www.samajalive.in
Saturday, December 6, 2025
15.1 C
Bhubaneswar

ଦିବ୍ୟାଙ୍ଗଙ୍କୁ ୩ ଚକିଆ ସାଇକେଲ ପ୍ରଦାନ

ପାଟଣା : ପାଟଣା ବ୍ଲକ ଅଞ୍ଚଳରେ ୩୬ ଜଣ ଦିବ୍ୟାଙ୍ଗଙ୍କୁ ଜିଲ୍ଲା ଖଣିଜ ପାଣ୍ଠି ଅନୁଦାନରେ ପ୍ରଦତ୍ତ ବ୍ୟାଟେରୀ ଚାଳିତ ୩ ଚକିଆ ସାଇକେଲ ପ୍ରଦାନ କରାଯାଇଛି। ସୋମବାର ସ୍ୱତନ୍ତ୍ର ଭାବେ ପାଟଣା ବ୍ଲକ ପରିସରରେ ଆୟୋଜିତ କାର୍ୟ୍ୟକ୍ରମରେ ଜିଲ୍ଲାପାଳ ଆଶିଷ ଠାକରେଙ୍କ ଦ୍ଵାରା ଏହା ପ୍ରଦାନ କରାଯାଇଛି । ପାଟଣା ବିଡ଼ିଓ ଶିବଶଙ୍କର ମୁର୍ମୁଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ଶିବିରରେ ଜିଲ୍ଲାପାଳ ଶ୍ରୀ ଠାକରେଙ୍କ ସହ ଅତିରିକ୍ତ ଜିଲ୍ଲାପାଳ ସୁଷମା ବିଲୁଙ୍ଗ, ଡି ଏଫ ଓ ଏଚ ଡି ଧନରାଜ, ଉପଜିଲ୍ଲାପାଳ ରାମଚନ୍ଦ୍ର କିସ୍କୁ, ତହସିଲଦାର ତାପସରଞ୍ଜନ ଦେହୁରୀ ପ୍ରମୁଖ ସାମିଲ ଥିଲେ । ବ୍ୟାଟେରୀ ଚାଳିତ ୩ ଚକିଆ ପାଇଁ ବ୍ଲକରେ ବହୁ ଦିବ୍ୟାଙ୍ଗ ଆଶାୟୀ ଥିବା ବେଳେ ଏହି ୩ ଚକିଆ ପାଇବାକୁ ଏକାଧିକ ଯୋଗ୍ୟବାଦ ପଡିଥିବା ଅଭିଯୋଗ ହୋଇଛି ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories