www.samajalive.in
Saturday, December 6, 2025
26.1 C
Bhubaneswar

ଜନ୍ମମାଟିରେ ସହିଦ ଦେବାଶିଷଙ୍କ ଶେଷକୃତ୍ୟ

ସାକ୍ଷିଗୋପାଳ : ଜମ୍ମୁ ଓ କାଶ୍ମୀରରେ ଆତଙ୍କୀ ଆକ୍ରମଣରେ ସହିଦ ଓଡ଼ିଆ ଯବାନ ଦେବାଶିଷ ବିଶ୍ବାଳଙ୍କ ଅନ୍ତିମ ସଂସ୍କାର ଆଜି ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ନିଜ ଜନ୍ମମାଟି ଗ୍ରାମ ଶ୍ମଶାନରେ ଅନୁଷ୍ଠିତ ହେବ । ଶନିବାର ପୂର୍ବାହ୍ନରେ ସହିଦଙ୍କ ପାର୍ଥିବ ଶରୀର ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିବା ପରେ ତାଙ୍କୁ ଗାର୍ଡ ଅଫ୍ ଅନର ପ୍ରଦାନ କରାଯାଇଥିଲା । ଦେବାଶିଷଙ୍କ ପତ୍ନୀ ସୁଶ୍ରୀ ସଙ୍ଗୀତା ପ୍ରଥମ‌େ‌ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ସେହିପରି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ବିମାନବନ୍ଦରରେ ପୁଷ୍ପମାଲ୍ୟ ଦେଇ ସହିଦ ଦେବାଶିଷଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ବିଭିନ୍ନ ସେନାଧିକାରୀ ଓ ରାଜନେତା ମଧ୍ୟ ପୁଷ୍ପଗୁଚ୍ଛ ଦେଇ ସହିଦଙ୍କୁ  ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି।

ଏବେ ଜନ୍ମମାଟି ଅଭିମୁଖେ ସହିଦ ଦେବାଶିଷଙ୍କ ପାର୍ଥିବ ଶରୀର ଯାତ୍ରା କରୁଛି। ରାସ୍ତାରେ ଶୋକକୂଳ ଜନତା ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛନ୍ତି। ଦେବାଶିଷଙ୍କ ଗ୍ରାମ ପୁରୀ ଜିଲା ସତ୍ୟବାଦୀ ବ୍ଲକ ଅଳଗୁମ ପଞ୍ଚାୟତ ଖଣ୍ଡାୟତ ସାହିରେ ଶୋକାକୁଳ ପରିବେଶ ଦେଖିବାକୁ ମିଳିଛି। ପରିବାରରେ ସହିଦ ଦେବାଶିଷଙ୍କ ପତ୍ନୀ ସୁଶ୍ରୀସଙ୍ଗୀତା ବିଶ୍ବାଳ, ୪ ମାସର ଶିଶୁ କନ୍ୟା ଦିବ୍ୟାଂଶି, ବାପା ପ୍ରତାପ ବିଶ୍ବାଳ, ମା’ ମମତା ବିଶ୍ବାଳ, ଜେଜେବାପା ଛଇଳ ବିଶ୍ବାଳ, ଜେଜେମା ମନ୍ଦୋଦରୀ ବିଶ୍ବାଳ, ସାନଭାଇ ଦେବ ପ୍ରସାଦ ବିଶ୍ୱାଳ ଅଛନ୍ତି। ୨୦୨୧ରେ ସେନା ବାହିନୀରେ ଯୋଗ ଦେଇଥିବା ଦେବାଶିଷ ଦୁଇ ବର୍ଷ ତଳେ ନିମାପଡ଼ା ବ୍ଲକ ଅନ୍ତର୍ଗତ ବିଷ୍ଣୁପୁର ପଞ୍ଚାୟତର ବନ୍ତୁ ଗ୍ରାମରେ ବିବାହ କରିଥିଲେ।
ଏହି ଦୁଃଖଦ ଖବର ପାଇ ଗୁରୁକୁଳ ଆଥଲେଟିକ୍‌ସ କେନ୍ଦ୍ର ପ୍ରଶିକ୍ଷକ ବିଷ୍ଣୁ ପ୍ରସାଦ ମିଶ୍ର, ଅନ୍ତର୍ଜାତୀୟ କ୍ରୀଡ଼ାବିତ୍‌ ଜୟନ୍ତୀ ବେହେରା, ସାମରିକ ବାହିନୀ, ଅର୍ଦ୍ଧ ସାମରିକ ବାହିନୀ, ଓଡ଼ିଶା ପୁଲିସ ଓ ଅଗ୍ନିଶମ ବିଭାଗରେ କାର୍ଯ୍ୟରତ ସ୍ବର୍ଗତ ସହିଦଙ୍କ ସହପାଠୀ, ଶତାଧିକ ଶିକ୍ଷାନବିଶ ଖଣ୍ଡାୟତ ସାହିରେ ପହଞ୍ଚି ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜ୍ଞାପନ କରିଥିଲେ। ସେହିପରି ଆଖପାଖ ଅଞ୍ଚଳର ଜନସାଧାରଣ ଦେବାଶିଷଙ୍କ ଘରକୁ ଯାଇ ସମବେଦନା ଜ୍ଞାପନ କରିଥିଲେ।

Hot this week

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

Related Articles

Popular Categories