www.samajalive.in
Saturday, December 6, 2025
14.1 C
Bhubaneswar

ହତ୍ୟାକାରୀକୁ ଆଜୀବନ ଜେଲ

ଫୁଲବାଣୀ : ଗତ ୨୦୧୫ ମସିହାରେ ହୋଇଥିବା ଏକ ହତ୍ୟାକାଣ୍ଡ ମାମଲାର ବିଚାର କରି ଫୁଲବାଣୀ ଅତିରିକ୍ତ ଜିଲ୍ଲା ଜଜ୍ ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଏଥିସହ ଦୋଷୀକୁ ୩୬ ହଜାର ଟଙ୍କା ଜରିମାନା କରାଯାଇଛି। ଜରିମାନା ଅନାଦେୟ ଅଭିଯୁକ୍ତକୁ ଆଉ ୨ ବର୍ଷ ଅଧିକ ଜେଲ ଭୋଗିବାକୁ ପଡିବ ବୋଲି ଅଦାଲତ ତାଙ୍କ ରାୟରେ ଉଲ୍ଲେଖ କରିଛନ୍ତି। ଅଭିଯୁକ୍ତ ଜଣକ ହେଲେ ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ଼ ଥାନା କଟକିଆପଡାର ହୀରାଧର ଚେରକା ଓରଫ ମଲିକ।
ଘଟଣା ଅନୁସାରେ, ନୂଆପଡା ଜିଲ୍ଲା କୋମନାର ଉର୍ମିଳା ଦୀପ ଫୁଲବାଣୀ ସହର ଉପକଣ୍ଠରେ ଥିବା ଏକ ହୋଟେଲରେ କାମ କରୁଥିଲେ। ପୂର୍ବରୁ ଏକ ଭଡାଘରେ ରହୁଥିବା ବେଳେ ଘଟଣାର ପ୍ରାୟ ଏକ ମାସ ପୂର୍ବରୁ ସେ ସେହି ହୋଟେଲରେ ହିଁ ରାତିରେ ଶୋଉଥିଲେ । ଅଭିଯୁକ୍ତ ହୀରାଧର ମଧ୍ୟ ସହରର ଅନ୍ୟ ଏକ ହୋଟେଲରେ କାମ କରୁଥିଲେ। ଉର୍ମିଳାଙ୍କ ସହିତ ହୀରାଧରଙ୍କ ପ୍ରେମ ସମ୍ପର୍କ ରହିଥିଲା। ତେବେ ହତ୍ୟାକାଣ୍ଡର କିଛି ଦିନ ପୂର୍ବରୁ ସେମାନଙ୍କ ମଧ୍ୟରେ କୌଣସି କାରଣକୁ ନେଇ ମନାନ୍ତର ହେବା ସହ କଥା ଥାନା ପର୍ୟ୍ୟନ୍ତ ଯାଇଥିଲା।
୨୦୧୫ ସେପ୍ଟେମ୍ବର ୮ ତାରିଖ ବିଳମ୍ବିତ ରାତିରେ ହୀରାଧର ଉର୍ମିଳା କାମ କରୁଥିବା ହୋଟେଲକୁ ଯାଇଥିଲେ। ସେଠାରେ ଉଭୟଙ୍କ ମଧ୍ୟରେ ବଚସା ହେବା ପରେ ସେ ଉର୍ମିଳାଙ୍କ ତଣ୍ଟି ଚିପି ହତ୍ୟା କରିବା ପରେ ଫେରାର ହୋଇ ଯାଇଥିଲେ। ପରଦିନ ସକାଳୁ ହୋଟେଲ ମାଲିକ ଉର୍ମିଳାଙ୍କ ମୃତଦେହ ଦେଖି ପୁଲିସକୁ ଖବର ଦେଇଥିଲେ। ଖଜୁରୀପଡା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଶବ ଜବତ କରିଥିଲା । ଏ ନେଇ ଥାନାରେ ୯୮/୧୫ରେ ଏକ ମାମଲା ରୁଜ୍ଜୁ କରାଯାଇଥିଲା। ଘଟଣାର ତିନି ଦିନ ପରେ ପୁଲିସ ଅଭିଯୁକ୍ତ ହିରାଧରକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ଏହି ମାମଲାର ଶୁଣାଣୀ କରି ଫୁଲବାଣୀ ଅତିରିକ୍ତ ଜିଲ୍ଲା ଦୌରା ଜଜ୍ ସ୍ମୃତିରେଖା ବାରିକ ହୋଟେଲର ସିସିଟିଭି ଫୁଟେଜ, ପାରିପାର୍ଶ୍ବିକ ସ୍ଥିତି,ଡାକ୍ତରୀ ରିପୋର୍ଟ ଓ ୧୪ ଜଣ ସାକ୍ଷୀଙ୍କ ବୟାନକୁ ଭିତ୍ତି କରି ଉପରୋକ୍ତ ରାୟ ଶୁଣାଇଛନ୍ତି । ସରକାରଙ୍କ ପକ୍ଷରୁ ମାମଲାକୁ ଅତିରିକ୍ତ ପିପି ଶିବ ପ୍ରସାଦ ତ୍ରିପାଠୀ ପରିଚାଳନା କରୁଥିଲେ ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories