ରେଙ୍ଗାଲିକ୍ୟାମ୍ପ : ଅତାବିରା ପୁଲିସ ଦୁଇ ଜଣଙ୍କୁ ଗିରଫ କରି ତାଙ୍କୁ କୋର୍ଟ ଚାଲାଣ କରିଛି। ପ୍ରକାଶ ଥାଉ କି ଗତ ତା୨୧.୦୪.୨୦୨୩ ରିଖ ରାତିରେ ପଧାନଟିକ୍ରା ଗାଁର କ୍ଷୀର ଭୋଇଙ୍କ ଘର ଛାତ ଉପର ସିଡ଼ି ବାଟ ଦେଇ ଚୋର ମାନେ ଘର ଭିତରେ ପଶି ଗୋଟିଏ ମଟର ସାଇକେଲ ଓ ଗୋଟିଏ ଇଣ୍ଡକସନ ହିଟର୍ ଚୋରି କରି ଖସି ପଳାଇଥିଲେ । ସେନେଇ ଅତାବିରା ଥାନାରେ ମାମଲା ରୁଜୁ ହୋଇଥିଲା । ଅତାବିରା ଥାନା ଅଧିକାରୀ ଅନିଲ କୁମାର ପ୍ରଧାନ ତଦନ୍ତ କରି ଦୁଇ ଜଣ କାର୍ତ୍ତିକ ବରିହା (୨୪) ଏବଂ ଅନ୍ୟ ଜଣଙ୍କୁ (ନାବାଳକ) ଗିରଫ କରି ସେମାନଙ୍କ ଠାରୁ ଚୋରି ହୋଇଥିବା ମଟର ସାଇକେଲ ଓ ଗୋଟିଏ ଇଣ୍ଡକସନ ହିଟର ଜବତ କରିଛି । କାର୍ତ୍ତିକ ବରିହାଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି ଏବଂ ଅନ୍ୟ ଜଣକ ନାବାଳକ ଥିବାରୁ ତାକୁ ପି ଏମ୍ ଜେ ଜେ ବି ବରଗଡଙ୍କ ନିକଟରେ ହାଜର କରାଯାଇଥିବା ଜଣାପଡିଛି ।
Popular Categories



