www.samajalive.in
Monday, December 15, 2025
15.1 C
Bhubaneswar

କର୍ଣ୍ଣାଟକ : ୨୦୦ ଆସନରେ ଲଢ଼ିବ ଆପ୍‌

ବେଙ୍ଗାଲୁରୁ : କର୍ଣ୍ଣାଟକ ବିଧାନସଭା ନିର୍ବାଚନ ମଇଦାନରେ ପ୍ରବେଶ କରିଛି ଆମ୍‌ ଆଦ୍‌ମୀ ପାର୍ଟି (ଆପ୍‌)। ଜାତୀୟ ଦଳ ମାନ୍ୟତା ପାଇବା ପରେ ଏହି ଦଳ କର୍ଣ୍ଣାଟକର ୨୨୪ ବିଧାନସଭା ଆସନ ମଧ୍ୟରୁ ୨୦୦ରେ ପ୍ରାର୍ଥୀ ଦେବାକୁ ସ୍ଥିର କରିଛି। ଇତିମଧ୍ୟରେ ଦଳ ୧୬୮ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି। ଖୁବ୍ ଶୀଘ୍ର ଆଉ ୩୦ ପ୍ରାର୍ଥୀଙ୍କ ତାଲିକା ପ୍ରକାଶ କରିବ। ଅନ୍ୟୂନ ୧୫ଟି ଆସନରେ ଦଳ ଉତ୍ତମ ପ୍ରଦର୍ଶନ କରିବ ବୋଲି କହିଛନ୍ତି ପ୍ରଚାର କମିଟି ଅଧ୍ୟକ୍ଷ ମୁଖ୍ୟମନ୍ତ୍ରୀ ଚନ୍ଦରୁ। ୨୦୧୩ କର୍ଣ୍ଣାଟକ ନିର୍ବାଚନରେ ଆପ୍ ପ୍ରତିଦ୍ବନ୍ଦ୍ବିତା କରିନଥିଲା। ୨୦୧୮ ନିର୍ବାଚନରେ ୨୮ଟି ଆସନରେ ପ୍ରାର୍ଥୀ ଦେଇଥିଲେ ମଧ୍ୟ ଦୟନୀୟ ପ୍ରଦର୍ଶନ କରି ମାତ୍ର ୦.୦୬ ପ୍ରତିଶତ ଭୋଟ ପାଇଥିଲା। ସମସ୍ତ ପ୍ରାର୍ଥୀ ଅମାନତ ହରାଇଥିଲେ। ସମ୍ପ୍ରତି ଗୁଜରାଟ ଓ ଗୋଆରେ ଉଲ୍ଲେଖନୀୟ ପ୍ରଦର୍ଶନ କରିବା ସହ ପଞ୍ଜାବରେ ସରକାର ଗଠନ କରିଥିବା ଆପ୍ ଉତ୍ସାହିତ ରହିଛି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories