www.samajalive.in
Sunday, December 14, 2025
19.1 C
Bhubaneswar

କର୍ଣ୍ଣାଟକ ନିର୍ବାଚନ : ଟଙ୍କିକିଆ ମୁଦ୍ରାରେ ଅମାନତ ଅର୍ଥ ଦେଲେ ପ୍ରାର୍ଥୀ

ବେଙ୍ଗାଲୁରୁ : କର୍ଣ୍ଣାଟକ ବିଧାନସଭା ନିର୍ବାଚନରେ ପ୍ରତିଦ୍ବନ୍ଦ୍ବିତା କରୁଥିବା ଜଣେ ସ୍ବାଧୀନ ପ୍ରାର୍ଥୀ ବର୍ତ୍ତମାନ ଚର୍ଚ୍ଚାରେ ଅଛନ୍ତି। ନିର୍ବାଚନ ଲଢ଼ିବାକୁ ପ୍ରାର୍ଥୀଙ୍କୁ ଅମାନତ ବାବଦକୁ ୧୦ ହଜାର ଟଙ୍କା ପ୍ରଦାନ କରିବାକୁ ପଡୁଛି। ଏହି କ୍ରମରେ ୟାଦଗିର୍‌ ବିଧାନସଭା ଆସନରୁ ପ୍ରତିଦ୍ବନ୍ଦ୍ବିତା କରୁଥିବା ଜଣେ ସ୍ବାଧୀନ ପ୍ରାର୍ଥୀ ୟାନ୍‌କପ୍ପା ଅମାନତ ବାବଦକୁ ୧୦ ହଜାରଟି ଏକଟଙ୍କିଆ କଏନ୍‌ ଅଧିକାରୀଙ୍କ ନିକଟରେ ଜମା ଦେଇଛନ୍ତି। ମଙ୍ଗଳବାର ୟାନ୍‌କପ୍ପା ସ୍ଥାନୀୟ ତହସିଲଦାରଙ୍କ କାର୍ଯ୍ୟାଳୟକୁ ଯାଇ ପ୍ରାର୍ଥିପତ୍ର ଦାଖଲ କରିବା ସହ ବ୍ୟାଗ୍‌ ଭର୍ତ୍ତି ଏକ ଟଙ୍କିଆ କଏନ୍‌ ଅମାନତ ବାବଦରେ ଜମା ଦେଇଥିଲେ। କଏନ୍‌ଗୁଡ଼ିକୁ ଗଣିବା ନିମନ୍ତେ ତହସିଲଦାର କାର୍ଯ୍ୟାଳୟ କର୍ମଚାରୀଙ୍କୁ ପାଖାପାଖି ୨ ଘଣ୍ଟା ସମୟ ଲାଗିଥିଲା। ଅମାନତ ବାବଦ ଅର୍ଥ ଜମା କରିବାକୁ ସେ ୧୦ ହଜାର ଲୋକଙ୍କ ଠାରୁ ଗୋଟିଏ ଟଙ୍କା ଲେଖାଏଁ ସଂଗ୍ରହ କରିଥିବା ୟାନ୍‌କପ୍ପା ସୂଚନା ଦେଇଥିଲେ। ଗୁଲବର୍ଗା ବିଶ୍ବବିଦ୍ୟାଳୟରୁ ସ୍ନାତକ ଡିଗ୍ରୀ ହାସଲ କରିଥିବା ୟାନ୍‌କପ୍ପା ଦାଖଲ କରିଥିବା ସମ୍ପତ୍ତି ତାଲିକା ଅନୁଯାୟୀ ତାଙ୍କ ନିକଟରେ ୬୦ ହଜାର ଟଙ୍କା ଥିବା ଦର୍ଶାଇଥିବା ବେଳେ ତାଙ୍କ ବାପା ଦେବେନ୍ଦ୍ରପ୍ପାଙ୍କ ନିକଟରେ ଗୋଟିଏ ଏକର ୧୬ ଗୁଣ୍ଠ ଜମି ଥିବା ଉଲ୍ଲେଖ କରିଛନ୍ତି।

Hot this week

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

Related Articles

Popular Categories