧାର୍ମିକ, ବନ୍ଧୁପ୍ରେମୀ ଓ ବିଦ୍ବାନ ହେବେ। ମିଥୁନ : ଭାଗ୍ୟଶାଳୀ ହୋଇପାରନ୍ତି। ଆଦର୍ଶ ବ୍ୟକ୍ତିତ୍ବସମ୍ପନ୍ନ ହେବେ। ମଧୁରଭାଷୀ, ସହନଶୀଳ, ଶାନ୍ତିପ୍ରିୟ, ଉଦାର ଚରିତ ଓ ବିଦ୍ୟାପ୍ରେମୀ ହୋଇପାରନ୍ତି। ଦାମ୍ପତ୍ୟ ଜୀବନ ପ୍ରେମପୂର୍ଣ୍ଣ ହେବ। ମିତ୍ରଙ୍କ ସହାୟତା ପାଇବେ। କର୍କଟ : ସ୍ବାଗତ ସମ୍ବର୍ଦ୍ଧନା ପାଇଁ ମନ ପ୍ରଫୁଲ୍ଲ ରହିବ। ସୁସ୍ବାଦୁ ଭୋଜନରେ ଆପ୍ୟାୟିତ ହେବେ। ଐଶ୍ବର୍ଯ୍ୟଯୁକ୍ତ ହେବେ। ମାଲିମୋକଦ୍ଦମାରେ ବିଜୟୀ ହେବେ। ସୈନିକମାନେ ରଣାଙ୍ଗନରେ ସାମର୍ଥ୍ୟର ପରିପ୍ରକାଶ ଘଟାଇପାରନ୍ତି। ସିଂହ : କର୍ମଚଞ୍ଚଳ ରହିବେ। ଥଣ୍ଡା-କଫଜନିତ ସାମାନ୍ୟ ପୀଡ଼ା ଅନୁଭବ କରିପାରନ୍ତି। ଭାଷା ମଧୁର ଓ ବ୍ୟବହାର ପ୍ରେମପୂର୍ଣ୍ଣ ହେବ। ରାଜଯୋଗ ଅଛି। ଧର୍ମକାର୍ଯ୍ୟରେ ଧନ ବ୍ୟୟ କରିବେ। ଉଚ୍ଚ ସମ୍ମାନର ଅଧିକାରୀ ହେବେ। କନ୍ୟା : ଆୟୁଷ୍ମାନ ହେବେ। ଯଶସ୍ବୀ ହେବେ। ଲୋକପ୍ରିୟତା ଅର୍ଜନ କରିବେ। ସରକାରୀ ସ୍ତରରେ ସମ୍ମାନିତ ହେବା ସହିତ ଅର୍ଥପ୍ରାପ୍ତିର ସୂଚନା ମିଳୁଛି। ଜ୍ୟୋତିଷବିଦ୍ୟା ପ୍ରତି ରୁଚି ରହିବ। ଅସାଧ୍ୟ ସାଧନ କରିବେ। Related Posts ସାମ୍ବାଦିକଙ୍କ ପୂରା ପରିବାରକୁ ହତ୍ୟା Jan 10, 2025 ଅଷ୍ଟ୍ରେଲିଆରେ ମୋତେ ବିଷାକ୍ତ ଖାଦ୍ୟ… Jan 10, 2025 ତୁଳା : ମନ ପ୍ରସନ୍ନ ରହିବ। କୁଳପ୍ରଦୀପ ହେବେ। ସୁସ୍ଥ ଓ ନିରାମୟ ରହିବେ। ଦୟାର୍ଦ୍ର ଚିତ୍ତ ହୋଇପାରନ୍ତି। ବ୍ୟବସାୟ ଲାଭଜନକ ହେବ। ଯଶସ୍ବୀ ହେବେ। ନିଜ ପରିବାର ପ୍ରତି ସ୍ନେହ ସଦ୍ଦିଚ୍ଛା ଭାବ ରହିବ। ବିଛା : ଭାଗ୍ୟଶାଳୀ ହେବେ। ଭୋଗ-ବିଳାସ କରିପାରନ୍ତି। ଦିନଟି ସୁଖ-ସମୃଦ୍ଧିପୂର୍ଣ୍ଣ ହେବ। ଧର୍ମାତ୍ମା, ପ୍ରବାସପ୍ରିୟ, ବିଦ୍ବାନ ଓ ସମ୍ପତ୍ତିବାନ ହୋଇପାରନ୍ତି। ପାରିବାରିକ ଜୀବନ ସୁଖପ୍ରଦ ହେବ। ଉଦ୍ୟୋଗୀ ହେବେ। ଧନୁ : ସ୍ବାଭିମାନୀ ହେବେ। ଶାରୀରିକ ଦୁର୍ବଳତା ଅନୁଭବ କରିପାରନ୍ତି। ଶତ୍ରୁ ଅଧିକ ହେଲେ ବି ସେମାନଙ୍କ ଦ୍ବାରା କିଛି କ୍ଷତି ହେବ ନାହିଁ। ଯାନବାହନ ଚଳାଚଳରେ ସତର୍କତା ଅବଲମ୍ବନ କରିବାକୁ ପଡ଼ିବ। ବିପଦ ନାହିଁ। ମକର : ବନ୍ଧୁମିଳନ ଘଟିପାରେ। ସମାଜସେବାରେ ନିଜକୁ ନିୟୋଜିତ କରିପାରନ୍ତି। ଶାନ୍ତ ଓ ଧୈର୍ଯ୍ୟବାନ ହୋଇପାରନ୍ତି। ପତ୍ନୀଙ୍କ ପରାମର୍ଶ ମଙ୍ଗଳଦାୟକ ହେବ। ମନରେ ଉପୁଜିଥିବା ଅହଂଭାବକୁ ବିସର୍ଜନ ଦେବେ। କୁମ୍ଭ : ଭାଇମାନଙ୍କ ଉପରେ ସ୍ନେହଭାବ ରହିବ। ପରିସ୍ଥିତିକୁ ଆକଳନ କରି ବାହ୍ୟ ଖର୍ଚ୍ଚକୁ ସୀମିତ କରିପାରନ୍ତି। ସୁସ୍ଥ ଓ ନିରାମୟ ରହିବେ। ଚତୁରତାର ସହ ଶତ୍ରୁଦମନ କରିବେ। ଚାକିରିରେ ସୁନାମ ଅର୍ଜନ କରିବେ। ମୀନ : ପ୍ରବଚନ ଦେବାର ପୂର୍ବ ପ୍ରସ୍ତୁତି ସ୍ବରୂପ ବିଭିନ୍ନ ଶାସ୍ତ୍ର ଅଧ୍ୟୟନରେ ମନୋନିବେଶ କରିପାରନ୍ତି। ବିଭିନ୍ନ ସ୍ତରରୁ ଅର୍ଥାଗମର ସୂଚନା ମିଳୁଛି। ପ୍ରାଣପ୍ରିୟାଙ୍କ ସ୍ବାସ୍ଥ୍ୟରକ୍ଷା ପାଇଁ ଯତ୍ନଶୀଳ ହେବେ। ଧର୍ମ-କର୍ମ ସମ୍ପାଦନ କରିବେ। Share FacebookTwitterWhatsApp
Comments are closed.