www.samajalive.in
Monday, December 15, 2025
15.1 C
Bhubaneswar

ଲୁଟିନେଲେ ୪୦ ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କା

ଚନ୍ଦନେଶ୍ୱର : ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ଚନ୍ଦନେଶ୍ୱରରେ ଥିବା ୟୁନିଅନ ବ୍ୟାଙ୍କ୍‌ ଶାଖାରୁ ବୁଧବାର ଦିନ ଦ୍ୱି ପ୍ରହରରେ ଡକାୟତମାନେ ୪୦ ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କା ଓ ଗହଣା ଲୁଟି ନେଇଛନ୍ତି। ଡକାୟତମାନେ ଦୁଇଟି ନମ୍ବରବିହୀନ ଟିଭିଏସ୍‌ ଆପାଚିରେ ଆସି, ବନ୍ଧୁକ ଦେଖାଇ ବ୍ୟାଙ୍କର ସମସ୍ତ କର୍ମଚାରୀ ଓ ଗ୍ରାହକଙ୍କୁ ଷ୍ଟ୍ରଙ୍ଗ୍‌ ରୁମ ଭିତରେ ପୂରାଇ ଗେଟ୍‌ ବାହାରୁ ତାଲା ପକାଇ ଦେଇଥିଲେ। ମାତ୍ର ୧୫ ମିନିଟ ମଧ୍ୟରେ କ୍ୟାସ୍‌ କାଉଣ୍ଟର ଓ ଷ୍ଟ୍ରଙ୍ଗ୍‌ ରୁମରୁ ଲୁଟ୍‌ କରି ପଶ୍ଚିମ ବଙ୍ଗ ଆଡକୁ ପଳାଇଥିଲେ। ଖବର ପାଇ ତାଳସାରି ସାମୁଦ୍ରିକ ଥାନା ଅଧିକାରି ଚମ୍ପାବତୀ ସୋରେନ ଓ ଚନ୍ଦନେଶ୍ୱର ଫାଣ୍ଡି ଅଧିକାରୀ ବିଶ୍ୱନାଥ କର ତଥା ପୁଲିସ ଦଳ ପହଞ୍ଚି ତାଲା ଭାଙ୍ଗି ସମସ୍ତଙ୍କୁ ଉଦ୍ଧାର କରିଥିଲେ।
ପ୍ରକାଶ, ୨୦୧୪ରେ ଚନ୍ଦନେଶ୍ୱର-ସାହାବାଜିପୁର ମୁଖ୍ୟ ରାସ୍ତା କଡ଼ରେ ଥିବା ଅଶୋକ କୁମାର ଦାସମହାପାତ୍ରଙ୍କ ଘରେ ଆରମ୍ଭ ହୋଇଥିଲା ଆନ୍ଧ୍ରବ୍ୟାଙ୍କ। ବ୍ୟାଙ୍କର ମିଶ୍ରଣ ପରେ ଏହା ୟୁନିଅନ ବ୍ୟାଙ୍କରେ ପରିଣତ ହେଲା। ଏହି ଶାଖାର ଅଳ୍ପ ଦୂରରେ ଗାଜିପୁର ୟୁକୋ ବ୍ୟାଙ୍କ ମଧ୍ୟ ରହିଛି। ବୁଧବାର ଦିନ ପ୍ରାୟ ୧୨ଟା ୫୫ ମିନିଟ ସମୟରେ ବ୍ୟାଙ୍କରେ ୧୫ରୁ ଅଧିକ ଗ୍ରାହକ ଉପସ୍ଥିତ ଥିଲେ। ହଠାତ୍‌‌ ୫ ଜଣ ବ୍ୟକ୍ତି ବ୍ୟାଙ୍କରେ ପଶି ଗ୍ରାହକମାନଙ୍କୁ ଘରର ଗୋଟିଏ କଡ଼କୁ ଆଣିଥିଲେ। ଜଣେ ଫାଟକ ପାଖରେ ଅଟକି ରହିଥିଲା। ସେମାନଙ୍କ ଭିତରୁ ଜଣେ ସିଧା ସଳଖ କ୍ୟାସିୟରଙ୍କ ପାଖକୁ ଯାଇଥିବାବେଳେ ଅନ୍ୟ ଜଣେ ଶାଖା ପରିଚାଳକଙ୍କ କ୍ୟାବିନରେ ପ୍ରବେଶ କରିଥିଲା। ୩ ଜଣ ମୁହଁରେ କଳା ରଙ୍ଗର ମୁଖା ଲଗାଇଥିଲେ। ୪ ଜଣ ହିନ୍ଦୀରେ କଥାବାର୍ତ୍ତା ହେଉଥିବାବେଳେ ଜଣେ ୬୫ରୁ ଊର୍ଦ୍ଧ୍ବ ବୟସର ବ୍ୟକ୍ତି ଓଡ଼ିଆରେ କଥାବାର୍ତ୍ତା ହେଉଥିବା ଗ୍ରାହକମାନେ କହିଛନ୍ତି। ଗ୍ରାହକମାନଙ୍କୁ ଘରର ଗୋଟିଏ ପାଖରେ ବସାଇ ଡକାୟତମାନେ ସମସ୍ତଙ୍କ ପାଖରୁ ମୋବାଇଲ ଛଡାଇ ନେଇଥିଲେ। ୨ ଜଣ ଡକାୟତଙ୍କ ହାତରେ ପିତଳ ରଙ୍ଗର ଛୋଟ ୨ଟି ବନ୍ଧୁକ ଥିବାବେଳେ ଅନ୍ୟ ଜଣକ ହାତରେ କଳା ରଙ୍ଗର ଟିକିଏ ବଡ଼ ବନ୍ଧୁକ ଥିଲା। ଡକାୟତମାନେ କ୍ୟାସିୟରଙ୍କୁ ଶକ୍ତ ଚାପୁଡ଼ା ମାରି ତାଙ୍କଠାରୁ ଚାବି ନେଇ ୨ ଜଣ ଲକର ଭିତରୁ ୨ଟି
ବ୍ୟାଗରେ ଟଙ୍କା ଓ ସୁନା ଗହଣା ପୂରାଇଥିବାବେଳେ ଅନ୍ୟ ଜଣେ କ୍ୟାସ କାଉଣ୍ଟରରେ ଥିବା ଟଙ୍କାକୁ ଏକ ବ୍ୟାଗରେ ପୂରାଇଥିଲା। ପରେ ଡକାୟତମାନେ ଗେଟ ବାହାରୁ ତାଲା ପକାଇ ସେଠାରୁ ଖସି ଯାଇଥିଲେ। ସମସ୍ତଙ୍କ ଠାରୁ ମୋବାଇଲ ଛଡ଼ାଇ ନେଇଥିବାବେଳେ ଜଣେ ଗ୍ରାହକ ଗୋଲକ ପ୍ରଧାନ ଚତୁରତାର ସହିତ ନିଜ ମୋବାଇଲକୁ ପ୍ୟାଣ୍ଟ ପକେଟ ପଛରେ ଲୁଚାଇ ଦେଇଥିଲେ। ଡକାୟତମାନେ ପଳାଇଯିବା ପରେ ସେ ଫାଣ୍ଡି, ଥାନା ଓ ନିଜ ସମ୍ପର୍କୀୟଙ୍କୁ ଫୋନ କରି ଘଟଣା ସମ୍ପର୍କରେ କହିଥିଲେ। ପ୍ରାୟ ଅଧା ଘଣ୍ଟା ପରେ ପୁଲିସ ସେମାନଙ୍କୁ ଉଦ୍ଧାର କରିଥିଲା। ଲୁଟିଆମାନେ ସମସ୍ତଙ୍କ ମୋବାଇଲ ଓ ଶାଖା ପରିଚାଳକଙ୍କ କ୍ୟାବିନର ସିସି କ୍ୟାମେରାର ହାର୍ଡ ଡିସ୍କ ନେଇ ଯାଇଥିବା ଜଣାଯାଇଛି। ବ୍ୟାଙ୍କରେ ପୂର୍ବାଞ୍ଚଳ ଆଇଜି ହିମାଂଶୁ ଲାଲ, ବାଲେଶ୍ୱର ଏସ୍‌ପି ସାଗରିକା ନାଥ, ଜଳେଶ୍ୱର ଏସଡିପିଓ ଦିଲ୍ଲୀପ କୁମାର ସାହୁ, ଭୋଗରାଇ ଥାନା ଅଧିକାରୀ ପ୍ରଭଞ୍ଜନ ବେହେରାଙ୍କ ସମେତ ବାଲେଶ୍ୱରର ସାଇଣ୍ଟିଫିକ ଟିମ ପହଞ୍ଚି ତନାଘନା ଚଳାଇଛନ୍ତି। ଶାଖା ପରିଚାଳକ ନୌନିତ ଖାଲ୍‌କୋ ଓ ୪ କର୍ମଚାରୀଙ୍କୁ ପୁଲିସ ପଚରାଉଚରା କରିଛି। ବ୍ୟାଙ୍କରେ କୌଣସି ସିକ୍ୟୁରିଟି ଗାର୍ଡ ନ ଥିବାରୁ ଏଭଳି ସମସ୍ୟା ଉପୁଜିଥିବା ସାଧାରଣ ଲୋକେ ଅଭିଯୋଗ ଉଠାଇଛନ୍ତି।
ଲୁଟିନେଲେ ୪୦ ଲକ୍ଷରୁ

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories