www.samajalive.in
Saturday, December 6, 2025
23.1 C
Bhubaneswar

ସମୁଦ୍ର ମୁହାଁ ଅଲିଭ ରିଡଲେ ଶାବକ

ଗଞ୍ଜାମ : ଗଞ୍ଜାମ ଜିଲ୍ଲାର ଋଷିକୁଲ୍ୟା ମୁହାଁଣ ଅଞ୍ଚଳ ସମୁଦ୍ର ବେଳାଭୂମିରେ ବର୍ତମାନ ଅଲିଭ ରିଡଲେ ସାମୁଦ୍ରିକ କଇଁଛ ଅଣ୍ଡାରୁ ଛୁଆ ଫୁଟିବା ଆରମ୍ଭ ହୋଇଛି  । ଏହା ଆସନ୍ତା ୨୫ ତାରିଖ ପର୍ୟ୍ୟନ୍ତ ଚାଲିବ ବୋଲି ବିଶେଷଜ୍ଞ ମାନେ ସୂଚନା ଦେଇଛନ୍ତି । ଅଣ୍ଡା ଦେବାର ୪୫ ରୁ ୫୦ ଦିନ ପରେ ମୁଖ୍ୟତଃ ସେହି ଅଣ୍ଡା ରୁ ଛୁଆ ବାହାରିଥାନ୍ତି  । ଛୁଆ ଗୁଡିକ ସ୍ୱତପ୍ରବୃତ୍ତ ଭାବେ ବର୍ତମାନ ସମୁଦ୍ର ମୁହାଁ ହେଉଥିବା ଦେଖିବାକୁ ମିଳିଛି । ଯାହାକି ପରିବେଶବିତ ମଧ୍ୟରେ ଅଧିକ ଉସ୍ୱାହ ଦେଖିବାକୁ ମିଳିଛି । ଗଞ୍ଜାମ ବ୍ଲକ ଅନ୍ତର୍ଗତ ପୁରୁଣା ପୋଡ଼ାମପେଟା ଗ୍ରାମ ନିକଟସ୍ଥ ବେଳାଭୂମିର ବାଲୁକା ରାଶି ମଧ୍ୟରେ ପୋତି ହୋଇ ରହିଥିବା ଅଣ୍ଡା ଗୁଡ଼ିକରୁ ଛୁଆ ଫୁଟିବା ପରେ ବେଳା ଭୂମିକୁ ଉଠି ସମୁଦ୍ର ଅଭିମୁଖେ ଯିବା ସହ ନୁଆଁ ଠିକଣା ପାଉଥିବା ଦେଖିବାକୁ ମିଳିଛି  । ଉକ୍ତ ପ୍ରକ୍ରିୟା ରାତ୍ରର ଥଣ୍ଡା ପରିବେଷରେ ଆରମ୍ଭ ହୋଇ ସକାଳ ସୂର୍ଯ୍ୟୋଦୟ ପର୍ୟ୍ୟନ୍ତ ଚାଲୁଥିବା ସ୍ଥାନୀୟ ଅଞ୍ଚଳବାସୀ ପ୍ରକାଶ କରିଛନ୍ତି । ବ୍ରହ୍ମପୁର ଡ଼ିଏଫଓ ଶନି ଖେଖରଙ୍କ ନିର୍ଦ୍ଦେଶକ୍ରମେ ଖଲ୍ଲିକୋଟ ରେଞ୍ଜର ସିଦ୍ଧାର୍ଥ ଶଙ୍କର ସାହୁଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ବନ ବିଭାଗ କର୍ମଚାରୀଙ୍କ ଦ୍ୱାରା ସାମୁଦ୍ରିକ କଇଁଛ ଛୁଆ ଗୁଡିକର ସୁରକ୍ଷା ବ୍ୟବସ୍ଥାକୁ କଡାକଡ଼ି କରାଯାଇଛି । ବେଳାଭୂମିରେ ସମୂହ ଅଣ୍ଡାଦାନ ପୂର୍ବରୁ କିଛିଦିନ ମଧ୍ୟରେ ପ୍ରତି ରାତ୍ରରେ ସାମୁଦ୍ରିକ କଇଁଛ ଗୁଡିକ ଅଣ୍ଡାଦାନ କରିଥିଲେ ବୋଲି ବିଭାଗ ପକ୍ଷରୁ ସୂଚନା ମିଳିଛି ।
ଚଳିତ ବର୍ଷ ଋଷିକୁଲ୍ୟା ସମୁଦ୍ର ବେଳାଭୂମିରେ ୬ ଲକ୍ଷ ୩୭ ହଜାର ଓ ୨୦୨୨ରେ ୫ ଲକ୍ଷ ୫୦ ହଜାର ମା’ ଅଲିଭ ରିଡଲେ ସାମୁଦ୍ରିକ କଇଁଛ ସମୂହ ଅଣ୍ଡାଦାନ କରିଥିଲେ ବୋଲି ବନ ବିଭାଗ ପକ୍ଷରୁ ସୂଚନା ମିଳିଛି ।

Hot this week

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

Related Articles

Popular Categories