www.samajalive.in
Monday, December 15, 2025
17.1 C
Bhubaneswar

ସୋନିଆ ଗାନ୍ଧୀଙ୍କ ସମ୍ପର୍କୀୟଙ୍କ ଜମି ଜବରଦଖଲ କରିଥିଲା ଆତିକ

ପ୍ରୟାଗରାଜ : କୁଖ୍ୟାତ ଅପରାଧୀରୁ ରାଜନେତା ପାଲଟିଥିବା ଆତିକ ଅହମ୍ମଦକୁ କିଛିଦିନ ତଳେ ପୁଲିସ ଉପସ୍ଥିତିରେ ଗୁଳି କରି ହତ୍ୟା କରାଯାଇଥିଲା। ତେବେ ଆତିକର ଗୁଣ୍ଡାରାଜ ସମ୍ପର୍କରେ ଗୋଟିଏ ପରେ ଗୋଟିଏ ଖବର ଲୋକଲୋଚନକୁ ଆସିବାରେ ଲାଗିଛି।
ଆତିକ ୨୦୦୭ରେ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ଜଣେ ସମ୍ପର୍କୀୟଙ୍କ ପ୍ରୟାଗରାଜସ୍ଥିତ ଏକ ଜମିକୁ ଜବରଦଖଲ କରି ନେଇଥିଲା। ଏହାକୁ ନେଇ ସେତେବେଳେ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଥିଲା। ତେବେ ସୋନିଆ ଗାନ୍ଧୀଙ୍କ ହସ୍ତକ୍ଷେପ ପରେ ତାଙ୍କ ସମ୍ପର୍କୀୟଙ୍କ ଜମି ଜବରଦଖଲରୁ ମୁକ୍ତ କରିଥିଲା ଆତିକ। ମିଳିଥିବା ସୂଚନାନୁଯାୟୀ ୨୦୦୭ରେ ସମାଜବାଦୀ ପାର୍ଟି ଉତ୍ତରପ୍ରଦେଶରେ କ୍ଷମତାସୀନ ରହିଥିବା ବେଳେ ଆତିକ୍‌ ଏହି ଦଳରୁ ସାଂସଦ ଥିଲା। ଜମି ଜବରଦଖଲ ପାଇଁ କୁଖ୍ୟାତ ଆତିକ ପ୍ରୟାଗରାଜର ମୁଖ୍ୟସ୍ଥଳରେ ଥିବା ଏକ ଜମିକୁ ବଳପୂର୍ବକ ମାଡ଼ି ବସିଥିଲା। ସେହି ଜମିଟି ସୋନିଆ ଗାନ୍ଧୀଙ୍କ ଜଣେ ସମ୍ପର୍କୀୟଙ୍କର ଥିଲା। ଜମି ଜବରଦଖଲରୁ ମୁକ୍ତ କରିବାକୁ ସମ୍ପର୍କୀୟ ଜଣକ ଜିଲା ତଥା ରାଜ୍ୟ ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିଲା। ଏ ସମ୍ପର୍କରେ ସେ ସୋନିଆ ଗାନ୍ଧୀଙ୍କୁ ଜଣାଇଥିଲେ। ସେତେବେଳେ କେନ୍ଦ୍ରରେ ୟୁପିଏ ସରକାର ରହିଥିଲା। ସୋନିଆ ଏହାକୁ ନେଇ ପ୍ରୟାଗରାଜର ତତ୍‌କାଳୀନ ପ୍ରଭାବଶାଳୀ ରାଜନେତା ରୀତା ବହୁୁଗୁଣାଙ୍କୁ ଫୋନ୍‌ ମାଧ୍ୟମରେ ଯୋଗାଯୋଗ କରିଥିଲେ। ସର୍ମ୍ପକୀୟଙ୍କୁ ସାହାଯ୍ୟ କରିବାକୁ ସୋନିଆ କହିବା ପରେ ରୀତା ଜିଲା ପ୍ରଶାସନ ସହଯୋଗରେ ଜମିକୁ ଜବରଦଖଲରୁ ମୁକ୍ତ କରାଇବାରେ ସକ୍ଷମ ହୋଇଥିଲେ। ଆତିକ ନିଜ ଜୀବନରେ ଏକାଧିକ ଜମି ଜବରଦଖଲ କରିଥିବା ବେଳେ ସୋନିଆଙ୍କ ହସ୍ତକ୍ଷେପ ଯୋଗୁଁ ତାଙ୍କ ସମ୍ପର୍କୀୟଙ୍କ ଜମି ଫେରାଇବାକୁ ବାଧ୍ୟ ହୋଇଥିଲା ବୋଲି ଜନୈକ ପୂର୍ବତନ ପୁଲିସ ଅଧିକାରୀ ସୂଚନା ଦେଇଛନ୍ତି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories