ଭୁବନେଶ୍ବର: ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି, ଜ୍ଞାନପ୍ରଭା ଯୁବ ସଂଗଠନ ଓ ଜୟ ଓଡ଼ିଶା ପକ୍ଷରୁ ମିଳିତ କମଳା ନେହେରୁ ମହିଳା ମହାବିଦ୍ୟାଳୟ ସମ୍ମୁଖରେ ଏକ ଜଳ ସେବା କେନ୍ଦ୍ରର ଶୁଭାରମ୍ଭ କରିଛନ୍ତି। କାର୍ଯ୍ୟକ୍ରମରେ ଭୁବନେଶ୍ୱର ମେୟର ସୁଲୋଚନା ଦାସଙ୍କ ଦ୍ବାରା ଉଦଘାଟିତ ହୋଇଛି। ଏଥିରେ ୱାର୍ଡ ନଂ ୪୫ର କର୍ପୋରେଟର ଅମରେଶ ଜେନା, ଟ୍ରାଫିକ ଏସିପି ସ୍ବସ୍ତିକ ପଣ୍ଡା, କ୍ୟାପିଟାଲ ଥାନା ଆଇଆଇସି -୨ ଗୋପାଳ ଜେନା ଉପସ୍ଥିତ ଥିଲେ। ବିଜୁ ଜନତା ଦଳର ରାଜ୍ୟ ଯୁଗ୍ମ ସମ୍ପାଦକ ରୁଦ୍ର ନାରାୟଣ ସାମନ୍ତରାୟଙ୍କ ତତ୍ତ୍ବାବଧାନରେ ଏହି ଜଳ ସେବା କେନ୍ଦ୍ର ପରିଚାଳିତ ହେଉଛି।
Popular Categories



