www.samajalive.in
Saturday, December 13, 2025
26.1 C
Bhubaneswar

ଦର୍ଶକଙ୍କୁ ଖାସ୍‍ ପସନ୍ଦ ଆସିନାହିଁ “୨.୦” ର ଟ୍ରେଲର

ନୂଆଦିଲ୍ଲୀ : ଶନିବାର ଅକ୍ଷୟ କୁମାର ଓ ରଜନୀକାନ୍ତଙ୍କ ଅଭିନୀତ ବହୁ ପ୍ରତିକ୍ଷିତ ଚଳଚ୍ଚିତ୍ର “୨.୦” ର ଟ୍ରେଲର ରିଲିଜ୍‍ ହୋଇଛି। ଟ୍ରେଲର ରିଲିଜ୍‍ ହେବାର ୨୪ ଘଣ୍ଟା ନହେଉଣୁ ଏହାର ଦର୍ଶକ ସଂଖ୍ୟା ୯,୪୩୦,୦୧୫ରେ ପହଞ୍ଚିଛି।

ବଲିଉଡ଼୍‍ କଳାକାରଙ୍କ ସହ ବହୁ ପ୍ରଶଂସକ ଏହି ଟ୍ରେଲର୍‍ର ଖୁବ୍‍ ପ୍ରଶଂସା କରିଥିବା ବେଳେ ଅନ୍ୟପକ୍ଷରେ କିଛି ଦର୍ଶକଙ୍କୁ ଖାସ୍‍ ପସନ୍ଦ ଆସିନାହିଁ।  “୨.୦” ଅକ୍ଷୟ କୁମାରଙ୍କ ପ୍ରଥମ ତାମିଲ ଚଳଚ୍ଚିତ୍ର। ଯେଉଁଥିରେ ତାଙ୍କୁ ଖଳନାୟକ ଭୂମିକାରେ ଦେଖିବାକୁ ମିଳିବ। ସେହିପରି ରଜନୀକାନ୍ତ ଏହି ଚଳଚ୍ଚିତ୍ରରେ ନାୟକ ଭୂମିକାରେ ଅଭିନୟ କରିଛନ୍ତି। ତେବେ ଚାଲନ୍ତୁ ଜାଣିବା ଚଳଚ୍ଚିତ୍ରର ଟ୍ରେଲର୍‍କୁ ନେଇ ଦର୍ଶକଙ୍କର କିଭଳି ପ୍ରତିକ୍ରିୟା ପ୍ରକାଶ ପାଇଛି–

- Advertisement -

ଟ୍ୱିଟରରେ କିଛି ପ୍ରଶଂସକ ଅକ୍ଷୟ କୁମାରଙ୍କ ଭୁରି ଭୁରି ପ୍ରଶଂସା କରିଛନ୍ତି। ଜଣେ ଦର୍ଶକ ଲେଖିଛନ୍ତି, “୨ ମିନିଟ୍‍ ୬ ସେକେଣ୍ଡର ଏହି ଟ୍ରେଲର ଦେଖିଲା ବେଳେ ଥରୁଟିଏ ହେଲେ ମୋ ଆଖି ପତା ପଡ଼ିନାହିଁ। ଖୁବ୍‍ ଚମତ୍କାର”! ଅନ୍ୟପକ୍ଷରେ କିଛି ଦର୍ଶକଙ୍କୁ ଟ୍ରେଲର ଆଦୌ ପସନ୍ଦ ଆସି ନଥିବା ଜଣାପଡ଼ିଛି। ସେମାନଙ୍କ ମଧ୍ୟରୁ ଜଣେ ଲେଖିଛନ୍ତି, “ଯେଉଁଭଳି ଆଶା କରିଥିଲି ସେ ତୁଳନାରେ ମୋତେ ଟ୍ରେଲର୍‍ ଭଲ ଲାଗିଲାନି। ଏହା ଏକ ଭିଡିଓ ଗେମ୍‍ ଭଳି ଲାଗୁଛି”।

“୨.୦” ଭାରତର ସବୁଠାରୁ ଅଧିକ ବ୍ୟୟବହୁଳ ଚଳଚ୍ଚିତ୍ର। ଏହାର ଟ୍ରେଲର୍‍ ତାମିଲ, ତେଲୁଗୁ ଓ ହିନ୍ଦୀ ଭାଷାରେ ରିଲିଜ୍‍ ହୋଇଛି। ଏହି ଚଳଚ୍ଚିତ୍ର ୨୯ ନଭେମ୍ବରରେ ମୁକ୍ତିଲାଭ କରିବ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories