ବୌଦ୍ଧ: ବୌଦ୍ଧ ଆଦର୍ଶ ଥାନା ପକ୍ଷରୁ ବୌଦ୍ଧ- କିଆକଟା ବ୍ରିଜଛକ ଠାରେ ଏକ କାର ଉପରେ ଚଢାଉ କରାଯାଇ ୧୦୦ କିଲୋ ଗଂଜେଇ ସହ ଏକ କାରକୁ ଜବତ କରାଯାଇଛି। ସୁଚନା ମତେ, ଖୋର୍ଦ୍ଧା- ବଲାଙ୍ଗିର ୫୭ ନମ୍ବର ଜାତୀୟ ରାଜପଥରେ ଏକ କାରରେ ଗଂଜେଇ ଚାଲାଣ ହେଉଥିବା ନେଇ ବୌଦ୍ଧ ପୁଲିସ ବିଶେଷ ସୁତ୍ରରୁ ଖବର ପାଇଥିଲା। ଜାତୀୟ ରାଜପଥରେ ମନମୁଣ୍ଡା ପଟୁ ଆସୁଥିବା ଏକ କାରକୁ ବ୍ରିଜଛକ ଠାରେ ଅଟକାଇ ଥିଲେ। ପୁଲିସକୁ ଦେଖି କାରରେ ବସିଥିବା ଚାଳକ ଫେରାର ହୋଇଯାଇଥିଲା। ପୁଲିସ ଗାଡିର ତଲାସି ନେବାରୁ ଗାଡିରେ ଗଂଜେଇ ଥିବା ପୁଲିସ ଜାଣିବାକୁ ପାଇଥିଲା। ପୁଲିସ କାର ସହ ଗଂଜେଇକୁ ଜବତ କରିଥିଲା। ଜବତ ଗଂଜେଇକୁ ଓଜନ କରିବାରୁ ୧୦୦ କିଲୋ ଗଂଜେଇ ହୋଇଥିଲା। ଏନେଇ ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।
Popular Categories



