www.samajalive.in
Monday, December 15, 2025
17.1 C
Bhubaneswar

ପାଟଣା ମଣ୍ଡଳ ବିଜେପିର ନୂତନ କାର୍ୟ୍ୟାଳୟ ଉଦଘାଟିତ

ପାଟଣା: ଅକ୍ଷୟ ତୃତୀୟାରେ ପାଟଣା ମଣ୍ଡଳର ନୂତନ କାର୍ୟ୍ୟାଳୟ ଶୁଭ ଉଦଘାଟନ ସାଧୂପଡ଼ା ଛକ ଠାରେ ଅନୁଷ୍ଠିତ ହୋଇଯାଇଅଛି। ମଣ୍ଡଳ ସଭାପତି ରମେଶ ଚନ୍ଦ୍ର ମହାନ୍ତଙ୍କ ଅଧ୍ୟକ୍ଷତାରେ ଏହି ଗୃହ ପ୍ରବେଶ କାର୍ୟ୍ୟରେ ମୂଖ୍ୟ ଅତିଥି ଭାବେ ଜିଲ୍ଲା ଭାଜପା ସଭାପତି ଅଂଶୁମାନ ସବୁଜ ମହାନ୍ତ ବର୍ମା ଯୋଗ ଦେଇ ଫିତା କାଟି କାର୍ୟ୍ୟାଳୟ ଉଦଘାଟନ କରିଥିଲେ। ସଦର ବିଧାୟକ ତଥା ବିରୋଧୀ ଦଳ ମୂଖ୍ୟ ସଚେତକ ମୋହନ ଚରଣ ମାଝୀ ଉପସ୍ଥିତ ହୋଇ ମଣ୍ଡଳ କାର୍ୟ୍ୟକର୍ତ୍ତାଙ୍କୁ ଗୁରୁମନ୍ତ୍ର ଫୁଙ୍କିଛନ୍ତି। ଆଦିବାସୀ ମୋର୍ଚ୍ଚା ରାଜ୍ୟ ଉପ ସଭାପତି ମମିତା ନାଏକ, ଆଦିବାସି ମୋର୍ଚ୍ଚା ରାଜ୍ୟ କାର୍ୟ୍ୟକାରିଣୀ ସଦସ୍ୟ ସତ୍ୟବ୍ରତ ନାଏକ, ଜିଲ୍ଲା କାର୍ୟ୍ୟକାରିନୀ ସଦସ୍ୟ ପ୍ରହଲ୍ଲାଦ ପଲେଇ, ଜିଲ୍ଲା ଯୁବମୋର୍ଚ୍ଚା ସାଧାରଣ ସମ୍ପାଦକ ସବୀର ଦାଶ, ଜିଲ୍ଲା ମହିଳା ମୋର୍ଚ୍ଚା ଉପ ସଭାପତି ସୋମବାରୀ ମୁଣ୍ଡା, ଜିଲ୍ଲା ସଂଯୋଜକ କୃଷ୍ଣଚନ୍ଦ୍ର ମହାନ୍ତ, ମଣ୍ଡଳ ପଦାଧିକାରୀ ହରିଶ ମହାନ୍ତ, ମଧୁସୂଦନ ମହାନ୍ତ, ନରେନ୍ଦ୍ର ମହାନ୍ତ, ନରହରି ମହାନ୍ତ, ଦେବେନ୍ଦ୍ର ମାଝି, ସୁଜିତ୍ ଦାଶ, ଶିବ ଚରଣ ମହାନ୍ତ, ଯୁଧିଷ୍ଠିର ମହାନ୍ତ, ନୀତେଶ ମହାନ୍ତ, ଗୀତି କଣ୍ଠ ପାତ୍ର ପ୍ରମୁଖ ଯୋଗ ଦେଇଥିଲେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories