ବୌଦ୍ଧ: ପୁରୀ ବିଶ୍ୱପ୍ରସିଦ୍ଧ ରଥଯାତ୍ରାର ରଥ ନିର୍ମାଣ ପାଇଁ ବୌଦ୍ଧଜିଲ୍ଲା ଗିରାସିଙ୍ଗା ଠାରେ ନୂତନ ଜଙ୍ଗଲର ଶୁଭାରମ୍ଭ କରାଯାଇଛି। ଏହି ଅବସରରେ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ବୌଦ୍ଧ ବନଖଣ୍ଡ ଅଧିକାରୀ ଦେବପ୍ରିୟ କମ୍ପ ଯୋଗଦେଇ ଥିଲେ। ଏଥିରେ ୨୨ଟି ଫାସି ଗଛ ଲଗାଇ ନୂତନ ଜଙ୍ଗଲ ଶୁଭାରମ୍ଭ କରିଥିଲେ। ଜିଲ୍ଲାରେ ପୂର୍ବରୁ ରହିଥିବା ଜଗନ୍ନାଥ ବନ ପ୍ରକଳ୍ପରୁ ବିଶ୍ୱ ପ୍ରସିଦ୍ଧ ପୁରୀ ରଥଯାତ୍ରାର ରଥ ନିର୍ମାଣ ପାଇଁ କାଠ ଯୋଗାଇ ଦିଆଯାଉଛି। ମାତ୍ର ଭବିଷ୍ୟତରେ ଯେପରି ଫାସିକାଠର ଅଭାବ ଦେଖାନଦିଏ ସେଥିପାଇଁ ଏହି ନୂତନ ପ୍ରକଳ୍ପ ଆରମ୍ଭ କରାଯାଇଛି। ଏହି କାର୍ଯ୍ୟକ୍ରମରେ ଏସିଏଫ ଆଶିଷ କୁମାର କହଁର, ଫରେଷ୍ଟର ଆନନ୍ଦ ମିଶ୍ର, ସ୍ୱାଧିନ ସାମଲ, ଫରେଷ୍ଟ ଗାର୍ଡ ପ୍ରକାଶ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।
Popular Categories



