www.samajalive.in
Friday, December 5, 2025
20.1 C
Bhubaneswar

କୁକୁଡା ଦାନା ବୋଝେଇ ଟ୍ରକରୁ ଡିଜେଲ ଚୋରି, ଥାନାରେ ଅଭିଯୋଗ

ପାଟଣା : କେନ୍ଦୁଝର ଜିଲ୍ଲା ପାଟଣା ବଜାରରେ ବିଳମ୍ବିତ ରାତିରେ ଗୋଟିଏ କୁକୁଡା ଦାନା ବୋଝେଇ ୧୨ ଚକିଆ ଟ୍ରକରୁ ଡିଜେଲ ଚୋରି ହୋଇଛି। ଟ୍ରକଟି ଖଡକପୁର ରୁ କୁକୁଡା ଦାନା ବୋଝେଇ କରି ରାତି ପାଖାପାଖି ଗୋଟାଏ ସମୟରେ ପାଟଣାରେ ପହଞ୍ଚି ଥିଲା ।‌ ଗାଡି ରଖି ଚାଳକ ଓ ହେଲଫର ଶୋଇ ଯିବା ପରେ କୌଣସି ଦୁର୍ବୃତ୍ତ ତେଲ ଟାଙ୍କି ଭାଙ୍ଗି ତେଲ ଚୋରି କରି ନେଇଥିଲେ। ତେବେ ଦୁର୍ବୃତ୍ତ ମାନେ ନେଇ ପାରି ନଥିବା ଦୁଇଟି ବାଲତିରେ ତେଲ ଛାଡି ଚାଲି ଯାଇଛନ୍ତି। ସକାଳେ ଚାଳକ ଓ ହେଲଫର ଦେଖିବା ପରେ ଗାଡିର ତେଲ ଟାଙ୍କି ଭଙ୍ଗା ଯାଇ ତେଲ ଚୋରି କରାଯାଇଥିବା ଜାଣିବାକୁ ପାଇଥିଲେ। ଏନେଇ ପାଟଣା ଥାନାରେ ଅଭିଯୋଗ ହୋଇଛି।

Hot this week

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

Related Articles

Popular Categories