www.samajalive.in
Saturday, December 6, 2025
15.1 C
Bhubaneswar

ହାତୀ ଆକ୍ରମଣରେ ମହିଳା ଗୁରୁତର

ବନ୍ଧଳା: ଅନୁଗୁଳ ବ୍ଳକ ବନ୍ଧଳା ବନାଞ୍ଚଳରେ ହାତୀ ଆକ୍ରମଣରେ ଗତକାଲି ଦୁଇ ଜଣ ମହିଳାଙ୍କ ଜୀବନ ଯାଇଥିବା ବେଳେ ଆଜି ପୁଣି ଜଣେ ମହିଳା ଗୁରୁତର ଆହତ ହୋଇଛନ୍ତି। ତାଙ୍କୁ ଚିକିତ୍ସା ପାଇଁ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ପ୍ରାପ୍ତ ସୂଚନା ଅନୁଯାୟୀ ବନ୍ଧଳା ବନାଞ୍ଚଳ ତଳଗଡ଼ ପଞ୍ଚାୟତ ପୋଡ଼ା ସାହିର ନନ୍ଦିନୀ ଝାଙ୍କର (୪୦) ଆଜି ସକାଳୁ ଘର ନିକଟରେ ଥିବା ଜଙ୍ଗଲ ପାଖକୁ କେନ୍ଦୁପତ୍ର ତୋଳିବାକୁ ଯାଇଥିଲେ। ତେବେ
ଏତିକି ବେଳେ ଏକ ଦନ୍ତା ହାତୀ ତାଙ୍କୁ ଶୁଣ୍ଢରେ କଚାଡ଼ି ଦେଇଥିଲା। ଫଳରେ ଗୁରୁତର ଅବସ୍ଥାରେ ସ୍ଥାନୀୟ ଲୋକମାନେ ତାଙ୍କୁ ଉଦ୍ଧାର କରି ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛନ୍ତି। ତାଙ୍କ ଅବସ୍ଥା ସେଠାରେ ସଙ୍କଟାପନ୍ନ ଥିବା ଜଣାପଡିଛି।
ସୂଚନାଯୋଗ୍ୟ , ଗତକାଲି ବନ୍ଧୁଳା ବନାଞ୍ଚଳ ବଡ଼କନ୍ଧକୁଳ ଗ୍ରାମର ଦୁଇଜଣ ମହିଳା ହାତୀ ଆକ୍ରମଣରେ ପ୍ରାଣ ହରାଇଥିଲେ। ବଡ଼କନ୍ଧକୁଳ ଗ୍ରାମର
ମୁଳି ପ୍ରଧାନ (୫୦) ଓ ଗୌରୀ ରାଉଳ ଗତକାଲି ସକାଳୁ ଆମ୍ବ ଗୋଟାଇବା ପାଇଁ ଗାଁ ନିକଟସ୍ଥ ଆମ୍ବ ବଗିଚାକୁ ଯାଇଥିଲେ। ତେବେ ଆମ୍ବ ଗୋଟାଉଥିବା
ବେଳେ ଏକ ଦନ୍ତା ହାତୀ ଆସି ମୁଳି ପ୍ରଧାନଙ୍କୁ ଶୁଣ୍ଢରେ ଆକ୍ରମଣ କରି ଦଳି ଦେଇଥିଲା। ଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା। ସେହିପରି ଗୌରୀ ମଧ୍ୟ ହାତୀ ଆକ୍ରମଣରେ ଗୁରୁତର ଆହତ ହୋଇଥିଲେ। ତାଙ୍କୁ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା ।
ତେବେ ଗୁରୁତର ଆହତ ଗୌରୀ ରାଉଳଙ୍କର ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ମୃତ୍ୟୁ ଘଟିଥିଲା। ଉଲ୍ଲେଖଯୋଗ୍ୟ, ୪ମାସ ମଧ୍ୟରେ ଅନୁଗୁଳ ବ୍ଲକ
ଅଞ୍ଚଳରେ ହାତୀ ଆକ୍ରମଣରେ ୧୦ଜଣଙ୍କ ଜୀବନ ଗଲାଣି। ଏଣେ, ଅନୁଗୁଳ ବ୍ଳକ ବନ୍ଧଳା ବନାଞ୍ଚଳ ତଳଗଡ଼ ପଞ୍ଚାୟତ କନ୍ଧମେଘ ଗ୍ରାମର ରାମ ସାହୁ (୬୫) ଗତ ୧୮ ତାରିଖ ସକାଳ ପ୍ରାୟ ସାଢ଼େ ୫ଟା ବେଳକୁ ଗାଁ ପାଖ ଆମ୍ବ ବଗିଚା ପାଖକୁ ଶୌଚ ହେବାକୁ ଯାଇଥିଲେ। ତେବେ ପୂର୍ବରୁ ସେଠାରେ ଥିବା ଏକ ଦନ୍ତାହାତୀ ତାଙ୍କୁ ଶୁଣ୍ଢରେ କଚାଡ଼ି ଦେଇ ସେଠାରୁ ଚାଲିଯାଇଥିଲା । ଫଳରେ ଘଟଣାସ୍ଥଳରେ ହିଁ ବୃଦ୍ଧଙ୍କର ପ୍ରାଣବାୟୁ ଉଡ଼ିଯାଇଥିଲା।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories