www.samajalive.in
Sunday, December 14, 2025
17.1 C
Bhubaneswar

ମୋହନା ପଞ୍ଚାୟତ ସମିତିର ଚତୁର୍ଥ ବୈଠକ, ସାମ୍ବାଦିକଙ୍କୁ ଅଣଦେଖା

ମୋହନା: ଗଜପତି ଜ଼ିଲ୍ଲା ମୋହନା ପଞ୍ଚାୟତ ସମିତିର ଚତୁର୍ଥ ସାଧାରଣ ବୈଠକ ସ୍ଥାନୀୟ ବିଜୁ କଲ୍ୟାଣ ମଣ୍ଡପ ଠାରେ ବୁଧବାର ଅନୁଷ୍ଠିତ ହୋଇଯାଇଛି। ବ୍ଲକ ଅଧ୍ୟକ୍ଷ ରଞ୍ଜୀବ ଶବରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ବ୍ଲକର ୩୯ଟି ପଞ୍ଚାୟତର ସରପଞ୍ଚ, ସମିତିସଭ୍ୟ ଏବଂ ବିଭାଗୀୟ ଅଧିକାରୀ ମାନେ ଉପସ୍ଥିତ ଥିଲେ। ଅଞ୍ଚଳରେ ଚାଲିଥିବା ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ଗୁଡିକ ସମ୍ପର୍କରେ ବୈଠକରେ ଆଲୋଚନା କରାଯାଇଥିଲା। ମୁଖ୍ୟତଃ ରାସ୍ତା, ପାନୀୟଜଳ, ଶିକ୍ଷା ସମ୍ପର୍କରେ ଅଭିଯୋଗ ଆସିଥିଲା। ମୋହନା ବସଷ୍ଟାଣ୍ଡ, ଶିଶୁ ପାର୍କ, ଶୌଚାଳୟ, ସାହି ରାସ୍ତା ଓ ଡ୍ରେନ, ମେଗା ଜଳ ପ୍ରକଳ୍ପ କାର୍ଯ୍ୟକ୍ଷମ, ୨୦୨୨-୨୩ ଆର୍ଥୀକ ବର୍ଷରେ ଜିଲ୍ଲା ସେକ୍ଟରକୁ ଅର୍ଥ ନ ଆସିବା, ସ୍ୱାସ୍ଥ୍ୟ କେନ୍ଦ୍ରରେ ବୋରୱେଲ ଖନନ ଅତିଶୀଘ୍ର କାର୍ଯ୍ୟକ୍ଷମ କରିବା ସହ ସାଧାରଣ ବର୍ଗର ଛାତ୍ର ଛାତ୍ରୀଙ୍କ ନିମନ୍ତେ ହାଇସ୍କୁଲ ନିର୍ମାଣ ପାଇଁ ଦାବି କରିଥିଲେ ସମିତିସଭ୍ୟ ବାଳକୃଷ୍ଣ ମଳିକl ବିକେଜିୱ।ଈରୁ ଆସୁଥିବା ଅର୍ଥ କିଛି ପଞ୍ଚାୟତକୁ ନଆସି ବାଦ ପଡ଼ିଥିବାକୁ ନେଇ ବାଘମାରୀ ସରପଞ୍ଚ ଜୟସେନ ଶବର, ଯୁବ ସରପଞ୍ଚ ଯୀକରୀୟ ରଇତ ହୋହାଲ୍ଲା କରିଥିଲେ। ତେଵେ ବ୍ଲକର ପ୍ରତ୍ୟେକ କାର୍ଯ୍ୟକ୍ରମରେ ସାମ୍ବାଦିକ ମାନଙ୍କୁ ଅଣଦେଖା କରାଯାଉଥିବା ନେଇ ମୋହନା ସାମ୍ବାଦିକ ସଙ୍ଘ ପକ୍ଷରୁ ଉଦବେଗ ପ୍ରକାଶ ପାଇଥିଲା। ସଙ୍ଘ ସଭାପତି ଲଷ୍ମଣ ଚୌଧୁରୀଙ୍କ ନେତୃତ୍ୱରେ ସଦସ୍ୟମନେ ବୈଠକ ମଧ୍ୟରେ ମଞ୍ଚ ଉପରକୁ ଯାଇ ଏହାର ପ୍ରତିବାଦ କରିଥିଲେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories