www.samajalive.in
Monday, December 15, 2025
16.1 C
Bhubaneswar

ଗୁଗୁଲର ମୁଖ୍ୟ ବି ମାନିଲେ- ଭୁଲ ହାତରେ ପଡିଲେ କୃତ୍ରିମ ବୁଦ୍ଧିମତା ଅତି ବିପଦ୍ଜନକ

ଭୁବନେଶ୍ୱର/ନ୍ୟୁୟର୍କ- ଗୁଗୁଲର ମୁଖ୍ୟ ବି ମାନିଲେ- ଭୁଲ ହାତରେ ପଡିଲେ କୃତ୍ରିମ ବୁଦ୍ଧିମତା ଅତି ବିପଦ୍ଜନକ  । ରୋବଟକୁ ଦେଖି ଆମେ ଖୁସୀ ହେଉଛେ । ଏବେ ଆମ ଚାରି ପାଖରେ କୃତ୍ରିମ ବୁଦ୍ଧିମତାର ଛୋଟରୁ ବଡ ଅନେକ ଜିନିଷ ରହିଛି । ରିମୋଟ ଠାରୁ ଆରମ୍ଭ କରି ଘରର ଲାଇଟ, ମ୍ୟୁଜିକ ସିଷ୍ଟମ , ଟିଭି ଏପରି କି ଗାଡି ମଟରରେ କୃତ୍ରିମ ବୁଦ୍ଧିମତାର ର ପ୍ରୟୋଗ ହେଉଛି । ବିଭିନ୍ନ କମାଣ୍ଡ ଦେଇ ନଥିଲେ ବି ବିଭିନ୍ନ ଯନ୍ତ୍ରପାତି ନିଜର କୃତ୍ରିମ ବୁଦ୍ଧିମତା ପ୍ରୟୋଗ କରି କାମ କରୁଛନ୍ତି ।

ମଣିଷ ପାଇଁ ଭବିଷ୍ୟତରେ ବିପଦ ବନିଯିବ କୃତ୍ରିମ ବୁଦ୍ଧିମତା – ଏଚ୍‌ସିଏଲ୍‌ ର ସହ ପ୍ରତିଷ୍ଠାତା

ଗୁଗୁଲ୍‌ ମ୍ୟାପ, ଫେସ୍‌ଡିଟେକ୍ସନ୍‌, ରୋକଗନେସନ୍‌, ଟେକ୍ସ ଏଡିଟର, ଅଟୋକରେକ୍ଟ,. ଇପେମଣ୍ଟ, ସର୍ଚ୍ଚ ରେକମେଣ୍ଡେସନ୍‌ ଆଲଗୋରିଥିମ୍‌, ଡିଜିଟାଲ୍‌ ଆସିଷ୍ଟାଣ୍ଟ. ସୋସିଆଲ୍‌ ମିଡିଆ, ଚାଟ୍‌ବୋଟ୍‌ ସବୁ କୃତ୍ରିମ ବୁଦ୍ଧିମତାର ଉଦାହରଣ । ଯେଉଁ ଧରଣରେ ବୈଷୟିକ ଅଭିବୃଦ୍ଧି ହେଉଛି କୃତ୍ରିମ ବୁଦ୍ଧିମତା ଭୁଲ୍‌ ଲୋକଙ୍କ ହାତରେ ପଡିଲେ ଏହା ଖରାପ ଭାବରେ କାମ କରିବା ବୋଲି ଗୁଗୁଲ୍‌ର ମୁଖ୍ୟ ସୁନ୍ଦର ପିଚାଇ କହିଛନ୍ତି । କିଛିଦିନ ତଳେ ଏଚ୍‌ସିଏଲ୍‌ର ସହ ପ୍ରତିଷ୍ଠାତା ମଧ୍ୟ ସମାନ କଥା କହିଥିଲେ ।

- Advertisement -

ଏବେ ଏତେ ଶୀଘ୍ର ଟେକ୍ନୋଲଜିର ବିକାଶ ହେଉଛି ଯେ ଖରାପ ଲୋକଙ୍କ ହାତରେ ପଡିଲେ ଏହା ଅତି ବିପଦ୍ଜନକ ହୋଇଯିବ । ତେବେ ଏ ବିଷୟରେ ଚିନ୍ତା କରିବାର ଆବଶ୍ୟକତା ରହିଛି ବୋଲି ସେ କହିଛନ୍ତି ।

Hot this week

ବର୍ଦ୍ଧିତ ବେତନ ଦାନ କରିବେ ବରଗଡ଼ ବିଧାୟକ

ବରଗଡ଼ : ଓଡ଼ିଶା ସରକାର ବିଧାୟକ ଓ ମନ୍ତ୍ରୀମାନଙ୍କ ଦରମା ବୃଦ୍ଧି...

ରାସ୍ତାକଡରୁ ରକ୍ତ ଜୁଡୁବୁଡୁ ମୃତଦେହ ଠାବ

ବିନିକା : ବିନିକା ଡୁଙ୍ଗୁରିପାଲି ଥାନା ଖୁଣ୍ଟପାଲି ଗାଁ ନିକଟରେ ଅଭାବନୀୟ...

ଜାତିସଂଘ ଶିବିର ଉପରେ ଡ୍ରୋନ୍‌ ମାଡ଼: ସୁଦାନରେ ୬ ବାଂଲାଦେଶୀ ଯବାନ ମୃତ

ଖାର୍ଟୁମ: ଆଫ୍ରିକୀୟ ରାଷ୍ଟ୍ର ସୁଦାନରେ ଥିବା ଜାତିସଂଘ ଶିବିର ଉପରେ ଡ୍ରୋନ୍‌...

ହରିୟାଣା ରାଜପଥରେ ଏକାଧିକ ଦୁର୍ଘଟଣା

ଚଣ୍ଡିଗଡ଼: ଘନ କୁହୁଡି ଯୋଗୁଁ ହରିୟାଣାର ୫୨ ନମ୍ବର ରାଜପଥରେ ରବିବାର...

ଆଜିର ରାଶିଫଳ ; ସରକାରଙ୍କ ପ୍ରିୟପାତ୍ର ହୋଇପାରନ୍ତି ଆପଣ

ମେଷ : ଇନ୍ଦ୍ରୀୟ ଲାଳସା ନିର୍ବାପିତ କରିବାରେ ସିଦ୍ଧହସ୍ତ ହୋଇପାରନ୍ତି। ଧର୍ମଧ୍ବଜାଧାରୀ...

Related Articles

Popular Categories