www.samajalive.in
Tuesday, December 9, 2025
23.1 C
Bhubaneswar

ବିଜେପି ପକ୍ଷରୁ ‘ରାମ ମନ୍ଦିର ନାମରେ ଗୋଟିଏ ଦୀପ’ ଅଭିଯାନ ଆରମ୍ଭ

ନୂଆଦିଲ୍ଲୀ : ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣକୁ ପ୍ରସଙ୍ଗ କରି ବିଜେପି ନିର୍ବାଚନୀ ଗଙ୍ଗା ପାର ହେବାକୁ ଉଦ୍ୟମ ଆରମ୍ଭ କରିଛି। ଏହି କ୍ରମରେ ବିଜେପି ପକ୍ଷରୁ ଦିଲ୍ଲୀରୁ ଶନିବାର ‘ରାମ ମନ୍ଦିର ନାମରେ ଗୋଟିଏ ଦୀପ’ ଅଭିଯାନ ଆରମ୍ଭ କରାଯାଇଛି। କେନ୍ଦ୍ର ମନ୍ତ୍ରୀ ବିଜୟ ଗୋଏଲ, କିରଣ ରିଜିଜୁ, ଶିବ ପ୍ରସାଦ ଶୁକ୍ଲା, ପିପି ଚୌଧୁରୀ ପ୍ରମୁଖ ଶତାଧିକ ଲୋକଙ୍କ ସହ ମିଶି ଶନିବାର ରାତିରେ ଦୀପ ଜାଳିଥିଲେ। ଏହାପରେ ବିଜୟ ଗୋଏଲ ଏକ ଟ୍ୱିଟ୍‍ କରି ଏହି ଦିପାବଳୀରେ ରାମ ମନ୍ଦିର ନାମରେ ଗୋଟିଏ ଦୀପ ଜାଳିବାକୁ ନିବେଦନ କରିଥିଲେ।
ଅଭିଯାନ ଆରମ୍ଭ ହୋଇଯାଇଛି ଓ ଏହି ଅଭିଯାନରେ ସାମିଲ ସମସ୍ତ ଲୋକଙ୍କୁ ଧନ୍ୟବାଦ ଜ୍ଞାପନ କରୁଛି ବୋଲି ସେ ଆଉ ଏକ ଟ୍ୱିଟ୍‍ କରିଥିଲେ। ସେଥିରେ ସେ ଦୀପ ଜାଳୁଥିବାର ଏକ ଫୋଟୋ ପୋଷ୍ଟ କରିଥିଲେ। କେନ୍ଦ୍ର ମନ୍ତ୍ରୀଙ୍କ ଦ୍ୱାରା ଆରମ୍ଭ ହୋଇଥିବା ଏହି ଅଭିଯାନ ନଭେମ୍ବର ୭ ପର୍ଯ୍ୟନ୍ତ ଚାଲିବ।
ପ୍ରକାଶଯୋଗ୍ୟ ଯେ ଶନିବାର ରାଜସ୍ଥାନର ବିକାନେରଠାରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ‘ଏଥର ଦୀପ ଭଗବାନଙ୍କ ନାମରେ’ ଜଳାଇବାକୁ ଅନୁରୋଧ କରିଥିଲେ। ଏହାପରେ କେନ୍ଦ୍ର ମନ୍ତ୍ରୀଙ୍କ ଦ୍ୱାରା ଏହି ଅଭିଯାନର ଶୁଭାରମ୍ଭ କରାଯାଇଛି।

Hot this week

ଚୁଟ୍‌କିରେ ଦୂର ହେବ କେଶ ଝଡିବା ସମସ୍ୟା : ବ୍ୟବହାର କରନ୍ତୁ ଏହି ମାସ୍କ

ନୂଆଦିଲ୍ଲୀ : ଆଜିକାଲି ସମୟରେ କେଶ ଝଡିବା ସମସ୍ତଙ୍କ ପାଇଁ ଏକ...

ବାରବାଟୀ ଜଗିଛନ୍ତି ୫୦ପ୍ଲାଟୁନ ଫୋର୍ସ

ସମାଜ ଡିଜିଟାଲ ଡେସ୍କ: ଆଜି ବାରବାଟୀରେ ବିଗ୍‌ ଫାଇଟ୍‌ । ମ୍ୟାଚ...

ଇଣ୍ଡିଗୋକୁ ୫% ବିମାନ ଉଡାଣ ହ୍ରାସ କରିବାକୁ ନିର୍ଦ୍ଦେଶ ଦେଲେ ସରକାର

ସମାଜ ଲାଇଭ ଡ଼େସ୍କ : ଦେଶରେ ବିମାନ ଉଡାଣରେ ବିଶୃଙ୍ଖଳା ପାଇଁ...

ଚାଉଳ ଯୋଗାଣ ବନ୍ଦ ; ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା

ଟିଟିଲାଗଡ଼ : ଚାଉଳ ଯୋଗାଣ ବନ୍ଦ। ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା...

ବଢିବ ବିଧାୟକ ଓ ମନ୍ତ୍ରୀଙ୍କ ଦରମା: ଆଜି ଗୁରୁତ୍ୱପୂର୍ଣ୍ଣ ବିଲ୍‌ ଉପସ୍ଥାପନ

ଭୁବନେଶ୍ୱର: ବଢିବ ବିଧାୟକ ଓ ମନ୍ତ୍ରୀଙ୍କ ଦରମା । ପୂର୍ବତନ ବିଧାୟକଙ୍କ...

Related Articles

Popular Categories