www.samajalive.in
Saturday, December 6, 2025
14.1 C
Bhubaneswar

୨୮୦ କିଲୋ ଗଂଜେଇ ଜବତ ; ଅଭିଯୁକ୍ତ ଫେରାର

ବୌଦ୍ଧ : ବୌଦ୍ଧ ଥାନା ଅନ୍ତର୍ଗତ ଗୋଚ୍ଛାପଡା ଗ୍ରାମ ଛକ ନିକଟରୁ ପୁଲିସ ଚଢଉ କରି ୨୮୦ କିଲୋ ଗଂଜେଇ ଜବତ କରିଥିବାବେଳେ ଘଟଣାସ୍ଥଳରୁ ଅଭିଯୁକ୍ତ ଫେରାର ହୋଇଛି। ଫେରାର ଅଭିଯୁକ୍ତ ଜଣକ ଗୋଚ୍ଛାପଡା ଗ୍ରାମର ଅରବିନ୍ଦ ବାଘ (୩୫) ବୋଲି ପୁଲିସ ସୁତ୍ରରୁ ଜଣାପଡିଛି। ସୂଚନା ମତେ, ଗୋଚ୍ଛାପଡା ଗ୍ରାମ ନିକଟରେ ଜଣେ ବ୍ୟକ୍ତି ଗଂଜେଇ ଚାଲାଣ ପାଇଁ ଗାଡିକୁ ଅପେକ୍ଷା କରିଥିବା ବେଳେ ବିଶେଷ ସୁତ୍ରରୁ ଖବର ପାଇ ବୌଦ୍ଧ ପୁଲିସର ଏକ ଟିମ ଚଢାଉ କରିଥିଲା। ପୁଲିସକୁ ଦେଖି ବ୍ୟକ୍ତି ଜଣକ ଗଂଜେଇ ଛାଡି ସେଠାରୁ ଜଙ୍ଗଲ ଭିତରକୁ ଫେରାର ହୋଇ ଯାଇଥିଲା। ପୁଲିସ ଘଟଣାସ୍ଥଳରୁ ୭ଟି ଜରିବସ୍ତାରେ ଥିବା ଗଂଜେଇ ସବୁକୁ ଜବତ କରିଥିଲା। ଜବତ ଗଂଜେଇକୁ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଓଜନ କରିବାରୁ ତାହା ୨୮୦ କିଲୋ ବୋଲି ଜଣାପଡିଥିଲା।

 

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories