www.samajalive.in
Sunday, December 14, 2025
19.1 C
Bhubaneswar

ସମ୍ବଲପୁର: ଇଦଗାହାରେ ହେବ ନାହିଁ ନମାଜ ପାଠ, ଶାନ୍ତି କମିଟି ବୈଠକରେ ନିଷ୍ପତ୍ତି

ସମ୍ବଲପୁର : ହନୁମାନ ଜୟନ୍ତୀ ଅବସରରେ ୧୨ ଓ ୧୪ ତାରିଖରେ ହୋଇଥିବା ହିଂସାକାଣ୍ଡ ପରେ ଲାଗୁ ହୋଇଥିବା କର୍ଫ୍ୟୁ ଗୁରୁବାର ମଧ୍ୟ ସମ୍ବଲପୁର ସହରର ୬ଟି ଥାନାଞ୍ଚଳରେ ବଳବତ୍ତର ରହିଛି। ଅପରପକ୍ଷେ, ରାଜ୍ୟ ସରକାର ଗୁରୁବାର ସକାଳ ୧୦ଟାରୁ ଅପରାହ୍ନ ୫ଟା ପର୍ଯ୍ୟନ୍ତ ଜିଲାରେ ଥିବା ଲିଜ୍ ଲାଇନ ଓ ବ୍ରଡବ୍ୟାଣ୍ଡ ଇଣ୍ଟରନେଟ ସେବାକୁ ଚାଲୁ କରିଛନ୍ତି। ତେବେ ଆଗାମୀ ୨୨ ତାରିଖ ସକାଳ ୧୦ଟା ପର୍ଯ୍ୟନ୍ତ ମୋବାଇଲ ଇଣ୍ଟରନେଟ ସେବାକୁ ବାତିଲ କରି ଦେଇଛନ୍ତି।

ମନ୍ଥର ଗତିରେ ସହର ସ୍ୱାଭାବିକ ସ୍ଥିତି ଆଡ଼କୁ ଯାଉଥିବା ବେଳେ ସମ୍ବଲପୁରରେ ଶାନ୍ତି ଓ ମୈତ୍ରୀ ଫେରାଇ ଆଣିବା ପାଇଁ ଗୁରୁବାର ସକାଳ ୧୦ଟା ସମୟରେ ସ୍ଥାନୀୟ ଉତ୍ତରାଞ୍ଚଳ ରାଜସ୍ୱ କମିଶନରଙ୍କ କାର୍ଯ୍ୟାଳୟଠାରେ ଏକ ଶାନ୍ତି ସମନ୍ୱୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ବିସ୍ତୃତ ଆଲୋଚନା ପରେ ଚଳିତ ବର୍ଷ ଇଦ୍ ସମୟରେ ସ୍ଥାନୀୟ ସାକ୍ଷୀପଡ଼ାଠାରେ ଥିବା ଇଦଗାହାରେ ସାମୂହିକ ନମାଜ ପାଠ କରାଯିବ ନାହିଁ। ସହରରେ ସ୍ୱାଭାବିକ ସ୍ଥିତ ଫେରି ନ ଥିବାରୁ କୌଣସି ଅଘଟଣକୁ ଏଡାଇବା ପାଇଁ ଏଭଳି ନିଷ୍ପତ୍ତି ନିଆଯାଇଛି। ଆରଡିସି ଡ. ସୁରେଶ ଚନ୍ଦ୍ର ଦଳାଇଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକରେ ବିଭିନ୍ନ ସମ୍ପ୍ରଦାୟର ବ୍ୟକ୍ତିମାନେ ସାମିଲ ହୋଇ ଶାନ୍ତି ପୁନଃ ପ୍ରତିଷ୍ଠା ପାଇଁ ଏହି ଗୁରୁତ୍ୱପୁର୍ଣ୍ଣ ନିଷ୍ପତ୍ତ ନିଆଯାଇଛି। ସ୍ଥିତିକୁ ସ୍ୱାଭାବିକ କରିବା ପାଇଁ ପ୍ରତି ଦିନ ଉଭୟ ହିନ୍ଦୁ ଓ ମୁସଲିମ ସମ୍ପ୍ରଦାୟର ବିଭିନ୍ନ ବର୍ଗର ଲୋକମାନଙ୍କୁ ନେଇ ପ୍ରଶାସନ ସମନ୍ୱୟ ବୈଠକ କରି ପୁନଃ ଶାନ୍ତି ପ୍ରତିଷ୍ଠା ପାଇଁ ଉଦ୍ୟମ କରୁଛି। ବିଗତ ଦିନରେ ହୋଇଥିବା ହିଂସାକାଣ୍ଡ ଓ ହତ୍ୟାକାଣ୍ଡ ଘଟଣାରେ ଏବେ ପର୍ଯ୍ୟନ୍ତ ସମୁଦାୟ ୯୯ ଜଣଙ୍କୁ ଗିରଫ କରାଯାଇଥିବା ବୈଠକରେ ସୂଚନା ଦିଆଯାଇଛି।

- Advertisement -

ସୂଚନାଯୋଗ୍ୟ, ସମ୍ବଲପୁରରେ ହନୁମାନ ଜୟନ୍ତୀ ଅବସରରେ ହୋଇଥିବା ହିଂସାକାଣ୍ଡ ଯୋଗୁଁ ଗତ ୧୪ ତାରିଖରୁ ସହରର ୬ଟି ଥାନା ଟାଉନ, ଧନୁପାଲି, ଅଇଁଠାପାଲି, କ୍ଷେତରାଜପୁର, ବରେଇପାଲି ଓ ସଦର ଥାନାଞ୍ଚଳ ଗୁଡିକରେ କର୍ଫ୍ୟୁ ୪ ଦିନ ହେବ ବଳବତ୍ତର ରହିଛି। ସମ୍ବଲପୁର ସ୍ଥିତି ଆୟତ୍ତକୁ ଆଣିବା ପାଇଁ ରାଜ୍ୟ ପୁଲିସ ମହାନିର୍ଦ୍ଦେଶକ ସୁନୀଲ ବଂଶଲ, ଲ ଆଣ୍ଡ ଅର୍ଡର ଏଡିଜି ରାମକୃଷ୍ଣ ଶର୍ମା ଓ ଗୁଇନ୍ଦା ବିଭାଗର ନିର୍ଦ୍ଦେଶକ ସଞ୍ଜୀବ ପଣ୍ଡା ୩ ଦିନ ଓ ସ୍ୱତନ୍ତ୍ର ରିଲିଫ କମିଶନର ସତ୍ୟବ୍ରତ ସାହୁ ୨ ଦିନ ରହିଥିଲେ।

 

 

Hot this week

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

Related Articles

Popular Categories