www.samajalive.in
Saturday, December 6, 2025
17.1 C
Bhubaneswar

ଟଙ୍କା ନେଣ ଦେଣକୁ ନେଇ ମାଡପିଟ : ୫ ଗିରଫ

ସମ୍ବଲପୁର : ସମ୍ବଲପୁରର ଅଇଁଠାପାଲି ଥାନାଞ୍ଚଳରେ ରବିବାର ଟଙ୍କାନେଣ ଦେଣକୁ ନେଇ ଦୁଇ ପକ୍ଷ ମଧ୍ୟରେ ମାଡପିଟ ହୋଇଥିଲା। ଏ ନେଇ ଅଇଁଠାପାଲି ଥାନାରେ ଉଭୟ ପକ୍ଷ ଅଭିଯୋଗ କରିବାରୁ ପୁଲିସ ୨ଟି ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଥିଲା। ଉଭୟ ମାମଲାର ତଦନ୍ତରେ ପୁଲିସ ସୋମବାର ମହମ୍ମଦ ଲଲନ, ମହମ୍ମଦ ନୁରୁଲ ହୁସେନ, ସୁରୁଲ ବକ୍ସ, ବୀର ସିଂହ ଓ ସନ୍ଦିପ ସିଂହଙ୍କୁ ଗିରଫ କରି ଅଦାଲତକୁ ଚାଲାଣ କରିଛି। ପୁଲିସର ସୂଚନାନୁଯାୟୀ, ବୀର ସିଂହଙ୍କ ନିକଟରୁ ବରେଇପାଲି ନିବାସୀ ମହମ୍ମଦ ଲଲନ ୭.୫ ଲକ୍ଷ ଟଙ୍କା ନେଇଥିଲେ। ଏହି ଟଙ୍କା ନେବା ପରେ ସେ ତାହା ବାରମ୍ବାର କହିବା ସତ୍ୱେ ଫେରାଇ ନ ଥିଲେ। ଏଣୁ ବୀର ସିଂହ ଟଙ୍କା ନେଇଥିବା ମହମ୍ମଦ ଲଲନ ଙ୍କୁ ଅଇଁଠାପାଲି ବସଷ୍ଟାଣ୍ଡ ନିକଟରେ ଏକ ମିଠା ଦୋକାନରେ ଭେଟ ହେବାରୁ ଉଭୟଙ୍କ ମଧ୍ୟରେ ଟଙ୍କାକୁ ନେଇ ବଚସା ହୋଇଥିଲା। ଏହା ପରେ ଉଭୟ ପକ୍ଷ ମଧ୍ୟରେ ମାଡପିଟ ହୋଇଥିଲା।

Hot this week

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

Related Articles

Popular Categories